ଭୁବନେଶ୍ୱରରେ କର୍ନାଟକ ବସ୍‌ ଜଳିବା ଘଟଣା: ଆରଟିଓରୁ ମାଲିକଙ୍କ ତଥ୍ୟ ଆଣିବ ପୋଲିସ

ଭୁବନେଶ୍ୱର, ୨୭।୧୨(ବ୍ୟୁରୋ): ଶହୀଦନଗର ଇମ୍ପା ପାର୍କ ନିକଟରେ ତାମିଲନାଡୁର କଳା ତାଲିକାଭୁକ୍ତ ବସ୍‌ ଜଳିବା ଘଟଣାରେ ରହସ୍ୟ ବଢିବାରେ ଲାଗିଛି। ପୋଲିସ ବସ୍‌ ମାଲିକଙ୍କ ପତ୍ତା ପାଉ ନ ଥିବାବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ବସ୍‌ରେ କିଏ ଓ କାହିଁକି ନିଆଁ ଲଗାଇଲା ଏବେବି ରହସ୍ୟ ଘେରରେ ରହିଛି। ଶୁକ୍ରବାର ଶହୀଦନଗର ଥାନା ପୋଲିସ ବସ୍‌ ମାଲିକଙ୍କ ପରିଚୟ ଓ ସମ୍ପୂର୍ଣ୍ଣ ଠିକଣା ଜାଣିବା ପାଇଁ ଭୁବନେଶ୍ୱର ଆରଟିଓକୁ ଚିଠି କରିବା ସହ ତଥ୍ୟ ହାସଲ କରିବ। ମାଲିକଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳିବା ପରେ ହିଁ ବସ୍‌ଟି କର୍ନାଟକରୁ ଭୁବନେଶ୍ୱର ଆସିବାର ପ୍ରକୃତ ଉଦେଶ୍ୟ ଓ ସମସ୍ତ ରହସ୍ୟ ସ୍ପଷ୍ଟ ହେବ ବୋଲି ପୋଲିସ ଆଶା ରଖିଛି।
ସୂଚନା ମୁତାବକ, ଶହୀଦନଗର ପ୍ଲଟ୍‌ ନଂ.୩୧୬ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଉକ୍ତ ବସ୍‌(କେଏ ୦୧ଡି ୫୧୮୦) ଦୀର୍ଘବର୍ଷ ଧରି ରହିଥିଲା। ଅସାମାଜିକମାନେ ବସ୍‌ ଭିତରେ ଆଡ୍ଡା ଜମାଇବା ସହ ନିଶା ସେବନ କରୁଥିଲେ। ବୁଧବାର ଅପରାହ୍ନ ପ୍ରାୟ ଗୋଟେ ୫୦ମିନିଟରେ ବସ୍‌ ଭିତରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଧୀରେ ଧୀରେ ଲୋକଙ୍କ ଭିଡ଼ ଜମିବା ସହ ଦମକଳ କେନ୍ଦ୍ର, ବିଦ୍ୟୁତ୍‌ ବିଭାଗ ଓ ଥାନାକୁ ଖବର ଦିଆଯାଇଥିଲା। ଅପରାହ୍ନ ପ୍ରାୟ ୨ଟା ୧୦ମିନିଟରେ ଅଗ୍ନିଶମ ବାହିନୀ ପହଞ୍ଚତ୍ବା ବେଳକୁ ନିଆଁ ଉଗ୍ରରୂପ ନେଇସାରିଥିଲା। ନିଆଁ ଲିଭାଇବାକୁ ପ୍ରାୟ ୨୦ ମିନିଟ୍‌ ସମୟ ଲାଗିଥିଲା। ବସ୍‌ର ସିଟ୍‌, ଡୋର ଓ ଅନ୍ୟାନ୍ୟ ଅଂଶ ପୂରା ପୋଡ଼ିଯାଇଥିଲା। ବସ୍‌ ଉପର ଦେଇ ଯାଇଥିବା କିଛି ବିଦ୍ୟୁତ୍‌ ତାର ମଧ୍ୟ ଜଳିଯାଇଥିଲା। ଅନ୍ୟପକ୍ଷରେ ଉକ୍ତ ବସ୍‌ଟିକୁ କର୍ନାଟକ ପରିବହନ ବିଭାଗ କଳା ତାଲିକାଭୁକ୍ତ କରିଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଜୁରିପଡ଼ା ଥାନାଧିକାରୀ ସସ୍‌ପେଣ୍ଡ

ଫୁଲବାଣୀ ଅଫିସ,୫ା୧୦-କନ୍ଧମାଳ ଜିଲା ଖଜୁରିପଡା ଥାନାଧିକାରୀ ରମାକାନ୍ତ ପାତ୍ରଙ୍କୁ ଡିଜିପି ଅଭୟ ମଙ୍ଗଳବାର ସସ୍‌ପେଣ୍ଡ କରିଛନ୍ତି। ଗତ ରବିବାର ସନ୍ଧ୍ୟାରେ ଥାନାଧିକାରୀ ପାତ୍ର ନିଜ କ୍ଷମତାର...

କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର, ୪।୬(ବ୍ୟୁରୋ): ବାଲେଶ୍ୱର ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏମ୍‌ଏସ୍‌ଏମ୍‌ଇ, ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ଦୁଗ୍ଧ...

ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ୍‌

ଭୁବନେଶ୍ୱର, ୨୫।୩(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏ ପରିସ୍ଥିତିରେ ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ...

୨୦ରୁ ୫୦୦ ଟଙ୍କା

ରଜରେ ପାନର ମଜା ଯୋଗାଇ ଦେବାକୁ ପ୍ରସ୍ତୁତ ହେଲେଣି ବ୍ୟବସାୟୀ। ଶହୀଦନଗରରୁ ଆରମ୍ଭ କରି ମାଷ୍ଟରକ୍ୟାଣ୍ଟିନ୍‌ ଏବଂ ସିଆରପିଏଫ୍‌ ଛକ, ବନାରସୀ ଓ ଡିଲକ୍ସ ଭଳି...

ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

କଟକ ଅଫିସ,୧୧ା୫: ଦୁଇ ବର୍ଷ ପରେ ଏଥର ପୁରୀରେ ରଥଯାତ୍ରା ପୂର୍ଣ୍ଣ ଭକ୍ତ ସମାଗମରେ ହେବ। ରେଳ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି...

ସେତୁ ନାହିଁ: ୧୫ କି.ମି. ବୁଲୁଛନ୍ତି ୨୫ ଗ୍ରାମବାସୀ

କେନ୍ଦ୍ରାପଡ଼ା ଅଫିସ, ୨୪ା୬: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ହଂସୁଆ ନଦୀର ତନ୍ତିଆପାଳଠାରେ ଥିବା ପୋଲ ୨୦୧୪ ମାର୍ଚ୍ଚ ୩ରେ ଭୁଶୁଡି ପଡିଥିଲା। ସେହିବର୍ଷ ଜୁଲାଇରେ...

କମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୩୪ ଜୀବନ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୩୪ଜଣଙ୍କ...

କୋଭିଡ୍‌ କେୟାର ହୋମ୍‌ ପାଇଁ ବିଏମ୍‌ସିର ନୂଆ ଏସ୍‌ଓପି

ଭୁବନେଶ୍ୱର,୧୯ା୮(ବ୍ୟୁରୋ): କୋଭିଡ୍‌ କେୟାର ହୋମ୍‌ (ସିସିଏଚ୍‌) ବନ୍ଦୋବସ୍ତ କରିବା ପାଇଁ ବିଏମ୍‌ସି ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର (ଏସ୍‌ଓପି) ଜାରି କରିଛି। ଗାଇଡ୍‌ଲାଇନ୍ସକୁ ଅନୁପାଳନ କରି...

Advertisement
Archives

Model This Week