Posted inଜାତୀୟ

ଭାରତରେ ‘କରୋନା’ ଆତଙ୍କ

ନୂଆଦିଲ୍ଲୀ,୨୬ା୧(ପି.ଟି.): ଚାଇନାରୁ ଫେରିଥିବା ଆଉ ୭ ଜଣଙ୍କୁ କେରଳର ବିଭିନ୍ନ ହସ୍ପିିଟାଲରେ ଅବ୍‌ଜର୍‌ଭେଶନରେ ରଖାଯାଇଛି। ସେମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଏପର୍ଯ୍ୟନ୍ତ ଭାରତରେ କୌଣସି ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ନ ଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଶନିବାର କହିଛନ୍ତି। କେରଳର ୭ ଜଣ ଯାତ୍ରୀଙ୍କ ନମୁନା ପୁଣେର ଆଇସିଏମ୍‌ଆର୍‌-ଏନ୍‌ଆଇଭି ଲାବୋରେଟୋରିକୁ ପଠାଯାଇଛି। ହର୍ଷବର୍ଦ୍ଧନଙ୍କ ନିର୍ଦ୍ଦେଶରେ ଏନ୍‌ସିଡିସି କଲ୍‌ ସେଣ୍ଟର (+୯୧-୧୧-୨୩୯୭୮୦୪୬) ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଫେରୁଥିବା ଯାତ୍ରୀମାନଙ୍କୁ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚ କରାଯାଉଛି। ଏକାଧିକ କେନ୍ଦ୍ରୀୟ ଟିମ୍‌ ଏହିସବୁ ବିମାନବନ୍ଦରକୁ ପଠାଯାଇଛି। ପ୍ରତି ଟିମ୍‌ରେ ଜଣେ ଜନସ୍ବାସ୍ଥ୍ୟ ବିଶେଷଜ୍ଞ, କ୍ଲିନିସିଆନ୍‌ ଓ ମାଇକ୍ରୋବାୟୋଲୋଜିଷ୍ଟଙ୍କୁ ରଖାଯାଇଛି। କରୋନା ଭୂତାଣୁ ପ୍ରତିକାର ଓ ପରିଚାଳନାର ପ୍ରସ୍ତୁତି ସମ୍ପର୍କରେ ବର୍ଦ୍ଧନ ସମୀକ୍ଷା କରିଥିଲେ। ନେପାଳ ସୀମାରେ ଯାଞ୍ଚ କରିବା ଲାଗି ସମସ୍ତ ସହାୟତା ଯୋଗାଇ ଦେବାକୁ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇ ଚାଇନାରୁ ଫେରୁଥିବା ଯାତ୍ରୀମାନଙ୍କୁ କ’ଣ କରିବାକୁ ହେବ ଓ ସେମାନେ କ’ଣ କରିବେ ନାହିଁ ସେନେଇ ପରାମର୍ଶ ଦିଆଯାଇଥିଲା। ଚାଇନାରେ ଯେଉଁ ଭାରତୀୟ ଅଛନ୍ତି ସେମାନେ ଅସୁସ୍ଥ ଅନୁଭବ କଲେ କିମ୍ବା ଜ୍ୱର ଓ କାଶ ହେଲେ ମୁହଁକୁ ଆବୃତ କରିବା ସହ ଡାକ୍ତରଙ୍କ ପରାମର୍ଶ ନେବା ଓ ଭାରତୀୟ ଦୂତାବାସକୁ ଜଣାଇବା ପାଇଁ କୁହାଯାଇଛି। ଫେରିବା ବାଟରେ ଯଦି କେହି ଅସୁସ୍ଥ ଅନୁଭବ କରନ୍ତି ତେବେ ବିମାନ କର୍ମଚାରୀଙ୍କୁ ଜଣାଇବାକୁ ଏବଂ ପରିବାର ସଦସ୍ୟ ଓ ଅନ୍ୟ ଯାତ୍ରୀଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷରେ କରୋନା ଭାଇରସ୍‌ ସଂକ୍ରମଣର କେନ୍ଦ୍ରସ୍ଥଳ ଚାଇନାର ୟୁହାନ ସହରରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରିବା ଲାଗି ଅନୁମତି ଦେବାକୁ ନୂଆଦିଲ୍ଲୀ ପକ୍ଷରୁ ଚାଇନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ୟୁହାନ ସହରକୁ ଏବେ ବାହ୍ୟଜଗତଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିଦିଆଯାଇଛି ଓ କାହାକୁ ବାହାରକୁ ଛଡ଼ାଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri