ଭାଇରାଲ ହେଉଛି କରୋନା ଗୀତ: ଏକାଧିକ ହିନ୍ଦୀ ଫିଲ୍ମ ନିର୍ମାଣ ଯୋଜନାକୁ ସମାଲୋଚନା

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି ମହାମାରୀ କରୋନା। ସବୁଠି ଘାରିଛି ଏହି ଭୂତାଣୁ ସଂକ୍ରମଣର ଭୟ। ବୁଧବାର ସୁଦ୍ଧା ବିଶ୍ୱର ୧୬୭ ଦେଶକୁ ବ୍ୟାପିଥିବା ଏହି ଭୂତାଣୁ ବିରୋଧରେ ଜାରି ରହିଛି ଲଢେଇ। ଏପରିସ୍ଥଳେ କିଏ କରୋନାକୁ ମହିଳାଙ୍କ ସହ ତୁଳନା କରୁଛି ତ କିଏ ଏହା ଉପରେ କମେଡି ଫିଲ୍ମ ତିଆରି କରିବାକୁ ଯାଉଛି। କରୋନାକୁ ନେଇ ଏକାଧିକ ଗୀତ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏଭଳି ଏକ ଗୀତ ଗାଇଥିବା ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କ ଗୀତରେ କରୋନାକୁ ଝିଅମାନଙ୍କ ସହ ତୁଳନା କରି ଫସିବା ସହ ସୋସିଆଲ ମିଡ଼ିଆରେ ବେଶ୍‌ ଟ୍ରୋଲ୍‌ ହୋଇଛନ୍ତି। ଏପଟେ କରୋନା ସଂକ୍ରମଣକୁ ନେଇ ଏକ ହିନ୍ଦୀ ଫିଲ୍ମ ‘କରୋନା ପ୍ୟାର୍‌ ହୈ’ କରିବାକୁ ଏରୋସ୍‌ ଇଣ୍ଟରନ୍ୟାଶନାଲ ଘୋଷଣା କରିଥିବାବେଳେ ଏହା ଏକ ପ୍ରେମକାହାଣୀ ବୋଲି କୁହାଯାଇଛି। ହେଲେ ଫିଲ୍ମର ଟାଇଟଲକୁ ନେଇ ବହୁ ବିବାଦ ଉଠିଥିବାବେଳେ ପ୍ରଯୋଜକ ରାକେଶ ରୋଶନ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଏଭଳି ଏକ ଫିଲ୍ମ କରିବା ଦୁର୍ଭାଗ୍ୟଜନକ ବୋଲି ରାକେଶ କହିଛନ୍ତି। ସେହିଭଳି ଆଉଜଣେ ପ୍ରଯୋଜକ ‘ଡେଡ୍‌ଲି କରୋନା’ ନାମରେ ଫିଲ୍ମ କରିବେ ବୋଲି ଘୋଷଣା କରିଛନ୍ତି।
ଏପଟେ ସୋସିଆଲ ମିଡ଼ିଆରେ କରୋନାକୁ ନେଇ ଏକାଧିକ ଗୀତ ଓ ମିମ୍‌ ବୁଲୁଛି, ଯାହାମଧ୍ୟରୁ କିଛି ସଚେତନଭିତ୍ତିକ ହୋଇଥିବାବେଳେ ଆଉକିଛି ଭ୍ରମାତ୍ମକ। ଫେସ୍‌ବୁକ୍‌, ଟିକ୍‌ଟକ୍‌ ଓ ୟୁଟ୍ୟୁବ୍‌ ଭଳି ସୋସିଆଲ ପ୍ଲାଟ୍‌ଫର୍ମରେ ଏବେ ଏହି ଗୀତସବୁ ଭାଇରାଲ ହେବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ଓଲିଉଡ୍‌, ବଲିଉଡ୍‌ ଓ ହଲିଉଡ୍‌ କଳାକାରମାନେ କରୋନାକୁ ନେଇ ବିଭିନ୍ନ ସଚେତନ ଓ ସତର୍କତାମୂଳକ ବାର୍ତ୍ତା ଦେଉଛନ୍ତି। ଓଡ଼ିଶାର କୁନି ପିଲାଙ୍କଠାରୁ ବଡ଼ବଡ଼ କଣ୍ଠଶିଳ୍ପୀମାନେ ମଧ୍ୟ ସୋସିଆଲ ମିଡିଆରେ ସଚେତନ କରିବାର ପ୍ରୟାସ ଜାରି ରଖିଛନ୍ତି। ଭାଇରାଲ ହୋଇଥିବା ଏକ ଗୀତ ମଧ୍ୟରେ ରହିଛି ‘କରୋନାକୁ ଡରୋନା…’। କରୋନାକୁ ଭୟ ନ କରି ଲଢେଇ କରିବା ପାଇଁ ଏହି ଗୀତରେ ବାର୍ତ୍ତା ଦିଆଯାଇଛି। ଥଣ୍ଡା, କାଶ ହେଲେ ତୁରନ୍ତ ନିଜର ଚିକିତ୍ସା କରିବା ପାଇଁ କୁହାଯାଇଛି। କେବଳ ସେତିକି ନୁହେଁ, କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କ ନିକଟରେ ନିବେଦନପୂର୍ବକ ଏକ ଭଜନ ଶୁଣିବାକୁ ମିଳିଛି। କଣ୍ଠଶିଳ୍ପ ବୁବୁନ୍‌ କୁମାର ‘କରୋନା ଦାଉରୁ ରଖ ହେ ଜଗନ୍ନାଥ’ ଗୀତ ଗାଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚିତ ହୋଇଛନ୍ତି। ଲୋକଙ୍କ ମନରେ ଭକ୍ତିଭାବ ସୃଷ୍ଟି କରି କରୋନା ଭୟ ଦୂର କରିବାକୁ ଏଥିରେ ପ୍ରୟାସ କରାଯାଇଛି।
ସେହିଭଳି ହାସ୍ୟ ଅଭିନେତା ପପୁ ପମ୍‌ ପମ୍‌ ମଧ୍ୟ କରୋନାକୁ ନେଇ ସଚେତନଭିତ୍ତିକ ଗୀତ ଗାଇ ହିଟ୍‌ ହୋଇଛନ୍ତି। ‘କୋଉଠି ସାଇତି ରଖିଥିଲା ଚାଇନା ଭାଇରସ୍‌, ମାର୍‌ଡାଲା’, ‘କରୋନା ଆଇଲା ଲୋ’ ଶୀର୍ଷକ ଗୀତକୁ ପପୁ ନିଜ କମେଡି ତଡ୍‌କା ସହ ଗାଇ ସତର୍କ କରିଛନ୍ତି। କେବଳ ଓଡ଼ିଆରେ ନୁହେଁ ଏବେ ସୋସିଆଲ୍‌ ମିଡିଆରେ କରୋନା ଭାଇରସ୍‌କୁ ନେଇ ହିନ୍ଦୀ ଗୀତ ଓ ଗଜଲ୍‌ ମଧ୍ୟ ପ୍ରସ୍ତୁତ ହୋଇଛି।

କ୍ଷମା ମାଗିଲେ ହ୍ୟୁମନ୍‌

କଣ୍ଠଶିଳ୍ପୀ ହ୍ୟୁମନ୍‌ ସାଗର୍‌ ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ଗାଇ ବିବାଦ ଘେରକୁ ଆସିଥିବାବେଳେ ସେ ଗାଇଥିବା ଆଉ ଏକ ଗୀତ ‘ପ୍ରେମ ତୋର କରୋନା ଚାଇନା ବୋମା’ ଗୀତ ଏବେ ୟୁଟ୍ୟୁବ୍‌ରୁ ଡିଲିଟ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ମହଲରୁ ହ୍ୟୁମାନ୍‌ ସାଗରଙ୍କ ଏହି ଗୀତକୁ ବିରୋଧ ଓ ସମାଲୋଚନା କରାଯାଇଥିବାବେଳେ ଅନେକ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏଭଳି ଦୁର୍ଦ୍ଦିନ ସମୟରେ ଏହା ଅତ୍ୟନ୍ତ ନିମ୍ନମାନର ମନୋରଞ୍ଜନ ବୋଲି ଓଡ଼ିଶା ମହିଳା ଅଧିକାର ମଞ୍ଚ କହିଛି। ସେହିଭଳି ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ସେହିଭଳି ସୋସିଆଲ ମିଡ଼ିଆରେ ମଧ୍ୟ ଟ୍ରୋଲ୍‌ ହୋଇଛନ୍ତି ହ୍ୟୁମାନ୍‌। ସବୁଆଡ଼ୁ ବିରୋଧ ପରେ ଶେଷରେ ହ୍ୟୁମାନ୍‌ ସୋସିଆଲ ମିଡ଼ିଆରେ ଏନେଇ ମୁହଁ ଖୋଲିବା ସହ କ୍ଷମା ମାଗିଛନ୍ତି। ଏକ ଭିଡ଼ିଓରେ ସେ କହିଛନ୍ତି, ରାଜ୍ୟବାସୀ ତାଙ୍କ ପଛରେ ନ ପଡି କରୋନା ବିପର୍ଯ୍ୟୟର ମୁକାବିଲା ପାଇଁ ଉଦ୍ୟମ କରନ୍ତୁ। କରୋନା ସଂକ୍ରମଣ ନ ହେବା ପାଇଁ ସମସ୍ତେ ଉଦ୍ୟମ କରିବା ସହ ସଚେତନତା ଓ ସତର୍କତା ଅବଲମ୍ବନ କରନ୍ତୁ। ଏହାବାଦ୍‌ ନାରୀ ଜାତି ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଥିବା ସେ ଏହି ଭିଡ଼ିରେ କହିଛନ୍ତି। ତେବେ ପୂର୍ବରୁ ଗୀତକୁ ନେଇ ଟ୍ରୋଲ୍‌ ହୋଇଥିବା ଏହି କଣ୍ଠଶିଳ୍ପୀ ପୁଣିଥରେ ନିଜର ଏହି ଭିଡ଼ିଓ ପାଇଁ ଟ୍ରୋଲ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri