ଭାରତକୁ ଯୁଦ୍ଧ ଧମକ ଦେଲେ ଇମ୍ରାନ

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧରେ ପୁଣି ସ୍ବର ଉଠାଇଛନ୍ତି। ଏଥର ସେ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଶୁକ୍ରବାର ସେ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର ମୁଜ୍ଜଫରାବାଦରେ ଏକ ରାଲିକୁ ସମ୍ବୋଧନ ଦେବା ଅବସରରେ ପୁଣିଥରେ ଭାରତ ବିରୋଧରେ ଲୋକଙ୍କୁ ଉସକାଇଛନ୍ତି। ସେ କହିଛନ୍ତି ଭାରତ ଯାହା କରୁଛି ତାହା କେବଳ ଲୋକଙ୍କୁ ବିପଦ ଭିତରକୁ ଠେଲି ଦେବା ଭଳି କାମ କରୁଛି। ବନ୍ଧୁକ ଉଠାଇବାକୁ ସେ ବାଧ୍ୟ କରୁଛି। ତେଣୁ ଏବେ ଯଦି ଭାରତ କୌଣସି ପଦକ୍ଷେପ ନିଏ ତେବେ ଯୁଦ୍ଧ ହେବ ବୋଲି ସେ ଧମକ ଦେଇଛନ୍ତି। ସେ ଉକ୍ତ ରାଲିରେ ଲୋକଙ୍କୁ କହିଛନ୍ତି ଯେବେ ମୁଁ କହିବି ତେବେ ତୁମେମାନେ କଶ୍ମୀରରେ ପ୍ରବେଶ କରିବ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ଇମ୍ରାନ ସର୍ବଦା ଲୋକଙ୍କୁ ଭାରତ ବିରୋଧରେ କାର୍ଯ୍ୟ କରିବାକୁ ଉସକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ଶାନ୍ତି ଚୁକ୍ତିରେ ଏହି ୧୪ ସର୍ତ୍ତ ରଖିଛି ଇରାନ

ତେହରାନ,୧୫ା୬: ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ସର୍ତ୍ତ ଜାରି କରିଛି ଇରାନ। ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ଦାବିଗୁଡ଼ିକ ହେଲା ୩୦ ଦିନ ଭିତରେ…

୫୫ ମିନିଟ୍‌ ଧରି ଫୋନ୍‌ରେ କଥା ହେଲେ ଟ୍ରମ୍ପ-ପୁଟିନ୍‌: ବନ୍ଦ ହୋଇଯିବ କି…

ଓ୍ବାଶିଂଟନ୍‌,୧୫।୬:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ ଆଲୋଚନା ହୋଇଥିଲା। ପ୍ରାୟ ୫୫ ମିନିଟ ଧରି ଚାଲିଥିବା…

ଆମେରିକା-ଇରାନର ଶାନ୍ତି ଚୁକ୍ତିକୁ ବିଶ୍ୱର ସ୍ବାଗତ

ଓ୍ବାଶିଂଟନ,୧୫ା୬: ଇରାନ-ଆମେରିକା ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଥିବାରୁ ସାରା ବିଶ୍ୱ ଏହାକୁ ସ୍ବାଗତ କରିଛି। କତାର, ତୁର୍କି, ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସ ଆଦି ଦେଶ…

ଶାନ୍ତି ଚୁକ୍ତି ପାଇଁ ଆମେରିକା-ଇରାନ ରାଜି, ଖୋଲିବ ହର୍ମୁଜ, ଅବରୋଧ ହଟାଇ…

ଓ୍ବାଶିଂଟନ,୧୫ା୬: ଐତିହାସିକ ଶାନ୍ତି ଚୁକ୍ତି ପାଇଁ ଆମେରିକା ଏବଂ ଇରାନ ସହମତି ପ୍ରକାଶ କରିଛନ୍ତି। ଶୁକ୍ରବାର ସ୍ବିଜରଲାଣ୍ଡ ଜେନେଭାରେ ଏହି ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହେବ।…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri