ଭଙ୍ଗା କୁଡ଼ିଆରେ ଅସହାୟ ଗୋଲାପ

ରାଇସୁଆଁ,୧୯।୧୧(ଡି.ଏନ.ଏ.)-ସରକାର ଗରିବ ନିରାଶ୍ରୟଙ୍କ ଥଇଥାନ ପାଇଁ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’, ‘ମୋ କୁଡିଆ ଯୋଜନା ’ କରିଛନ୍ତି। ମାତ୍ର ପ୍ରଶାସନିକସ୍ତରରେ ମାନସିକତାର ଅଭାବ ଯୋଗୁ ବହୁ ଅସହାୟ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତର ପର୍ଜନପୁର ଗ୍ରାମରେ। ୭୩ ବର୍ଷୀୟା ବୃଦ୍ଧା ଗୋଲାପ ମହାନ୍ତ ଅତି ଦୟନୀୟ ଭାବେ ବିପଦସଙ୍କୁଳ ଘରେ ରହୁଛନ୍ତି। ବହୁ ବାର ମୁଣ୍ଡଗୁଞ୍ଜିବାକୁ ଖଣ୍ଡେ ଘର ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି। ମାତ୍ର ତାଙ୍କୁ ଆଜି ଯାଏ ଖଣ୍ଡେ ଘର ମିଳିପାରିନି। ସ୍ବାମୀ ବହୁ ବର୍ଷ ହେବ ଆରପାରିକୁ ଚାଲିଯାଇଥିବାବେଳେ ପୁଅ ବିବାହ କରି ଦୂରରେ ରହୁଛନ୍ତି। ଆଗରୁ କାମଧନ୍ଦା କରି ଚଳୁଥିବା ବେଳେ ଏବେ ବାର୍ଦ୍ଧକ୍ୟ ଯୋଗୁ କାମଧନ୍ଦା କିଛି କରି ପାରୁ ନାହାନ୍ତି। ଫଳରେ ଯିଏ ଯାହା ଦେଲେ ଖାଇ ବଞ୍ଚୁଥିବା କୁହନ୍ତି। ସ୍ଥାନୀୟ ସରପଞ୍ଚଙ୍କୁ ଏହି ବିଷୟ ପଚାରିବାରୁ ସେ କହିଲେ ତାଙ୍କୁ କିପରି ଘର ମିଳିବ ସେଥିପ୍ରତି ଚେଷ୍ଟା କରିବି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ସହ ତାଙ୍କୁ ତୁରନ୍ତ ଖଣ୍ଡେ ମୁଣ୍ଡଗୁଞ୍ଜିବାକୁ ଘର ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମୁଖ୍ୟ ଚିକିତ୍ସାଳୟରେ ମିଳିବ ଅତ୍ୟାଧୁନିକ ସେବା

ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି। ରବିବାର ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ (ପରିବାର କଲ୍ୟାଣ) ବିଜୟ ମହାପାତ୍ର ଏବଂ...

ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର

କେନ୍ଦୁଝର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଡେମକା ମୁଣ୍ଡା(୪୫)। ସୂଚନାଯୋଗ୍ୟ, ତେଲକୋଇ...

ରାଜ୍ୟରେ ପାରଦ ତଳମୁହାଁ: ୧୫ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ତଳକୁ ଖସିଛି। ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୬...

ଅଧ୍ୟାପିକା ଆତ୍ମହତ୍ୟା ମାମଲା: ଝାରପୋଖରିଆ ଆଇଆଇସି ନିଲମ୍ବିତ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ମୟୁରଭଞ୍ଜ ଜିଲାରେ ବଳାତ୍କାରର ଶିକାର ହୋଇ ଜଣେ ଅଧ୍ୟାପିକା ପୋଲିସଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଭଳି ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି...

ଗର୍ଭବତୀଙ୍କୁ ମରଣାନ୍ତକ ଆକ୍ରମଣ: ଭିଡିଓ ଭାଇରାଲ

ଭଦ୍ରକ ଅଫିସ, ୧୩।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିରୋଳି ଶାସନ ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ରବିବାର ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମର କିଛି...

ଶେଷ ହେଲା ତିର୍ତ୍ତୋଲ, ବାଲେଶ୍ୱର ଉପନିର୍ବାଚନ: ଇଭିଏମ୍‌ରେ ସିଲ୍‌ ୧୫ ଜଣଙ୍କ ଭାଗ୍ୟ

ଭୁବନେଶ୍ୱର,୩ା୧୧(ବ୍ୟୁରୋ)-ତିର୍ତ୍ତୋଲ ଏବଂ ବାଲେଶ୍ୱର ବିଧାନସଭା ଉପନିର୍ବାଚନ ମଙ୍ଗଳବାର ଶେଷ ହୋଇଛି। ଉଭୟ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌...

ସରିଲା ସାଧାରଣ ନିର୍ବାଚନ, ଏବେ ପୌର ନିର୍ବାଚନ ଉପରେ ନଜର

ପାରାଦୀପ,୬ା୬(ସ୍ବ.ପ୍ର.): ସାଧାରଣ ନିର୍ବାଚନକୁ ନେଇ ସୃଷ୍ଟି ହୋଇଥିବା ଉଷ୍ମତା ଏବେ ଏକ ପ୍ରକାର ଶାନ୍ତ ପଡିଲାଣି। ରାଜ୍ୟ ଓ କେନ୍ଦ୍ରରେ ନୂଆ ସରକାର ଦାୟିତ୍ୱ ନେଇସାରିଲେଣି।...

ବିଜେଡିରେ ଯୋଗ ଦେଲେ ସ୍ବାଧୀନ କର୍ପୋରେଟର

କଟକ ଅଫିସ, ୨୮।୩(ବ୍ୟୁରୋ): କଟକ ମହାନଗର ନିଗମର ସ୍ବାଧୀନ କର୍ପୋରେଟର ସୋମବାର ବିଜେଡିରେ ଯୋଗଦେଇଛନ୍ତି। ସିଏମ୍‌ସି ୩୧ ନମ୍ବର ୱାର୍ଡର ସ୍ବାଧୀନ କର୍ପୋରେଟର ପ୍ରାର୍ଥୀ ପଦ୍ମିନୀ...

Advertisement
Archives

Model This Week