ଭି.ଜି. ସିଦ୍ଧାର୍ଥଙ୍କ ମୃତ୍ୟୁର କାରଣ: ଋଣ ଜାଲରେ ଛନ୍ଦି ହୋଇଥିଲେ

ନୂଆଦିଲ୍ଲୀ,୧।୮: ଦେଶର ପ୍ରଖ୍ୟାତ କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥ ଆମତ୍ହତ୍ୟାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି, ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି କାହିଁକି ସେ ନେଲେ। ନିଜର ବ୍ୟବସାୟ ବୃଦ୍ଧି ପାଇଁ ଗତ ବର୍ଷେ ହେବ ସେ ସ୍ବଳ୍ପମିଆଦୀ ଋଣ ନେଇ ଚାଲିଲେ। ସମୟ ଏପରି ଆସିଲା ଯେ, ସେ ଋଣ ଜାଲରେ ଛନ୍ଦି ହୋଇଗଲେ। ଏହାକୁ ପରିଶୋଧ ପାଇଁ ସେ ନିଜର ସମ୍ପତ୍ତି ବିକ୍ରି କରିବାକୁ ଯଥାସାଧ୍ୟ ପ୍ରୟାସ କରିଥିଲେ। ସେଥିରେ ସେ ବିଫଳ ହେବାରୁ ଚାପଗ୍ରସ୍ତ ହୋଇଥିଲେ ବୋଲି ମନେକରାଯାଉଛି। ଏହାଛଡ଼ା ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ବୁଡିଯିବା କାରଣରୁ ତାଙ୍କୁ ନଗଦ ସଙ୍କଟର ସାମ୍ନା କରିବାକୁ ପଡିଥିଲା। କେଉଁଠାରୁ ହେଲେ ତାଙ୍କୁ ଗୋଟିଏ ଋଣ ପରିଶୋଧ ପାଇଁ ଅନ୍ୟ ଋଣ ମିଳୁ ନ ଥିଲା।
କ୍ୟାଫେ କଫି ଡେ ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ନିକଟତମ ସୂତ୍ର ଅନୁଯାୟୀ, ଋଣ ଜାଲରୁ ବାହାରି ଆସିବା ଲାଗି ସେ ତାଙ୍କର ରିଏଲ ଇଷ୍ଟେଟ ସମ୍ପତ୍ତିକୁ ବିକ୍ରି କରିବାକୁ ଚାହୁଁଥିଲେ। ଏଥିରେ ମଧ୍ୟ ସେ ବିଫଳ ହୋଇଥିଲେ। ସଫଳତା ମିଳିଥିଲେ ତାଙ୍କର ନଗଦ ସଙ୍କଟ ଅନେକ ପରିମାଣରେ କମିଥାନ୍ତା। ସେ ଆତ୍ମହତ୍ୟା କରିବା ଦିନ ପର୍ଯ୍ୟନ୍ତ ଦେଶର ଏକ ବଡ଼ ସଂସ୍ଥାଠାରୁ ୧୬୦୦ କୋଟି ଟଙ୍କାର ଋଣ ନେବାକୁ ପ୍ରୟାସ କରିଥିଲେ। ସେଥିରେ ସେ ସଫଳ ହୋଇ ନ ଥିଲେ।
ଅନୁସନ୍ଧାନରୁ ଜଣାପଡିଛି ଯେ, ସିସିଡିକୁ ପରିଚାଳନା କରୁଥିବା କଫି ଡେ ଏଣ୍ଟରପ୍ରାଇଜେସ ଲିମିଟେଡ(ସିଡିଇଏଲ୍‌)ରେ ସିଦ୍ଧାର୍ଥଙ୍କ ନେତୃତ୍ୱାଧୀନ ପ୍ରମୋଟର ଗ୍ରୁପ୍‌ର ୫୩.୯୩ ପ୍ରତିଶତ ଅଂଶଧନ ରହିଥିଲା। କିନ୍ତୁ ଷ୍ଟକ୍‌ ଏକ୍ସଚେଞ୍ଜରୁ ପ୍ରାପ୍ତ ସୂଚନାନୁଯାୟୀ ପ୍ରାୟ ଏହାର ୭୬ ପ୍ରତିଶତ ଅଂଶ ଋଣ ଲାଗି ବନ୍ଧକ ରଖାଯାଇଥିଲା। ଷ୍ଟକ ବଜାରରେ ତାଲିକାଭୁକ୍ତ ସିସିଡି ସହ ଲଜିଷ୍ଟିକ୍ସ, ହସ୍ପିଟାଲିଟି ଓ ଆର୍ଥିକ ସେବା କ୍ଷେତ୍ରରେ ସିଦ୍ଧାର୍ଥଙ୍କ ବ୍ୟବସାୟ ବୃଦ୍ଧି ଘଟିଥିଲା। ସିଡିଇଏଲ୍‌ରେ ସିଦ୍ଧାର୍ଥଙ୍କର ୩୨.୭୪ ପ୍ରତିଶତ ଅଂଶଧନ ଥିବା ଏବଂ ଏହାର ୭୧.୪ ପ୍ରତିଶତ ଅଂଶକୁ ସେ ବନ୍ଧକ ରଖି ଋଣ ନେଇଥିଲେ। ବର୍ଷକ ପୂର୍ବରୁ ସ୍ଥିତି ଏହା ନ ଥିଲା। ଏହା ପୂର୍ବରୁ କମ୍ପାନୀରେ ଥିବା ନିଜର ଅଂଶଧନର କେବଳ ୩୮.୬୬ ପ୍ରତିଶତ ଅଂଶ ସେ ବନ୍ଧକ ରଖିଥିଲେ। ସାଧାରଣ ଲୋକେ ବିପଦ ବେଳେ ସୁନା ବନ୍ଧକ ରଖି ଋଣ ନେଇ କାମ ଚଳାଉଥିବା ପରି କମ୍ପାନୀ ମାଲିକମାନେ ଆବଶ୍ୟକ ସ୍ଥଳେ ଶେୟାର ବନ୍ଧା ରଖିବାରେ କୌଣସି ଅସୁବିଧା ନାହିଁ। ତେବେ ଶେୟାର ମୂଲ୍ୟ ହ୍ରାସ ପାଇବା କ୍ଷେତ୍ରରେ ଶେୟାରଧାରୀ ବନ୍ଧକ ଶେୟାରକୁ ବଜାରକୁ ବିକ୍ରି କରିଦେବାର ବିପଦ ରହିଛି। ଏହାଦ୍ୱାରା କମ୍ପାନୀର ମାଲିକାନା ଅନ୍ୟ ହାତକୁ ଚାଲିଯାଇପାରେ। ଏଭଳି ଏକ ଚାପକୁ ସିଦ୍ଧାର୍ଥ ବରଦାସ୍ତ କରିଚାଲିଥିଲେ। ୨୦୧୫ରେ ସିସିଡିର ଆଇପିଓ ଆସିଥିଲା। ସେତେବେଳେ ପ୍ରକାଶ କରାଯାଇଥିବା ଦସ୍ତାବିଜ ଅନୁଯାୟୀ କମ୍ପାନୀ ଉପରେ ୬୩୨୮ କୋଟି ଟଙ୍କାର ଋଣ ଥିବା ଦର୍ଶାଯାଇଥିଲା। ଆର୍ଥିକ ବର୍ଷ ୨୦୧୮ରେ କମ୍ପାନୀର ଋଣ ପରିମାଣ ୪୦୦୪ କୋଟି ଟଙ୍କା ଥିବା ବେଳେ ଆର୍ଥିକ ବର୍ଷ ୨୦୧୯ରେ ଏହା ୬୫୪୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଆଇପିଓ ମାଧ୍ୟମରେ କମ୍ପାନୀ ୧୧୫୦ କୋଟି ଟଙ୍କା ହାସଲ କରିଥିଲା। ତନ୍ମଧ୍ୟରୁ ସିସିଡି ୬୩୩ କୋଟି ଟଙ୍କା ଋଣ ପରିଶୋଧରେ ବିନିଯୋଗ କରିଥିଲା। ୨୦୧୫ରେ ଆଇପିଓ ଆସିବା ପୂର୍ବରୁ କମ୍ପାନୀର ଋଣ ପରିମାଣ ୪୧୧୫ କୋଟି ଟଙ୍କା ଥିଲା। ବିଗତ ଏକବର୍ଷ ମଧ୍ୟରେ ସିସିଡିର ସ୍ବଳ୍ପମିଆଦୀ ଋଣ ପରିମାଣ ୫ ଗୁଣା ବୃଦ୍ଧି ପାଇ ୩୮୯୦ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଏହି ଋଣକୁ ଆସନ୍ତା ବର୍ଷକ ମଧ୍ୟରେ ପରିଶୋଧ କରିବାକୁ ପଡିବ। ଏହି କାରଣରୁ ସିଦ୍ଧାର୍ଥ ନିଜର ରିଏଲ ଇଷ୍ଟେଟ ସମ୍ପତ୍ତିକୁ ବିକ୍ରି କରିବାକୁ ଚାହୁଁଥିଲେ। ବେଙ୍ଗାଲୁରୁରେ ଥିବା ୧୨୦ ଏକର ଜମି ମଧ୍ୟରୁ ଡେଭଲପ୍‌ ହୋଇଥିବା ୪ ମିଲିୟନ ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ଗ୍ଲୋବାଲ ଟେକ୍‌ ଭିଲେଜକୁ ୨୮୦୦ କୋଟି ଟଙ୍କାରେ ବିକ୍ରି କରିବାକୁ ସିଦ୍ଧାର୍ଥ ପ୍ରୟାସ ଚଳାଇଥିଲେ। ତେବେ ବିକ୍ରି ସଫଳ ହୋଇପାରି ନ ଥିଲା। ଘରୋଇ ଇକ୍ୱିଟି କମ୍ପାନୀ ବ୍ଲାକ୍‌ଷ୍ଟୋନ୍‌ ଏବଂ ସ୍ଥାନୀୟ ଡେଭଲପର ସାଲାରପୁରିଆ ସତ୍ତ୍ୱ ଏହାକୁ କିଣିବା ରେସ୍‌ରେ ଥିଲେ। ସେହିପରି ସିସିଡିର କିଛି ଅଂଶଧନ ବିକ୍ରି ପାଇଁ ସିଦ୍ଧାର୍ଥ ଆମେରିକାର ସଫ୍ଟ ଡ୍ରିଙ୍କ କମ୍ପାନୀ କୋକାକୋଲା ସହ ଆଲୋଚନା ଚଳାଇଥିଲେ। ଏକାସାଙ୍ଗରେ ଦୁଇଟା ଡିଲ୍‌ କାର୍ଯ୍ୟକାରୀ ହୋଇ ନ ପାରିବା ସିଦ୍ଧାର୍ଥଙ୍କ ମାନସିକ ଚାପକୁ ଆହୁରି ବଢ଼ାଇ ଦେଇଥିଲା। ଋଣ କରି ସେ ତାଙ୍କର ବ୍ୟବସାୟ ବଢ଼ାଇ ଚାଲିଥିଲେ। ସିକାଲ ଲଜିଷ୍ଟିକ୍ସକୁ କିଣିବା ପରେ ଦକ୍ଷିଣ ଆମେରିକାର ଆମାଜନ ଫରେଷ୍ଟରେ ୧.୮୫ ମିଲିୟନ ହେକ୍ଟର ଜଙ୍ଗଲ ଜମିକୁ ୩୦ ବର୍ଷିଆ ଲିଜ୍‌ରେ ନେଇଥିଲେ। ଆସନ୍ତା ୭ ବର୍ଷ ମଧ୍ୟରେ ସମସ୍ତ ବ୍ୟବସାୟରୁ ବାର୍ଷିକ ୧୦୦ କୋଟି ଡଲାର ରାଜସ୍ବ ଆଦାୟ ହେବ ବୋଲି ତାଙ୍କର ଆଶାଥିବା ସିଦ୍ଧାର୍ଥ ଫୋବର୍‌ସ ମାଗାଜିନ୍‌କୁ ୨୦୧୧ରେ ସାକ୍ଷାତକାର ଦେଇ କହିଥିଲେ। ତେବେ ତାଙ୍କ ଯୋଜନାନୁଯାୟୀ ସବୁକିଛି ଠିକ୍‌ରେ ଚାଲି ନ ଥିଲା। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସିସିଡି ୨୦୪୩ କୋଟି ଟଙ୍କା ରାଜସ୍ବ ଆୟ ହୋଇଥିଲା। ସେହିପରି କେତେକ ବ୍ୟବସାୟ କଳେବର ବୃଦ୍ଧି କରାଯାଇଥିଲେ ମଧ୍ୟ ଏହା ଲାଭଜନକ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲାଏନ୍ସ ଫାଉଣ୍ଡେଶନର ବୃହତ୍‌ ଛାତ୍ରବୃତ୍ତି ପ୍ରତିବଦ୍ଧତା

ମୁମ୍ବାଇ,୩୦।୧୨:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ପ୍ରତିଷ୍ଠାତା ଚେୟାରମ୍ୟାନ ଧୀରୁଭାଇ ଅମ୍ବାନୀଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେଶନ ଆଗାମୀ ୧୦ବର୍ଷରେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ।...

ଅର୍ଥନୈତିକ ସର୍ଭେ ରିପୋର୍ଟ;୫ ଲକ୍ଷ କୋଟି ଡଲାର ଅର୍ଥନୀତିର ସ୍ବପ୍ନ

ନୂଆଦିଲ୍ଲୀ,୫-୭: ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେ.ଭି.ସୁବ୍ରମଣ୍ୟନଙ୍କ ଦ୍ୱାରା ପ୍ରସ୍ତୁତ ୨୦୧୮-୧୯ ଅର୍ଥନୈତିକ ସର୍ଭେ ରିପୋର୍ଟ ଗୁରୁବାର ସଂସଦରେ ଉପସ୍ଥାପିତ ହୋଇଛି। ଦେଶକୁ ୨୦୨୪-୨୫ ସୁଦ୍ଧା ୫...

ଆସିପାରେ ଲକ୍ଷେ କୋଟିର ଆଉ ଏକ ପ୍ୟାକେଜ

ନୂଆଦିଲ୍ଲୀ,୧୦।୪: ସରକାର ଆଗାମୀ ଦିନରେ ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଆଣିବା ନେଇ ସମ୍ଭାବନା ରହିଛି। ଏହି ପ୍ୟାଜେକ ୧ ଲକ୍ଷ କୋଟି ଟଙ୍କାର ହେବା ନେଇ...

ଏଏସ୍‌ବିଏମ୍‌ରେ ଗବେଷଣାତ୍ମକ ସ୍ନାତକ ପାଠ୍ୟକ୍ରମ

ଭୁବନେଶ୍ୱର,୧୯।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚଳିତ ଶିକ୍ଷାବର୍ଷ (୨୦୨୩-୨୪ ବର୍ଷ) ଠାରୁ ନୂତନ ଶିକ୍ଷା ତଥା ଗବେଷଣାତ୍ମକ ସ୍ନାତକ ପାଠ୍ୟକ୍ରମର...

ସାଇ ଇଣ୍ଟରନ୍ୟାଶନାଲ ହୋଟେଲ ଉଦ୍‌ଘାଟିତ

ପାରଳାଖେମୁଣ୍ଡି,୨୧ା୩(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରବିବାର ସାଇ ଇଣ୍ଟରନ୍ୟାଶନାଲ ହୋଟେଲ ଉଦ୍‌ଘାଟିତ ହୋଇଯାଇଛି। ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ...

ପ୍ରଯୁକ୍ତି ଶିଳ୍ପରେ ପ୍ରତିଭାଙ୍କୁ ଗୁରୁତ୍ୱ

ଭୁବନେଶ୍ୱର,୨୯।୫: ସଫ୍ଟୱେର କ୍ୟାରିୟର ଲାଗି ଦକ୍ଷତା ବିକାଶ ପ୍ଳାଟ୍‌ଫର୍ମ ନେକ୍ସଟ୍‌ୱେଭ୍‌ ବର୍ତ୍ତମାନ ସମୟରେ ଏକ ପ୍ରମୁଖ ସଂସ୍ଥା ଭାବେ ଉଭା ହୋଇଛି। ଏପରିକି ଗତ ଦୁଇ...

ସେନ୍‌କୋ ଗୋଲ୍ଡ ପକ୍ଷରୁ ମୂଲ୍ୟ ସୁରକ୍ଷା ଗ୍ୟାରେଣ୍ଟି

ଭୁବନେଶ୍ୱର,୨୬।୪: ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ମୂଲ୍ୟ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରାଯାଉଛି। ଗ୍ରାହକଙ୍କୁ ଅନ୍‌ଲାଇନରେ କ୍ରୟ ସୁବିଧା କମ୍ପାନୀ...

ପୁଞ୍ଜି ବଜାରରେ ୫,୦୭୨ କୋଟି ନିବେଶ କଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୨୧-୧୦: ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମାନେ ପୁଞ୍ଜି ବଜାରରେ ୫,୦୭୨ କୋଟି ଟଙ୍କାର ନିବେଶ କରିଛନ୍ତି। ନିବେଶକଙ୍କୁ ବଜାର ସହ...

Advertisement
Archives

Model This Week