Posted inଖେଳ

ଭାରତ ୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବ

ନୂଆଦିଲ୍ଲୀ, ୩।୫:ଭାରତ ୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବ। କୋଭିଡ୍‌-୧୯ ଆଶଙ୍କା ଦୂର ହେବା ପରେ ଭାରତ ଯେପରି ଅଲିମ୍ପିକ୍ସ ସମେତ ଅନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ବିଡ୍‌ରେ ସଫଳ ହେବ ସେଥିପାଇଁ ଉଦ୍ୟମ କରାଯିବ ବୋଲି ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ସଭାପତି ନରିନ୍ଦର ବାତ୍ରା ପ୍ରକାଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଇତିମଧ୍ୟରେ ୧୦ ବର୍ଷ ବିତି ଯାଇଛି। ଭାରତ ଏଥିରୁ ଅନେକ କିଛି ଶିଖିଛି ମାତ୍ର ବଡ଼ ଇଭେଣ୍ଟ ଆୟୋଜନ ଆଶାରୁ ନିବୃତ୍ତ ହୋଇନାହିଁ। ଆମେ ଏହାକୁ ଗୁରୁତ୍ୱର ସହ ନେଉଛୁ । ୨୦୨୬ ୟୁଥ୍‌ ଅଲିମ୍ପିକ୍ସ ଏବଂ ୨୦୩୨ ଅଲିମ୍ପିକ୍ସ ଆୟୋଜନ ପାଇଁ ଆମେ ଦୃଢ଼ ଆଶାୟୀ ବୋଲି ସେ କହିଛନ୍ତି। ଭାରତ ଏ ସମ୍ପର୍କରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟିକୁ ଲିଖିତଭାବେ ଜଣାଇ ଦେଇଛି। ୨୦୨୬ ଗେମ୍ସ ପାଇଁ ଥାଇଲାଣ୍ଡ, ରୁଷିଆ ଓ କଲମ୍ବିଆ ସହିତ ଭାରତର ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ୨୦୩୨ ଅଲିମ୍ପିକ୍ସ ପାଇଁ କୁଇନ୍ସଲାଣ୍ଡ, ଶାଙ୍ଘାଇ ଏବଂ ସମ୍ଭାବ୍ୟ ସିଓଲ-ପ୍ୟୋଙ୍ଗୟାଙ୍ଗ ମିଳିତ ବିଡ୍‌ ସହିତ ଭାରତର ମୁକାବିଲା ହେବ। ଅଲିମ୍ପିକ୍ସ ପାଇଁ କାଗତପତ୍ର ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ତେବେ କରୋନା ଭାଇରସ ସଂକ୍ରମଣ ପ୍ରଭାବରୁ ଅନ୍ୟ କାର୍ଯ୍ୟ ଧିମେଇ ଯାଇଛି। ୨୦୨୫ ସୁଦ୍ଧା ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ ବୋଲି ବାତ୍ରା କହିଛନ୍ତି ।
ଆସନ୍ତା ଡିସେମ୍ବର ମଧ୍ୟରେ କୌଣସି କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ ହେବନାହିଁ ବୋଲି ବାତ୍ରା ଆଶା କରୁଛନ୍ତି। ତେଣୁ ଏବେ ଏକ ଟିମ୍‌ ଗଠନ କରାଯିବ। ଏହି ଟିମ୍‌ ବିଭିନ୍ନ ଭେନ୍ୟୁ ବୁଲି ରିପୋର୍ଟ ପ୍ରଦାନ କରିବ। ”କୌଣସି ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା ସରକାରଙ୍କ ସହିତ ଅଲିମ୍ପିକ୍ସ ସମ୍ପର୍କରେ ଆଲୋଚନାର ଏହା ସମୟ ନୁହେଁ। ଆତଙ୍କ ସୃଷ୍ଟି କରିଥିବା କରୋନାର ମୁକାବିଲା ଏବେ ସମଗ୍ର ବିଶ୍ୱର ପ୍ରମୁଖ ଚିନ୍ତା“ ବୋଲି ବାତ୍ରା ପ୍ରକାଶ କରିଛନ୍ତି। ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ବିବାଦ ମଧ୍ୟରେ ରହିଥିଲା। ପ୍ରସ୍ତୁତିରେ ବିଳମ୍ବ, ନିମ୍ନମାନର ଭିତ୍ତିଭୂମି ଏବଂ ଆର୍ଥିକ ଅନିୟମିତତା ପରି ଗୁରୁତର ଅଭିଯୋଗ ଆସିଥିଲା। ନିକଟରେ ଦିଲ୍ଲୀଠାରୁ ୨୦୨୧ ବିଶ୍ୱ ବକ୍ସିଂ ଚାମ୍ପିୟନଶିିପ୍‌ ଆୟୋଜନ ଅଧିକାର ହଟାଇ ନିଆ ଯାଇଥିଲା। ଆୟୋଜକମାନେ ନିର୍ଦ୍ଧାରିତ ସମୟରେ ଆୟୋଜନ ଫି’ ଦେଇ ପାରି ନ ଥିବା ପ୍ରକାଶ କରାଯାଇଥିଲା। ବକ୍ସିଂ ବିବାଦ ସମ୍ପର୍କରେ କିଛି କହି ନ ଥିଲେ ହେଁ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନରୁ ଆମେ ଅନେକ କିଛିି ଶିଖିଛୁ ବୋଲି ବାତ୍ରା କହିଛନ୍ତି। ଭାରତ ଅଲିମ୍ପିକ୍ସ ପରି ବଡ଼ ଇଭେଣ୍ଟ ଆୟୋଜନ ପାଇଁ ସକ୍ଷମ ବୋଲି ସେ ପ୍ରକାଶ କରିଛନ୍ତି। କରୋନା ଭାଇରସ ସଂକ୍ରମଣ ପ୍ରଭାବ ଯୋଗୁ ଟୋକିଓ ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚତ୍ଛି। ତେବେ ଏହି କ୍ରୀଡ଼ା ମହାକୁମ୍ଭରୁ ଭାରତ ୧୦ରୁ ଅଧିକ ପଦକ ପାଇବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ପାଖାପାଖି ୮୦ ଭାରତୀୟ ଆଥଲେଟ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନଙ୍କୁ ଡାଇରେକ୍ଟର ଓ ମୁଖ୍ୟ କୋଚ୍‌ମାନେ ଗାଇଡ୍‌ କରୁଛନ୍ତି। ତେଣୁ ଭାରତର ପଦକ ସଂଖ୍ୟା କମିବା ସମ୍ଭାବନା ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri