ଭତାର ଲାଗି ୭ଥର ଆବେଦନ କରି ବୁରୁଧ୍‌ ନିରାଶ

ଗଣ୍ଡତୁରୁମ, ୨୩।୧୦(ଡି.ଏନ୍‌.ଏ.)-ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଚାଉଲଠାନୁ ମୂଲ କରି ଅବାସ ଯୋଜନାରେ ଘର, ବୁଢ଼ାବୁଢ଼ି, ଭିନ୍ନକ୍ଷମମାନକୁ ଭତା ଯୁଗେଇ ଦେଉଛନ୍‌। ହେଲେ ସରକାରୀ ସର୍ଭେରେ ଭୁଲଭଟକା ଲାଗି ଅନେକ ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା କି ଅନେକ ହକ୍‌ଦାର ହିତାଧିକାରୀ ବଛର ବଛର ଧରି ଭତାର ଲାଗି ଆବେଦନ କଲେ ବି ମଲା ତକ୍‌ ଭତା ନାଇଁ ପାଇପାରବାର। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ରେ।
ସୂଚନା ଅନ୍‌ସାରେ ମହୁଲପାଲି ପଁଚେତ୍‌ ଅଧୀନ ଗଣ୍ଡତୁରୁମ ଗଁାର ଟିକିନୁ ଦୀପ(୬୪)। ଆଏଜ୍‌କେ ୧୨ ବଛର ହେଲା ସେ ରୋଗ୍‌ରେ ପଡ଼ି ଉଠିବସି ନାଇଁପାରବାର। ସେ ଆସର ପାସର ଅନେକ ଡାକ୍‌ତରକୁଁ ଦେଖେଇ ନିରାଶ ହେଇଛନ୍‌। ସଭେ ଗୁଟେ କଥା କହୁଛନ୍‌ ଇଥିରଲାଗି ଉଚ ଚିକିଛା ଦରକାର। ହେଲେ ଭୂମିହୀନ ଦିନମଜୁରିଆ ଟିକିନୁର ପକ୍ଷେ ଉଚ ଚିକିଛା କରାବାର ସମ୍‌ଭବ ନୁହେ। ଦୁଖ୍‌ସୁଖ କରି ଟିକିନୁ ୫ ଝି’କେ ବିହାଚୁରା କରିଥିଲାବେଲେ ଏହେଦେ ସାନ ଟୁକେଲ ପ୍ରମିଳାର ବିହାର ବୋଝ୍‌ ତାକର ଉପରେ ରହିଛେ। ଇଆଡ଼େ ଟିକିନୁ ଖଟୁ ଉଠିବସି ନାଇଁ ପାରବାର ଲାଗି ମାଏକିନା ସାନ୍ତରା ଗଁାରେ ଲୁକ୍‌କର ପଲ୍‌ହାଜୁଡ଼ କରି ପରିବାର ଚଲଉଛନ୍‌। ଆଏଜ୍‌କେ ୪ ବଛର ଭିତରେ ଟିକିନୁ ଭତାର ଲାଗି ୭ଥର ଆବେଦନ କରି ନିରାଶ ହେଇଥିବାର କହିଛନ୍‌। ଥାନୀଅ ଜନପରତିନିଧି ଆର ପଁଚେତ୍‌ ନିର୍ବାହୀ ଅଧ୍‌କାରୀ ଉନିଆ ଲୁକ୍‌କର ଆବେଦନ ପତରକେ ଉପୁରକେ ପଠେଇ ଭତା କରଉଥିଲାବେଲେ ଆମରଟାକେ ପକେଇ ରଖିଛନ୍‌ ବଲି ଟିକିନୁକଁର ମାଏକିନା ସାନ୍ତରା ଅଭିଯୋଗ କରିଛନ୍‌। ଉପେ ଶୂଇନ୍‌ ସାନ୍ତରା ଗଣମାଧ୍ୟମ ଜରିଆରେ ଜିଲାପାଲକଁର ଦୁରୁଷ୍‌ଟି ଆକରଷନ୍‌ କରବାର ସଂଗେ ଆପ୍‌ନେ ଟିକିନୁକୁଁ ଭତା ଆର ଚିକିଛା ସାହାଯ୍‌ ଯୁଗେଇ ଦେବାକେ ନିବେଦନ କରିଛନ୍‌। ଇ ବାବ୍‌ଦେ ଭେଡ଼େନ ବିଡିଓ ମୁରଲୀଧର ନାଏକକୁଁ ପଚରାଲାରୁ ମହୁଲପାଲି ପଁଚେତ୍‌ରୁ ଏହେଦ୍‌କା ଗୁଟେ ବି ଆବେଦନ ପତର ନାଇଁଆସି। ହକ୍‌ଦାର ହିତାଧିକାରୀ ସିଧାସଲଖ ମୋର ପାସେ ଆବେଦନ କରୁନ ବଲି ସେ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri