Posted inଖେଳ

ଭାରତ ବିପକ୍ଷ ଦିନିକିଆ ସିରିଜ: ଅଷ୍ଟ୍ରେଲିଆ ଦଳରେ ଲାବୁସାନେ ସାମିଲ

ମେଲବୋର୍ନ, ୧୭।୧୨ (ପି.ଟି.)- ଆସନ୍ତା ମାସରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସି ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏହି ସୀମିତ ଓଭର ସିରିଜ ଲାଗି ମଙ୍ଗଳବାର ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷଣା କରାଯାଇଛି। ଆରୋନ୍‌ ଫିଞ୍ଚ୍‌ଙ୍କ ନେତୃତ୍ୱରେ ଘୋଷିତ ୧୪ ଜଣିଆ ଦଳରେ ଇନ୍‌ଫର୍ମ ଓପନର୍‌ ମାର୍ନସ ଲାବୁସେନଙ୍କୁ ସାମିଲ କରାଯାଇଛି। ଚଳିତ ବର୍ଷ ଟେଷ୍ଟ କ୍ରିକେଟ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୋଗୁ ଡାହାଣହାତୀ ବ୍ୟାଟ୍ସମ୍ୟାନ ଲାବୁସାନେଙ୍କୁ ଚୟନକର୍ତ୍ତମାନେ ଦିନିକିଆରେ ଭରଷା କରିଛନ୍ତି।
ଆଫ୍ରିକା ଜନ୍ମିତ ୨୫ ବର୍ଷୀୟ ଲାବୁସାନେ ଗତବର୍ଷ ଟେଷ୍ଟ ପଦାର୍ପଣ କରିବା ପରଠାରୁ ୫୮.୦୫ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ସେ ନିଜର ଅନ୍ତିମ ୩ଟି ଟେଷ୍ଟରେ ଶତକ ହାସଲ କରି ଶ୍ରେଷ୍ଠ ଫର୍ମରେ ମଧ୍ୟ ରହିଛନ୍ତି। ସେହିଭଳି ଅଲ୍‌ରାଉଣ୍ଡର ସିନ୍‌ ଆବଟ୍ଟ ୫ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଜୋଶ୍‌ ହାଜେଲଉଡ୍‌ ଓ ସ୍ପିନର ଆଷ୍ଟନ ଅଗର ମଧ୍ୟ ଫେରିଛନ୍ତି। ତେବେ ଗ୍ଲେନ ମ୍ୟାକ୍ସଓ୍ବେଲ, ଉସମାନ ଖ୍ବାଜା, ଶନ୍‌ ମାର୍ଶ ଓ ନାଥନ ଲିୟନଙ୍କ ପରି ପ୍ରମୁଖ ଖେଳାଳିଙ୍କୁ ଏହି ସିରିଜରୁ ବାଦ୍‌ ଦିଆଯାଇଛି। ମାନସିକ ସ୍ବାସ୍ଥ୍ୟଜନିତ କାରଣ ଲାଗି କିଛିଦିନ କ୍ରିକେଟ୍‌ରୁ ଦୂରେଇ ଯାଇଥିବା ମ୍ୟାକ୍ସଓ୍ବେଲ ନିକଟରେ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କ ଖେଳ ଉପରେ ନଜରରେ ରଖାଯାଇଛି ବୋଲି ମୁଖ୍ୟ ଚୟନକର୍ତ୍ତା ଟ୍ରେଭର ହନ୍ସ କହିଛନ୍ତି। ଭାରତୀୟ ଦର୍ଶକ କିନ୍ତୁ ଦୁଇ ଷ୍ଟାର୍‌ ଖେଳାଳି ଡେଭିଡ୍‌ ଓ୍ବାର୍ନର ଓ ଷ୍ଟିଭ ସ୍ମିଥ୍‌ଙ୍କ ଖେଳ ଦେଖିପାରିବେ। ତିନି ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ମୁମ୍ବାଇଠାରେ ଜାନୁୟାରୀ ୧୪ରେ ଖେଳାଯିବ। ଏହାପରେ ରାଜକୋଟ୍‌ ଓ ବେଙ୍ଗାଲୁରୁଠାରେ ଯଥାକ୍ରମେ ଜାନୁୟାରୀ ୧୭ ଓ ୧୯ରେ ପରବର୍ତ୍ତୀ ୨ଟି ମ୍ୟାଚ୍‌ ଅନୁଷ୍ଠିତ ହେବ।
ଅଷ୍ଟ୍ରେଲିଆ ଦଳ: ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ସିଡ୍‌ ଆବଟ୍ଟ, ଆଷ୍ଟନ ଅଗର, ଆଲେକ୍ସ କେରୀ, ପାଟ୍‌ କୁମିନ୍ସ, ପିଟର ହ୍ୟାଣ୍ଡ୍ସକମ୍ବ, ଜୋଶ୍‌ ହାଜେଲଉଡ୍‌, ମାର୍ନସ ଲାବୁସାନେ, କେନ୍‌ ରିଚାର୍ଡଶନ, ଷ୍ଟିଭ୍‌ ସ୍ମିଥ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଡେଭିଡ୍‌ ଓ୍ବାର୍ନର ଓ ଆଡାମ ଜାମ୍ପା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri