ଭାଙ୍ଗିଗଲାଣି ତନଖି ଫାଟକ ଗୃହ

ଛେଣ୍ଡିପଦା,୧୯।୯(ସ୍ବ.ପ୍ର.) – କାଠ ମାଫିଆଙ୍କ ଉପରେ ରୋକ ଲଗାଇବାକୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ବନାଞ୍ଚଳର ଉଗୀ-ଅନ୍ତୁଳିଆ ରାସ୍ତାରେ ଥିବା ତନଖି ଫାଟକ କାମରେ ଆସୁନି। ବନ ବିଭାଗ ପକ୍ଷରୁ ତିଆରି ହୋଇଥିବା ଏହି ତନଖି ଫାଟକ ଓ ଗୃହ ତଦାରଖ ଅଭାବରୁ ଭାଙ୍ଗିରୁଜି ଗଲାଣି। ଏଠାରେ ନିୟୋଜିତ ବନ ଅଧିକାରୀଙ୍କ ମଧ୍ୟ ସେଠାରେ ଦେଖାମିଳୁନି। ଫଳରେ ଉକ୍ତ ରାସ୍ତା ଦେଇ ମାଫିଆମାନେ ବିନା ଦ୍ୱିଧାରେ ନିକଟସ୍ଥ ଜଙ୍ଗଲ ପଦା କରି କାଠ ଚାଲାଣ କରିବାରେ ଲାଗିଛନ୍ତି। ଏହାକୁ ନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ, ଉକ୍ତ ରାସ୍ତା ଦେଇ ମାଫିଆମାନେ ସହଜରେ ଗଛ କାଟି ବାହାରକୁ କାଠ ଚାଲାଣ କରୁଛନ୍ତି। ଏହି ଚୋରି ରୋକିବାକୁ ସେଠାରେ ବନ ବିଭାଗ ପକ୍ଷରୁ ଏକ ତନଖି ଫାଟକ କରାଯାଇଥିଲା। ଏଥିସହ ଜଣେ ଫରେଷ୍ଟରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲେ ହେଁ ଅଧିକାଂଶ ସମୟରେ ସେ ଅନୁପସ୍ଥିତ ରହୁଛନ୍ତି। ଫଳରେ ମାଫିଆମାନେ ସାତକୋଶିଆ, ଅନ୍ତୁଳିଆ, ଟାଇଁସି ଆଦି ସଂରକ୍ଷିତ ଜଙ୍ଗଲରୁ ବହୁ ମୂଲ୍ୟବାନ କାଠ ଚୋରି କରି ଚାଲାଣ କରୁଛନ୍ତି। ଏଥିସହ ଫାଟକ ନିକଟରେ ଥିବା ଚାଳଘରଟି ଭାଙ୍ଗି ରୁଜି ଗଲାଣି। ତୁରନ୍ତ ସେଠାରେ ତନଖି ଫାଟକ କାର୍ଯ୍ୟକ୍ଷମ କରାଯିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଜରପଡା ବନାଞ୍ଚଳ ଅଧିକାରୀ ହୃଦାନନ୍ଦ ନାଏକ କୁହନ୍ତି, ଦାୟିତ୍ୱରେ ଥିବା ଫରେଷ୍ଟର ସେଠାକୁ ଆସୁ ନ ଥିବାରୁ ତନଖି ଫାଟକଠାରେ ଥିବା ଘରଟି ନଷ୍ଟ ହୋଇଗଲାଣି। ଏ ନେଇ ବହୁଥର ତାଙ୍କୁ କୈଫତ ମଗାଯାଇଥିଲେ ବି କୌଣସି ପରିବର୍ତ୍ତନ ନାହିଁ। ଏ ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri