Posted inଜାତୀୟ

‘ଭାରତରେ ମିଶିବା ପାଇଁ ପିଓକେ ଦାବି କରିବ’

ନୂଆଦିଲ୍ଲୀ,୧୫ା୬: ମୋଦି ସରକାର ଏପରି ବିକାଶମୂଳକ କାର୍ଯ୍ୟ କରିବେ ଯେ ଜମ୍ମୁ-କଶ୍ମୀରର ଚେହେରା ବଦଳିଯିବ। କଶ୍ମୀର ଉପତ୍ୟକାର ବିକାଶକୁ ଦେଖି ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ) ଅଧିବାସୀ ଭାରତରେ ମିଶିବାକୁ ଚାହିଁବେ ବୋଲି ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।
ଜମ୍ମୁ-କଶ୍ମୀର ପାଇଁ ଏକ ଜନ ସମ୍ବାଦ ରାଲିକୁ ଭିଡିଓ କନ୍‌ଫରେନ୍ସ ଜରିଆରେ ସମ୍ବୋଧିତ କରି ରାଜନାଥ କହିଛନ୍ତି, ଜମ୍ମୁ-କଶ୍ମୀର ଭଳି ପିଓକେ ମଧ୍ୟ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ପିଓକେବାସୀ ଯେତେବେଳେ ପାକିସ୍ତାନର ନିୟନ୍ତ୍ରଣରୁ ମୁକ୍ତ ହୋଇ ଭାରତର ଅଂଶ ହେବାକୁ ଚାହିଁବେ ସେତେବେଳେ ପାର୍ଲାମେଣ୍ଟର ଏହି ସଂକଳ୍ପନାମା ପୂରଣ ହେବ। ଜମ୍ମୁ-କଶ୍ମୀରର ବିକାଶ ଆମ ସରକାରଙ୍କ ପ୍ରାଥମିକତା। ଏହି ସନ୍ଦେଶ ଦେବାରେ ଆମ ସରକାର ସଫଳ ହୋଇଛନ୍ତି। ଆଗାମୀ ୫ ବର୍ଷରେ ଆମେ ଉପତ୍ୟକାରେ ଏପରି ବିକାଶ କରି ଏହାର ରୂପ ବଦଳାଇଦେବୁ ଯେ ପିଓକେର ଲୋକମାନେ ଈର୍ଷାନ୍ବିତ ହୋଇଯିବେ। ତା’ପରେ ସେମାନେ କହିବେ ଯେ, ଆମ ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବା ଦରକାର। ପିଓକେରେ ଦାବି ଉଠିବ ଯେ, ଏହି ଭୂଖଣ୍ଡକୁ ପାକିସ୍ତାନର କବ୍‌ଜାରୁ ମୁକ୍ତ କରାଯାଉ। ଆମେ ଭାରତ ସହ ମିଶି ରହିବାକୁ ଚାହୁଁ। ତେବେ ଦେଖାଯାଉ ଭବିଷ୍ୟତରେ କ’ଣ ହେଉଛି ବୋଲି ରାଜନାଥ କହିଛନ୍ତି।
ଗତବର୍ଷ ଅଗଷ୍ଟ ୪ରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ପାର୍ଲାମେଣ୍ଟରେ ଏକ ବିଲ୍‌ ଅଣାଯାଇଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହି ବିଲ୍‌ ଆଗତ ବେଳେ ପିଓକେ ଏବଂ ଚାଇନା ଦଖଲରେ ଥିବା ଅକ୍ସାଇ ଚୀନକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦୋହରାଇଥିଲେ। ଏହା ପୂର୍ବରୁ ପିଓକେ ଭାରତର ଅଂଶ ବୋଲି ପାର୍ଲାମେଣ୍ଟରେ ସଂକଳ୍ପନାମା ଗୃହୀତ ହୋଇଥିଲା। ପାକିସ୍ତାନ ନିୟନ୍ତ୍ରଣରେ ଥିବା ମୁଜାଫରାବାଦ ଓ ଗିଲ୍‌ଗିଟ୍‌ର ପାଣିପାଗ ନେଇ ଭାରତୀୟ ଟିଭି ଚ୍ୟାନେଲଗୁଡ଼ିକ ଏବେ ପୂର୍ବାନୁମାନ କରି ଓ୍ବେଦର ରିପୋର୍ଟ ପ୍ରସାର କରିବା ପରେ ପଡ଼ୋଶୀ ଦେଶର ତାପମାତ୍ରା ବଢ଼ିଯାଇଛି। ଏଥିଲାଗି ପାକିସ୍ତାନ ଆହୁରି ଅଧିକ ବଦମାସି କରିବାରେ ଲାଗିଛି। ଭାରତୀୟ ସୁରକ୍ଷା ବଳ ଏହାର କଡ଼ା ଜବାବ ଦେଉଛି ବୋଲି ଉପତ୍ୟକାରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ରାଜନାଥ ଇସ୍‌ଲାମାବାଦକୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦କୁ ଏକ କଳଙ୍କ ଭାବେ ଅଭିହିତ କରିବା ସହ ଏହାକୁ ହଟାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାହସକୁ ପ୍ରଶାଂସା କରିଛନ୍ତି। କଶ୍ମୀରରେ ପୂର୍ବରୁ ପାକିସ୍ତାନ ଓ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ପତାକା ଦେଖିବାକୁ ମିଳୁଥିଲା। ଏବେ ସେଠାରେ କେବଳ ତ୍ରିରଙ୍ଗା ଉଡ଼ୁଛି। ଏହି ପ୍ରସଙ୍ଗରେ ଭାରତ ପ୍ରତି କେତେକ ମୁସ୍‌ଲିମ୍‌ ଦେଶ ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକର ସମର୍ଥନ ବଢ଼ିବାରେ ଲାଗିଛି।
ଏହି ଅବସରରେ ମୋଦି ସରକାରଙ୍କ ସଫଳତା ବଖାଣିବାକୁ ଯାଇ ରାଜନାଥ କହିଛନ୍ତି, ଜମ୍ମୁ-କଶ୍ମୀରରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଏମ୍ସ ପ୍ରତିଷ୍ଠା ସହ କେନ୍ଦ୍ର ସରକାର ୨୦୧୪-୧୯ରେ ଏଠାରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ପୂର୍ବରୁ ଉପତ୍ୟକାରେ ଖର୍ଚ୍ଚ ହେଉଥିବା ଟଙ୍କା ଦୁର୍ନୀତିରେ ସରିଯାଉଥିଲା। ବିଚ୍ଛିନ୍ନତାବାଦୀ ଓ ଅନ୍ୟ ରାଜନେତାମାନେ ପାକିସ୍ତାନ ସପକ୍ଷରେ କହୁଥିଲେ। ସେମାନଙ୍କ ମେରୁଦଣ୍ଡ ଏବେ ଭାଙ୍ଗିଯାଇଛି। କାରଣ ଦୀର୍ଘ ୭୦ ବର୍ଷ ପୁରୁଣା ପ୍ରତିଶ୍ରୁତିକୁ ମୋଦି ସରକାର ପାଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ ଟ୍ରେନ୍‌ ପ୍ରକଳ୍ପ: ବିଳମ୍ବ ହେବ ୫ ବର୍ଷ

ଅହମଦାବାଦ , ୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଆକାଂକ୍ଷିତ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ଏବେ ବିଳମ୍ବରେ ଶେଷ ହେବ। କରୋନା ମହାମାରୀ ସଙ୍କଟ ଯୋଗୁ...

୩ ଆଫ୍ରିକୀୟ ଦେଶ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ,୨୮।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ୩ ଆଫ୍ରିକୀୟ ଦେଶ ଗସ୍ତରେ ବାହାରିଛନ୍ତି। ରାଷ୍ଟ୍ରପତି ବେନିନ୍‌, ଜାମ୍ବିଆ ଏବଂ ଗ୍ୟୁନିଆ ଆଦି ରାଷ୍ଟ୍ର ଗସ୍ତ କରିବାର...

ଜେଲ୍‌ ଯିବା ପୂର୍ବରୁ ଚିଦାମ୍ବରମ୍‌ଙ୍କୁ ଘାରିଲା ଭାରତର ଅର୍ଥନୀତି ଚିନ୍ତା

ନୂଆଦିଲ୍ଲୀ,୬।୯: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ଚିଦାମ୍ବରମଙ୍କୁ ଶେଷରେ କୋର୍ଟ ତିହାର ଜେଲକୁ ପଠାଇ ଦେଇଛନ୍ତି। ସେ ଦୀର୍ଘ ୧୪ ଦିନ କାଳ ଅର୍ଥାତ ସେପ୍ଟେମ୍ବର...

ନରେନ୍ଦ୍ର ମୋଦି ପ୍ରକୃତରେ ସରେଣ୍ଡର ମୋଦି: ରାହୁଲ

ନୂଆଦିଲ୍ଲୀ,୨୧।୬: ଭାରତ-ଚାଇନା ସୀମା ବିବାଦକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିଥର ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଲଦ୍ଦାଖର ଏଲ୍‌ଏସିରେ ୨୦ ଭାରତୀୟ...

୨ ଦିନ ପରେ କବରରୁ ଉଠିଲେ ମୃତ ବ୍ୟକ୍ତି !

କାନପୁର, ୯।୮: ଉତ୍ତରପ୍ରଦେଶରେ ପୋଲିସ ବିଭାଗର ମନମୁଖୀ ତଦନ୍ତ ଯୋଗୁ ସାଧାରଣ ଲୋକେ ହଇରାଣ ହେବାରେ ଲାଗିଛିନ୍ତି। ପୋଲିସ ବାବୁମାନେ ଜୀବିତ ଲୋକଙ୍କୁ କାଗଜପତ୍ରରେ ମୃତ...

ଗଙ୍ଗାଘାଟରେ ନିର୍ଭୟା ଦୋଷୀଙ୍କୁ ଫାଶୀ !

ବାରାଣାସୀ, ୮।୩: ନିର୍ଭୟା ଦୋଷୀଙ୍କ ପାଇଁ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ୪ ଦୋଷୀଙ୍କ ଫାଶୀ ଦିନ ଘୁଞ୍ଚିବାରେ ଲାଗିଥିବାରୁ ଏହାକୁ ବିରୋଧ କରି...

ଜମ୍ମୁ-କଶ୍ମୀରରେ ନେତାଙ୍କୁ ନଜରବନ୍ଦୀ ଘଟଣାକୁ ନିନ୍ଦା କଲେ ପୂର୍ବତନ ଅର୍ଥମନ୍ତ୍ରୀ

ଶ୍ରୀନଗର,୫।୮: ଜମ୍ମୁ-କଶ୍ମୀରରେ ନେତାଙ୍କୁ ନଜରବନ୍ଦୀ ରଖାଯିବା ଘଟଣାକୁ ନେଇ ରାଜନୈତିକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାକୁ କିଛି ନେତା ବିରୋଧ କରିଛନ୍ତି। ସୋମବାର...

ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ପ୍ରସ୍ତାବ ପାରିତ କଲା ଦେଶର ପ୍ରଥମ ଗାଁ

ଅହମ୍ମଦନଗର,୪।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ବିରୋଧରେ ମହାରାଷ୍ଟ୍ରର ଏକ ଗାଁରେ ପ୍ରସ୍ତାବ ପାରିତ ହୋଇଛି। ଅହମ୍ମଦନଗର ଜିଲାରେ ଥିବା ଇସ୍ଲାକ୍‌...


Coronavirus Update

Archives

Model This Week

Why Dharitri