Posted inଜାତୀୟ

ଭିଭିଆଇପିଙ୍କ ଯାତ୍ରା ପାଇଁ ଏୟାର ଇଣ୍ଡିଆର ୮୨୨ କୋଟି ବାକି

ନୂଆଦିଲ୍ଲୀ,୭-୨(ପି.ଟି.):ଦେଶର ଭିଭିଆଇପିମାନଙ୍କ ଉପରେ ଚାର୍ଟର ଫ୍ଲାଇଟ୍ସ ଭଡ଼ା ବାବଦକୁ ଏୟାର ଇଣ୍ଡିଆର ୮୨୨ କୋଟି ଟଙ୍କା ବାକି ଅଛି। ଆର୍ଥିକ ଅନଟନ ଦେଇ ଗତି କରୁଥିବା ଉକ୍ତ ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥାରୁ ସରକାର ପୁଞ୍ଜିପ୍ରତ୍ୟାହାର କରୁଥିବାବେଳେ ସୂଚନା ଅଧିକାର (ଆର୍‌ଟିଆଇ) ବଳରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।
ଭିଭିଆଇପିଙ୍କ ଉପରେ ନ୍ୟାଶନାଲ କ୍ୟାରିୟରର କେତେ ଟଙ୍କା ବାକି ଅଛି ବୋଲି ଅବସରପ୍ରାପ୍ତ କମୋଡର ଲୋକେଶ ବାତ୍ରା ଆର୍‌ଟିଆଇରେ ଏୟାର ଇଣ୍ଡିଆକୁ ତଥ୍ୟ ମାଗିଥିଲେ। ୨୦୧୯ ନଭେମ୍ବର ୩୦ ସୁଦ୍ଧା ଭିଭିଆଇପିମାନଙ୍କ ଉପରେ ଚାର୍ଟର ବିମାନ ଭଡ଼ା ବାବଦରେ ୮୨୨ କୋଟି ଟଙ୍କା ବକେୟା ଥିବା ବିମାନ ଚଳାଚଳ ସଂସ୍ଥା ଉତ୍ତର ଦେଇଛି। ସେହିପରି ଜରୁରୀ ସମୟରେ ପ୍ରଭାବିତଙ୍କୁ ସ୍ଥାନାନ୍ତର ଲାଗି ବ୍ୟବହୃତ ବିମାନ ଖର୍ଚ୍ଚ ବାବଦରେ ୯.୬୭ କୋଟି ଏବଂ ବିଦେଶୀ ଅତିଥିଙ୍କୁ ନେବାଆଣିବାରେ ୧୨.୬୫ କୋଟି ଟଙ୍କା ବକେୟା ରହିଥିବା ଏଥିରେ ସୂଚନା ଦିଆଯାଇଛି। ଭିଭିଆଇପି ଚାର୍ଟର ଫ୍ଲାଇଟ୍ସ ଅଧୀନରେ ଏୟାର ଇଣ୍ଡିଆ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ବିମାନ ଦେଇଥାଏ। ଏହି ବିମାନ ଖର୍ଚ୍ଚର ଦେୟ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ପଇଠ କରାଯାଇଥାଏ। କେବଳ ଭିଭିଆଇପି ଚାର୍ଟର ଫ୍ଲାଇଟ୍ସର ବିଲ୍‌ ବକେୟା ରହିଛି ତାହା ନୁହେଁ, ବରଂ ସରକାରୀ ଅଧିକାରୀମାନଙ୍କ ଯାତ୍ରା ପାଇଁ ଟିକେଟ ବାବଦକୁ ମଧ୍ୟ ଅର୍ଥ ପଇଠ କରାଯାଇ ନାହିଁ। ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଏହି ବାବଦ ବକେୟା ରାଶିର ପରିମାଣ ୫୨୪.୧୪ କୋଟି ଟଙ୍କା ରହିଛି। ଏଥିରୁ ୨୩୬.୧୬ କୋଟି ଟଙ୍କା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବକେୟା ଥିବା ଏୟାର ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏୟାରଲାଇନ୍ସ ଆହୁରି କହିଛି ଯେ, ପ୍ରାୟ ୨୮୧.୮୨ କୋଟି ଟଙ୍କା ଆଉ ଆଦାୟ ହେବ ନାହିଁ ବୋଲି ଧରି ନେଇ ଏୟାର ଇଣ୍ଡିଆର ଆକାଉଣ୍ଟ ଖାତାରେ ଉଲ୍ଲେଖ କରାଯାଇଛି।
ପ୍ରକାଶ ଯେ, ୨୦୧୯ ଡିସେମ୍ବର ୫ ସୁଦ୍ଧା ଏୟାର ଇଣ୍ଡିଆର ନେଟ୍‌ କ୍ଷତିର ପରିମାଣ ୮, ୫୫୬.୩୫ କୋଟି ଟଙ୍କା ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଅତ୍ୟଧିକ ସୁଧ ବୋଝ, ବିମାନ ଚଳାଚଳ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଏବଂ ଭାରତୀୟ ଟଙ୍କା ଦୁର୍ବଳ ହେବା ଯୋଗୁ ବିନିମୟ ମୂଲ୍ୟ ଉପରେ ପ୍ରତିକୂଳ ପ୍ରଭାବକୁ ଏହି କ୍ଷତି ପାଇଁ ମୁଖ୍ୟତଃ ଦାୟୀ ବୋଲି ବୁଧବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ରେ ବିଏମ୍‌ଏସ୍‌ର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୧୬ା୫: କରୋନା ଭାଇରସ୍‌ ଯୋଗୁ ଜାରି ଲକ୍‌ଡାଉନ୍‌ ଫଳରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପରିପ୍ରେକ୍ଷୀରେ ୯ ରାଜ୍ୟ ସେମାନଙ୍କ ଶ୍ରମ ଆଇନରେ ସଂଶୋଧନ ଆଣିଛନ୍ତି। ଭାଜପାର...

କାର୍‌ ମାଲିକ ନାଁରେ କଟିଲା ସବୁଠାରୁ ଅଧିକ ଟଙ୍କାର ଚାଲାଣ

ଅହମ୍ମଦାବାଦ,୩୦।୧୧: ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ପୋଲିସ ଲୋକଙ୍କଠାରୁ ପୂର୍ବାପେକ୍ଷା ଅଧିକ ଚାଲାଣ କାଟିବା ଆରମ୍ଭ କରିଛି। ପ୍ରତିଦିନ...

ହିସାରରେ ମିଳିବ ଗଧ କ୍ଷୀର: ୧ ଲିଟରର ଦାମ ୭ ହଜାର ଟଙ୍କା!

ହିସାର,୨୩।୮: ଆମେ ସମସ୍ତେ ଗାଈ, ମଇଁଷି ଅବା ଛେଳି କ୍ଷୀରର ବ୍ୟବହାର ବିଷୟରେ ଜାଣିଛେ। ହେଲେ ଗଧ କ୍ଷୀର କଥା ଶୁଣିଲେ ସାମାନ୍ୟ ଭ୍ରୁକୁଞ୍ଚନ ସୃଷ୍ଟି...

ପରିବାରବର୍ଗଙ୍କୁ ଫେରାଯିବ ଦୁଇ ବ୍ୟବସାୟୀଙ୍କ ଶବ

ଶ୍ରୀନଗର,୧୮।୧୧: ଜମ୍ମୁ-କଶ୍ମୀରର ହାଇଦରପୋରା କମ୍ପ୍ଲେକ୍ସରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀଙ୍କ ସହ ୨ ବ୍ୟବସାୟୀ ପ୍ରାଣ ହରାଇଥିଲେ। ଶ୍ରୀନଗର ପୋଲିସ ଉଭୟ ବ୍ୟବସାୟୀ (ମହମ୍ମଦ ଅଲତାଫ...

‘ଚାଷୀ ଆନ୍ଦୋଳନ ଶେଷ ହେଲେ ଭାଜପା ସହ ମେଣ୍ଟ’

ନୂଆଦିଲ୍ଲୀ,୨୦।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର ନୂଆ ରାଜନୈତିକ ଦଳ ଗଠନ କରିବେ। ଯଦି ଚାଷୀ ଆନ୍ଦୋଳନର ସମାଧାନ ହୋଇଯାଏ, ତେବେ ସେ...

ଏଏପି ବିଧାୟକ ଦଳ ନେତା ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୨: ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ୬୨ ନବନିର୍ବାଚିତ ବିଧାୟକଦଳର ନେତା ଭାବେ ଅରବିନ୍ଦ କେଜରିଓ୍ବାଲଙ୍କୁ ନିର୍ବାଚିତ କରାଯାଇଛି। ବୁଧବାର କେଜରିଓ୍ବାଲଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ...

ରେଷ୍ଟୁରାଣ୍ଟ, ବାର୍‌ ବନ୍ଦ ଘୋଷଣା: ଘରୁ କାମ କରିବେ କର୍ମଚାରୀ

ମୁମ୍ବାଇ,୪।୪: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି । ଏହା ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ...

କରୋନା ଆତଙ୍କ: ଫେରିଗଲା ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ,୨୬।୪: ନିକଟ ଅତୀତରେ ଆବୁ ଧାବିରୁ ଭାରତ ଆସିଥିବା ୩ ମୃତଦେହ ପୁଣିଥରେ ଆବୁଧାବି ଫେରିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୩ ପ୍ରବାସୀ...

Advertisement


Archives

Model This Week