‘ଭୁଆଁ ବୁଲାଉଛି କେନ୍ଦ୍ର’

ନୂଆଦିଲ୍ଲୀ,୧୮ା୫(ପି.ଟି.): କରୋନା ଜନିତ ଲକ୍‌ଡାଉନ ଯୋଗୁ ଦୁର୍ବଳ ହୋଇପଡ଼ିଥିବା ଦେଶର ଅର୍ଥନୀତିକୁ ବଳ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ୍‌ ଘୋଷଣା କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କ୍ରମାଗତ ୫ ଦିନ ଧରି ଉକ୍ତ ପ୍ୟାକେଜ୍‌ର ଅବତାରଣା କରିଚାଲିନ୍ତି। ତେବେ ଆର୍ଥତ୍କ ପ୍ୟାକେଜ ନାମରେ କେନ୍ଦ୍ର ସରକାର ଜନସାଧାରଣଙ୍କୁ ଭୁଆଁ ବୁଲାଉଥିବା କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ବାସ୍ତବରେ ସରକାର ୨୦ ଲକ୍ଷ କୋଟିର ପ୍ୟାକେଜ୍‌ ନୁହେଁ ୩.୨୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଆଣିଥିବା କଂଗ୍ରେସର ବରିଷ୍ଠ ମୁଖପାତ୍ର ଆନନ୍ଦ ଶର୍ମା କହିଛନ୍ତି। ଏହି ପ୍ୟାକେଜ୍‌ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧.୬ ପ୍ରତିଶତ ବୋଲି ସେ ଉଲ୍ଲେଖ କରିଛନ୍ତି।
ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ଓ ଲୋକଙ୍କୁ ଋଣ ଦେବା ମଧ୍ୟରେ ପାର୍ଥକ୍ୟ ରହିଛି। ଅର୍ଥନୀତିକୁ ପୁନର୍ବାର କ୍ରିୟାଶୀଳ କରିବାକୁ ହେଲେ ଗରିବ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ହାତକୁ ଟଙ୍କା ମିଳିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଅର୍ଥମନ୍ତ୍ରୀ ଏହା ଉପରେ ବିତର୍କର ସମ୍ମୁଖୀନ ହେବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶର୍ମା ଆହ୍ବାନ ଦେଇଛନ୍ତି। ଅର୍ଥମନ୍ତ୍ରୀ ପ୍ରଶ୍ନ ନ ପଚାରି ପ୍ରଶ୍ନର ଉତ୍ତର ଦେବାକୁ ସେ କହିଛନ୍ତି। ସରକାରଙ୍କ ଭୁଲ୍‌ ପଦକ୍ଷେପ ପାଇଁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସରକାରଙ୍କର ଯୋଜନା ନ ଥିବାରୁ ସେମାନେ ଶହ ଶହ କିଲୋମିଟର ଚାଲି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଏହା ଉପରେ ସରକାର ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ସରକାରଙ୍କ ଆର୍ଥତ୍କ ପ୍ୟାକେଜ ବିଭ୍ରାନ୍ତିକର ଏବଂ ସଂଖ୍ୟାର ଯାଦୁ ବୋଲି ବାମଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ବଜେଟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ୬୧,୦୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଦାଦନ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ଅର୍ଥମନ୍ତ୍ରୀ ଆଉ ୪୦,୦୦୦ କୋଟି ଟଙ୍କା ଘୋଷଣା କରିଛନ୍ତି। ଏହାଦ୍ୱାରା ପ୍ରାୟ ୩୦୦ କୋଟି ବ୍ୟକ୍ତିଦିବସ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ରାଜ୍ୟଗୁଡ଼ିକର ଋଣ କରିବା ସୀମା ୩ରୁ ୫ ପ୍ରତିଶତକୁ ବଢ଼ାଇବା ସହ ରାଜ୍ୟଗୁଡ଼ିକ ସେମାନଙ୍କ ଋଣ ଅଧିକାରର ମାତ୍ର ୧୪ ପ୍ରତିଶତ ଉପଯୋଗ କରିଛନ୍ତି ବୋଲି କହିବା ହାସ୍ୟାସ୍ପଦ ବୋଲି ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି। କେନ୍ଦ୍ର ସରକାର ରାଜ୍ୟକୁ ପାଣ୍ଠି ହସ୍ତାନ୍ତର କରିଥାନ୍ତି। ଅଗ୍ରିମ ନେବା ପାଇଁ ରିଜର୍ଭ ବ୍ୟାଙ୍କ ରାଜ୍ୟଗୁଡ଼ିକୁ ଦେଉଥିବା ସୁବିଧାକୁ ମୋଦି ସରକାର ‘ରାଜ୍ୟକୁ ସହାୟତା’ ବୋଲି ଦାବି କରୁଥିବା ୟେଚୁରୀ ଟୁଇଟ୍‌ କରିଛନ୍ତି। ସରକାରଙ୍କର ୫ ଦିନର ସଂଖ୍ୟା ଯାଦୁ ଗରିବ ଓ ନିଃସହାୟଙ୍କ ସଙ୍କଟ ଦୂର କରିବାରେ ସହାୟକ ହେବନାହିଁ। ସେମାନଙ୍କ ସମସ୍ୟା ପ୍ରତି ସରକାର ଆଖିବୁଜି ଦେଇଥିବା ସିପିଏମ୍‌ ନେତା କହିଛନ୍ତି। ଅର୍ଥନୀତିକୁ ବିକ୍ରି କରି ଅର୍ଥମନ୍ତ୍ରୀ ଆତ୍ମନିର୍ଭରତାର ପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ୟୁପିରୁ ତଡ଼ିଦେବେ ଚାଷୀ, ଆଞ୍ଚଳିକ ଦଳ

ମୁଜାଫରନଗର,୧୨।୧୧: ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଚାଷୀଙ୍କ ଆନ୍ଦୋଳନ ଓ ଆଞ୍ଚଳିକ ଦଳ ଉତ୍ତରପ୍ରଦେଶରୁ ଭାଜପାକୁ ଓପାଡ଼ି ଫିଙ୍ଗିବେ। ଗୁରୁବାର ଏଭଳି ଦୃଢ଼ୋକ୍ତି...

‘ଏକାକୀ ଜିତିପାରିବ କଂଗ୍ରେସ’

ଲକ୍ଷ୍ନୌ,୧୪।୧୧: ଯଦି କଂଗ୍ରେସକୁ ଜିତିବାର ଅଛି, ତେବେ ଏହାକୁ ଏକାକୀ ଲଢ଼ିବାକୁ ପଡ଼ିବ। ଏଭଳି କହି ନିର୍ବାଚନ ଲାଗି କଂଗ୍ରେସ ଅନ୍ୟ କୌଣସି ଦଳ ସହ...

ଦାନା ବାନ୍ଧୁଛି ସାମୁଦ୍ରିକ ଝଡ଼ ନିସର୍ଗ: ଜୁନ୍‌ ୩ ସନ୍ଧ୍ୟାରୁ ମହାରାଷ୍ଟ୍ର-ଗୁଜରାଟରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ,୧।୬: ଅମ୍ଫନ ପରେ ଏବେ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ସାମୁଦ୍ରିକ ଝଡ଼ ନିସର୍ଗ ଦାନା ବାନ୍ଧୁଛି। ଧୀରେଧୀରେ ଏହା ଘନିଭୂତ ହେବାରେ ଲାଗିଛି। ଜୁନ୍‌ ୩...

ଇତିହାସ ରଚିବେ ମହିଳା ପାଇଲଟ୍‌

ନୂଆଦିଲ୍ଲୀ, ୧୦ା୧: ଇତିହାସ ରଚିବାକୁ ଯାଉଛନ୍ତି ଏୟାର ଇଣ୍ଡିଆର ମହିଳା ପାଇଲଟ୍‌। କ୍ୟାପ୍‌ଟେନ୍‌ ଜୋୟା ଅଗ୍ରଓ୍ବାଲଙ୍କ ଟିମ୍‌ ବିଶ୍ୱର ଦୀର୍ଘତମ ରୁଟ୍‌ରେ ବିମାନ ଚଳାଇ କର୍ନାଟକର...

ପ୍ରକାଶ ପାଇଲା ଜେଇଇ ମେନ୍‌ ଫଳାଫଳ : ପରଫେକ୍ଟ ୧୦୦ ରଖିଛନ୍ତି ୬ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ, ୮।୩ : ଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ ପରୀକ୍ଷାର ଫଳାଫଳ ସୋମବାର ପ୍ରକାଶ ପାଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସ (ଏନ୍‌ଟିଏ) କର୍ମକର୍ତ୍ତାଙ୍କ ଅନୁଯାୟୀ,...

ସର୍ବାଧିକ ଫଲୋର୍ସରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୭୨ ବର୍ଷରେ ପାଦ ଦେଇଛନ୍ତି। ୨୬ ମେ ୨୦୧୪ରେ, ସେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ...

ମୁଣ୍ଡକା ଅଗ୍ନିକାଣ୍ଡରେ ପୋଲିସକୁ ବଡ ସଫଳତା: ବିଲଡିଂ ମାଲିକ ଗିରଫ

ନୂଆଦିଲ୍ଲୀ,୧୫ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡରେ ପୋଲିସକୁ ବଡ ସଫଳତା ମିଳିଛି । ଉକ୍ତ ବିଲଡିଂର ମାଲିକ ମନିଷ ଲାକଡାଙ୍କୁ ପୋଲିସ ଗିରଫ କରିଥିବା...

ଗତ ୪ ବର୍ଷ ମଧ୍ୟରେ ସବୁ ପରିବାରକୁ ମିଳିଛି ଶୌଚାଳୟ, ସବୁ ଗାଁରେ ପହଞ୍ଚିଛି ବିଜୁଳି: ମୋଦି

ନୂଆଦିଲ୍ଲୀ,୨୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଭିନ୍ନ ଜିଲାର ଜିଲାଧିକାରୀଙ୍କ ସହ ଭିଡିଓ କନଫରେନସିଂ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ମୋଦି...

Advertisement
Archives

Model This Week