ଭତାର ଲାଗି ୭ଥର ଆବେଦନ କରି ବୁରୁଧ୍‌ ନିରାଶ

ଗଣ୍ଡତୁରୁମ, ୨୩।୧୦(ଡି.ଏନ୍‌.ଏ.)-ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଚାଉଲଠାନୁ ମୂଲ କରି ଅବାସ ଯୋଜନାରେ ଘର, ବୁଢ଼ାବୁଢ଼ି, ଭିନ୍ନକ୍ଷମମାନକୁ ଭତା ଯୁଗେଇ ଦେଉଛନ୍‌। ହେଲେ ସରକାରୀ ସର୍ଭେରେ ଭୁଲଭଟକା ଲାଗି ଅନେକ ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା କି ଅନେକ ହକ୍‌ଦାର ହିତାଧିକାରୀ ବଛର ବଛର ଧରି ଭତାର ଲାଗି ଆବେଦନ କଲେ ବି ମଲା ତକ୍‌ ଭତା ନାଇଁ ପାଇପାରବାର। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ରେ।
ସୂଚନା ଅନ୍‌ସାରେ ମହୁଲପାଲି ପଁଚେତ୍‌ ଅଧୀନ ଗଣ୍ଡତୁରୁମ ଗଁାର ଟିକିନୁ ଦୀପ(୬୪)। ଆଏଜ୍‌କେ ୧୨ ବଛର ହେଲା ସେ ରୋଗ୍‌ରେ ପଡ଼ି ଉଠିବସି ନାଇଁପାରବାର। ସେ ଆସର ପାସର ଅନେକ ଡାକ୍‌ତରକୁଁ ଦେଖେଇ ନିରାଶ ହେଇଛନ୍‌। ସଭେ ଗୁଟେ କଥା କହୁଛନ୍‌ ଇଥିରଲାଗି ଉଚ ଚିକିଛା ଦରକାର। ହେଲେ ଭୂମିହୀନ ଦିନମଜୁରିଆ ଟିକିନୁର ପକ୍ଷେ ଉଚ ଚିକିଛା କରାବାର ସମ୍‌ଭବ ନୁହେ। ଦୁଖ୍‌ସୁଖ କରି ଟିକିନୁ ୫ ଝି’କେ ବିହାଚୁରା କରିଥିଲାବେଲେ ଏହେଦେ ସାନ ଟୁକେଲ ପ୍ରମିଳାର ବିହାର ବୋଝ୍‌ ତାକର ଉପରେ ରହିଛେ। ଇଆଡ଼େ ଟିକିନୁ ଖଟୁ ଉଠିବସି ନାଇଁ ପାରବାର ଲାଗି ମାଏକିନା ସାନ୍ତରା ଗଁାରେ ଲୁକ୍‌କର ପଲ୍‌ହାଜୁଡ଼ କରି ପରିବାର ଚଲଉଛନ୍‌। ଆଏଜ୍‌କେ ୪ ବଛର ଭିତରେ ଟିକିନୁ ଭତାର ଲାଗି ୭ଥର ଆବେଦନ କରି ନିରାଶ ହେଇଥିବାର କହିଛନ୍‌। ଥାନୀଅ ଜନପରତିନିଧି ଆର ପଁଚେତ୍‌ ନିର୍ବାହୀ ଅଧ୍‌କାରୀ ଉନିଆ ଲୁକ୍‌କର ଆବେଦନ ପତରକେ ଉପୁରକେ ପଠେଇ ଭତା କରଉଥିଲାବେଲେ ଆମରଟାକେ ପକେଇ ରଖିଛନ୍‌ ବଲି ଟିକିନୁକଁର ମାଏକିନା ସାନ୍ତରା ଅଭିଯୋଗ କରିଛନ୍‌। ଉପେ ଶୂଇନ୍‌ ସାନ୍ତରା ଗଣମାଧ୍ୟମ ଜରିଆରେ ଜିଲାପାଲକଁର ଦୁରୁଷ୍‌ଟି ଆକରଷନ୍‌ କରବାର ସଂଗେ ଆପ୍‌ନେ ଟିକିନୁକୁଁ ଭତା ଆର ଚିକିଛା ସାହାଯ୍‌ ଯୁଗେଇ ଦେବାକେ ନିବେଦନ କରିଛନ୍‌। ଇ ବାବ୍‌ଦେ ଭେଡ଼େନ ବିଡିଓ ମୁରଲୀଧର ନାଏକକୁଁ ପଚରାଲାରୁ ମହୁଲପାଲି ପଁଚେତ୍‌ରୁ ଏହେଦ୍‌କା ଗୁଟେ ବି ଆବେଦନ ପତର ନାଇଁଆସି। ହକ୍‌ଦାର ହିତାଧିକାରୀ ସିଧାସଲଖ ମୋର ପାସେ ଆବେଦନ କରୁନ ବଲି ସେ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri