ଭତା ପାଏଲେ ଦିବ୍ୟାଙ୍ଗ ସୁବାସ, ମା’ ବଁଚିତ୍‌

 

ଲାଞ୍ଜିଗଡ଼, ୧୭।୧୨ (ଡି.ଏନ୍‌.ଏ.)-
କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଁଚେତ୍‌ ଅଧୀନ ଜଙ୍ଗେରଗୁଡ଼ା ଗଁାର ସ୍ବର୍ଗତ କାଲା ମାଝି ଆର ମନାଙ୍ଗ ମାଝି(୬୫)କଁର ପୁଓ ସୁବାସ ମାଝି(୧୨)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ମନାଙ୍ଗ ଦୁଖ୍‌ସୁଖ କରି କୁଟୁମ ପୁଷୁଛନ୍‌। ହେଲେ ଆଏଜ୍‌ ବି ପରିବାରଟା ଅନେକ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌।
ସୂଚନା ଅନ୍‌ସାରେ ଜଙ୍ଗେରଗୁଡ଼ାର ବିଧବା ମହିଲା ମନାଙ୍ଗ ମାଝିକଁର ପରିବାର କହେଲେ ପୁଓ ସୁବାସକେ ନେଇ ସଁସାର। ସୁବାସକଁର ଜନ୍‌ମୁ ଦୁଇ ଗୋଡ଼ ଆର ଗୁଟେ ହାତ୍‌ କେହେନ୍‌ସି କାରନ୍‌ରୁ ବଁକା ହେଇଯାଇଛେ। ସେ ୫୦ ପରତିଶତ ଭିନ୍ନକ୍ଷମ ଆଏ। ଇଆଡ଼େ ବଛର କେତେଟା ତଲେ ଆପ୍‌ନେ କାଲା ମାଝି ବି ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ବୁଢ଼ି ବଏସେ ମନାଙ୍ଗ ପରହର କାମ୍‌ବୁତା କରି ଭିନ୍ନକ୍ଷମ ପୁଓକେ ପୁଷୁଛନ୍‌। ଇଆଡ଼େ ସରକାରୀ ସୁବିଧା କହେଲେ ପଁଚେତ୍‌ରୁ ମିଲୁଥିବାର ଚାଉଲ ଦୁରା। ଭଲ ଘର ଖଁଡ଼େ ଅଭାବୁ ମା’ପୁଓ ଗୁଟେ ଝାଟିମାଟିର ଦଦ୍‌ରା କୁରିଆରେ ମୁଡ଼ ଗୁଁଜିଛନ୍‌। ହେଲେ ଘରଟା କେତେବେଲେ ଭୁଷଲି ପଡ଼ବା କିଛି କହି ନାଇଁହେବାର। ଆବାସ ଯୋଜନାରେ ଘରଖଁଡ଼େ, ବିଧବା ଭତା ଆର ପୁଓର ଭିନ୍ନକ୍ଷମ ଭତାର ଲାଗି ପଁଚେନ୍‌ନୁ ମୂଲ କରି ବ୍ଲକ ତକ୍‌ ଗୁହାରି କରି ମନାଙ୍ଗ ନିରାଶ ହେଇଥିବାର କହିଛନ୍‌। ସେନ୍‌ତା ଗଲା ନଭେମ୍ବର ୨୨ ତାରିଖ କଳାହାଣ୍ଡି ଜିଲାପାଳକଁର ଏନ୍‌ସିପିପିଆର୍‌ ପରତିନିଧିକଁର କ୍ୟାମ୍ପକୋର୍ଟରେ ଜାତୀୟ ସଦସ୍ୟ ଆର୍‌.ଜି.ନନ୍ଦ, ରାଜ୍ୟ କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନକୁଁ ଭେଟି ସବୁ ଦୁଖ୍‌ ବଖାନିଥିଲେ। ସେମାନେ ପୁଓକେ ବହୁତ୍‌ ଜଲ୍‌ଦି ଭିନ୍ନକ୍ଷମ ଭତା ମିଲ୍‌ବା ବଲି କଥା ଦେଇଥିଲେ। ଇଆଡ଼େ ସୁବାସ ଭିନ୍ନକ୍ଷ ହେଇଥିଲେ ବି ତାକର ପାଠ୍‌ ପଢ଼ବାର ବହୁତ୍‌ ଇଛା। ହେଲେ ପରିବାରଟା ଏତେ ଗରିବ୍‌ ଯେ ଦୁଇବେଲା ଦୁଇମୁଠା ଖାଏବାରଟା, ଖଁଡ଼େ ପିଁଧ୍‌ନା ନାଇଁ ପାଏବାର। ଏନ୍‌ତା ଅଭାବିଆ ପରିସ୍ଥିତିରେ ମନାଙ୍ଗ ପୁଓର ପାଠ୍‌ପଢ଼ା କଥା ଚିନ୍‌ତା ବି କରି ନାଇଁ ପାରବାର। ସୋମବାର ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଆର ବ୍ଲକ ଅଧ୍ୟକ୍ଷ ଇଂ.ଫକୀର ମୋହନ ମାଝି ସୁବାସକୁଁ ଭେଟି ତାକର ହାଲ୍‌ଚାଲ ପଚାରି ବୁଝବାର ସଂଗେ ଭିନ୍ନକ୍ଷମ ଭତ୍ତା ୫ ଶହ ଟଁକା ଦେଇଛନ୍‌। ସେନ୍‌ତା ସୁବାସକଁର ବାପାର ମୁର୍‌ତୁ ପରମାନପତର ଆଏଲେ ମନାଙ୍ଗକୁଁ ବି ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ବ୍ଲକ ଅଧ୍ୟକ୍ଷ ମାଝି କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri