ଭିସୁଟ୍‌ରେ ଆନ୍ଦୋଳନ ମହଙ୍ଗା ପଡ଼ିଲା: ଅଧ୍ୟାପକ ବହିଷ୍କୃତ,୨ ନିଲମ୍ବିତ; ୧୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ସମ୍ବଲପୁର,୧୧।୮(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ ଆନ୍ଦୋଳନ ଚଳାଇଥିବା ଅଧ୍ୟାପକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟପାଳ ତଥା କୁଳାଧିପତିଙ୍କ କାର୍ଯ୍ୟାଳୟର ଚିଠି ନମ୍ବର ଏସଡିଟିଇ-ଟିଏଚଇ-(ଆଇଆଇ)-୦୦୨୮/୨୦୧୯-୩୮୩୭ ତାରିଖ ୯।୮।୨୦୧୯ ଅନୁଯାୟୀ ଅଧ୍ୟାପକ ସଂଘ ସଭାପତି ପୁଷ୍ପରାଜ ଦାସଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ସମ୍ପାଦକ ପ୍ରଦୀପ ଦାସ ଓ ଉପସଭାପତି ପାଣ୍ଡବ ପାତ୍ରଙ୍କୁ ନିଲମ୍ବନ କରାଯାଇଛି। ଆନ୍ଦୋଳନରେ ସାମିଲ ଅନ୍ୟ ୧୫ ଜଣ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି।

ବିଶ୍ୱ ବିଦ୍ୟାଳୟ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିବା, ଅଧ୍ୟାପକଙ୍କୁ ପ୍ରଭାବିତ କରି ଆନ୍ଦୋଳନ କରିବା, କୁଳପତିଙ୍କ ବିରୋଧରେ ନାରାବାଜି କରିବା, ଗଣମାଧ୍ୟମ ଆଗରେ ମନ୍ତବ୍ୟ ଦେବା ଯୋଗୁ ଶିକ୍ଷା ଅନୁଷ୍ଠାନର ଗରିମା ଉପରେ ତାର ପ୍ରଭାବ ପଡିଛି। ଆଡମିଶନ ସମୟରେ ଏଭଳି ଆନ୍ଦୋଳନ ଯୋଗୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶିକ୍ଷାଦାନ ଓ ଖାତା ଦେଖା କାର୍ଯ୍ୟରେ ବାଧା ଦେବା ଭଳି କାରଣକୁ ଭିତ୍ତି କରି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୁଳାଧିପତିଙ୍କ ଏପରି କାର୍ଯ୍ୟାନୁଷ୍ଠାନ ପରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ଭିସୁଟ୍‌ ପରିସରରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଜୁଲାଇ ୧୭ ତାରିଖଠାରୁ ଅଧ୍ୟାପକ ସଂଘ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା। ବିଶେଷ କରି କୁଳପତି ଅଟଳ ଚୌଧୁରୀଙ୍କୁ ହଟାଇବାକୁ ସେମାନେ ଦାବି କରି ଆସୁଥିଲେ। ଏହା ସହ ଡିନ୍‌ ଏକାଡେମିକ୍ସଙ୍କୁ ତାଙ୍କ ପଦରୁ ନିବୃତ୍ତ କରିବା, ଡ. ଏସ.ପି. ପାଣିଗ୍ରାହୀ ଓ ଡ. ରାକେଶ ମହାନ୍ତିଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯିବା, ପିଏଆର ଫର୍ମାଟରେ କରିଥିବା ପରିବର୍ତ୍ତନକୁ ପ୍ରତ୍ୟାହାର କରିବା, ପିଏଚ୍‌ଡି ସମ୍ମାନ ପାଇଁ ୟୁଜିସି ନିୟମ ପାଳନ କରିବା, ସର୍ବନିମ୍ନ ସୁବିଧା ଯୋଗାଇ ଦେବା, ଫାକଲ୍ଟି କାଉନସେଲିଂ ବିନା କୌଣସି ନିଷ୍ପତ୍ତି ନ ନେବା, ଷ୍ଟାଚ୍ୟୁଟୋରୀ ବଡି ବୈଠକରେ ଅଡିଓ ଓ ଭିଡିଓ ରେକର୍ଡ କରିବା, ଏକାଡେମିକ୍ସ ପ୍ରସଙ୍ଗରେ ପୁରାତନ ଛାତ୍ର ସଂଘ ମୁଣ୍ଡ ନ ପୂରାଇବା ଭଳି ଦାବି ରହିଥିଲା। ଏହି ସବୁ ଦାବି ଉପରେ ପ୍ରଶାସନିକସ୍ତରରେ ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା। ତତ୍କାଳୀନ ଉପଜିଲାପାଳ ପ୍ରଦୀପ କୁମାର ସାହୁ ପ୍ରଥମେ ଅଧ୍ୟାପକଙ୍କ ସହ ଆଲୋଚନା କରିଥିଲେ। ହେଲେ ଅଧ୍ୟାପକ ସଂଘ ସମସ୍ତ ୧୦ ଦଫା ଦାବି ପୂରଣ ପାଇଁ ଜିଦ୍‌ ଧରିଥିଲା। କୁଳପତି ଅଟଳ ଚୌଧୁରୀଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା। ହେଲେ ସମସ୍ତ ଦାବି ପୂରଣ କରି ହେବ ନାହିଁ ବୋଲି ସେ କହିଥିଲେ। ଜୁଲାଇ ୨୪ ତାରିଖରେ ରାଜ୍ୟପାଳ ତଥା କୁଳାଧିପତିଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ସି.ଆର. ମହାପାତ୍ର, ଦକ୍ଷତା ବିଭାଗ ଯୁଗ୍ମସଚିବ ଅଜୟ କୁମାର ନାଏକ ଭିସୁଟ୍‌ରେ ପହଞ୍ଚି ରିପୋର୍ଟ ସଂଗ୍ରହ କରିଥିଲେ। କୁଳପତି ଚୌଧୁରୀ ଓ ଆନ୍ଦୋଳନ କରୁଥିବା ଅଧ୍ୟାପକମାନଙ୍କଠାରୁ ପୃଥକ ପୃଥକ ଭାବେ ରିପୋର୍ଟ ନେଇଥିଲେ। ଶେଷରେ ଏହି ରିପୋର୍ଟକୁ ଆଧାର କରି କୁଳାଧିପତିଙ୍କ କାର୍ଯ୍ୟାଳୟ ଆନ୍ଦୋଳନରତ ଅଧ୍ୟାପକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଏ ନେଇ ସଂଘର ସମ୍ପାଦକ ପ୍ରଦୀପ ଦାସ କହିଛନ୍ତି, ଏପରି କାର୍ଯ୍ୟାନୁଷ୍ଠାନ ଅଗଣତାନ୍ତ୍ରିକ, ଆମକୁ କୌଣସି କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇନାହିଁ। ଗଣତନ୍ତ୍ରରେ ସ୍ବର ଉତ୍ତୋଳନ କରିବା ସମସ୍ତଙ୍କର ଅଧିକାର ରହିଛି। ଆମେ ପ୍ରଥମରୁ ଶୃଙ୍ଖଳିତ ଭାବେ ଆନ୍ଦୋଳନ ଚଳାଇ ଆସିଥିଲୁ। ତଥାପି ଆମମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri