ଭଡ଼ାଘରୁ ଯୁବକଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାରସ୍ଥିତ ଏକ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ପୋଲିସ ଏକ ଗଳିତ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ନିଆଳି ଚାରିଛକ ଅଞ୍ଚଳର ବିଭୁପ୍ରସାଦ ମହାରଣା(୨୮)।
ସୂଚନାଯୋଗ୍ୟ, ବିଭୁପ୍ରସାଦ ୨ ବର୍ଷ ହେବ ଇଞ୍ଜିନିୟରିଂ ପାଠପଢ଼ା ସାରି ଚାକିରି ଅନ୍ବେଷଣରେ ଥିଲେ। ଶ୍ରୀବିହାର ଅଞ୍ଚଳର ଏକ ଭଡ଼ାଘରେ ତାଙ୍କ ଭାଇଙ୍କ ସହ ରହୁଥିଲେ। ବିଭୁପ୍ରସାଦ ବିଭିନ୍ନ ଜାଗାରେ ଚାକିରି ପାଇଁ ଆବେଦନ କରିଥିଲେ ମଧ୍ୟ ଇଚ୍ଛା ମୁତାବକ ଚାକିରି ମିଳୁ ନ ଥିଲା। ଏଣୁ କିଛି ଦିନ ହେବ ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ। ୩/୪ ଦିନ ତଳେ ତାଙ୍କ ଭାଇ କୌଣସି କାମରେ ଓଡ଼ିଶା ବାହାରେ ରହୁଥିବା ସମ୍ପର୍କୀୟଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ବିଭୁ ପ୍ରସାଦ ବେକରେ ସ୍କ୍ରିନ୍‌ କପଡ଼ା ବାନ୍ଧି ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ। ଶନିବାର ଘର ମାଲିକ ତାଙ୍କୁ ଦେଖା କରିବାକୁ ଯାଇଥିଲେ। ଘର କବାଟ ବନ୍ଦ ଥିବାବେଳେ ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ସୁସ୍ଥ ହେଲେ ଆଉ୧୨୦, ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୨୫୯୪କୁ ବୃଦ୍ଧି

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆରୋଗ୍ୟମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩୩ ଜଣ ଥିବା ବେଳେ ଗଜପତିର ୧୮, ସୋନପୁରର...

ଲାଞ୍ଚ ନେଇ ଧରାପଡ଼ିଲେ ବିଇଓ

କେନ୍ଦୁଝର,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବିଇଓ ଅଭୟ କୁମାର ବେହେରା ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ...

ଘାରିଲାଣି ଅର୍ଥଚିନ୍ତା: ନଭେମ୍ବରରେ ଅତିରିକ୍ତ ବଜେଟ

ଭୁବନେଶ୍ୱର,୧୩ା୯(ବ୍ୟୁରୋ): କୋଭିଡ୍‌-୧୯ କେବଳ ସ୍ବାସ୍ଥ୍ୟ ନୁହେଁ ଅର୍ଥନୀତିକୁ ମଧ୍ୟ ଉଜାଡି ଦେଇଛି। ରାଜ୍ୟର ଆର୍ଥିକ ଅବସ୍ଥା ଗୁରୁତର ସଙ୍କଟ ଦେଇ ଗତିକରୁଛି। ରାଜସ୍ବ ଆଦାୟ କମିବା...

ଖାଦ୍ୟ ଅନ୍ବେଷଣରେ ମଙ୍ଗୋଲିଆ ପକ୍ଷୀ

ଗଞ୍ଜାମ,୪ା୨(ଡି.ଏନ୍‌.ଏ.): ପ୍ରତିବର୍ଷ ଶୀତଋତୁ ଆସିଲେ ଗଞ୍ଜାମ ଋଷିକୂଲ୍ୟା ମୁହାଣଠାରେ ବିଭିନ୍ନ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ ମଙ୍ଗୋଲିଆ ପକ୍ଷୀ ଅନ୍ୟତମ। ଏହି ପକ୍ଷୀମାନେ...

ଗଞ୍ଜାମରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ପୁଣି ୪ ପଜିଟିଭ୍‌ ଚିହ୍ନଟ

ଛତ୍ରପୁର,୧୪।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ୫୫ ବର୍ଷୀୟ ବ୍ୟକ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା...

ଗମ୍ଭୀର ହେଉଛି ବନ୍ୟା ପରିସ୍ଥିତି

ବାଲେଶ୍ୱର ଅଫିସ/ବସ୍ତା, ୨୦।୮(ସ୍ବ.ପ୍ର.)-ଉତ୍ତରଓଡ଼ିଶାରେ ଗତ ୫ଦିନ ଧରି ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି। ସଦର...

ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ରୋକିବାକୁ ପୁଣି ଗାଇଡ୍‌ଲାଇନ

ଯାଜପୁର ଅଫିସ,୨୯ା୧୧: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣର ନିବାରଣ ଏବଂ ରାଜସ୍ବ ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରାୟ ଅଢ଼େଇ ବର୍ଷ ତଳେ ପ୍ରିଭେନଶନ ଅଫ୍‌...

୬ ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ: ବୁଢ଼ା, ଟୋକା, ପିଲା, କାଞ୍ଚନ, ଛୁଆ ବେଶରେ ଦର୍ଶନ ଦେବେ

ଭଦ୍ରକ ଅଫିସ,୨୦ା୮- ଆସନ୍ତା ଶନିବାର ଗଣେଶ ପୂଜା। ଜିଲାରେ ମାତ୍ର ୬ଟି ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ। କୋଭିଡ୍‌ କଟକଣା ମଧ୍ୟରେ ଏହି ପୂଜା...

Advertisement
Archives

Model This Week