ଭଙ୍ଗାଯାଉନି ବିପଦସଙ୍କୁଳ ଗୋଦାମ ଗୃହ: ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସାଜିଛି

ବାଲିଆ,୧୬ା୧୨: ବିରିଡ଼ି ବ୍ଲକ କାର୍ଯ୍ୟାଳୟର ମାତ୍ର ୩୦୦ ମିଟର ଦୂରରେ ରହିଛି ବିରିଡ଼ି ପ୍ରାଥମିକ ବିଦ୍ୟାଳୟ। ଏହାର ସାମ୍ନାରେ ରହିଛି ଏକ ପରିତ୍ୟକ୍ତ ଗୋଦାମ ଗୃହ। ଏହି ଗୋଦାମ ଗୃହଟି ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ସେଥିରେ ଅନାବନା ଗଛ ମାଡ଼ି ଯାଇଛି। ତେଣୁ ଏହାକୁ ତୁରନ୍ତ ଭାଙ୍ଗିବାକୁ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରୁଛନ୍ତି। ମାତ୍ର ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀ ଦିନରେ ଯଦି ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଯାଏ ତେବେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।
୩୦ ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଗୋଦାମ ଗୃହକୁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟବହାର କରାଯାଉଥିଲା। ଏପରି କି ବିଭିନ୍ନ ରାଶନ ସାମଗ୍ରୀ ଏଠାରେ ମହଜୁଦ ରହୁଥିଲା। କାଳକ୍ରମେ ଆଉ ରାଶନ ସାମଗ୍ରୀ ରଖାଗଲା ନାହିଁ। ଫଳରେ ଗୃହଟି ବ୍ୟବାହର ନ ହୋଇ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଗଲା। ଏବେ ଏହି ଗୃହର କାନ୍ଥରୁ ପ୍ଲାଷ୍ଟର ଖସିବା ସହ ଇଟା ମଧ୍ୟ ଗଳ ପଡ଼ିଲାଣି। ଘର ଉପରେ ପଡିଥିବା ଅଜବେଷ୍ଟ ଭାଙ୍ଗିଗଲାଣି। କେତେବେଳେ ଯେ, ଏହି ଗୃହ ଭୁଶୁଡ଼ିବ ତାହା କେହି କହିପାରିବେ ନାହିଁ। ବିଦ୍ୟାଳୟ ଛାତ୍ରୀଛାତ୍ର ଏହାର ପାର୍ଶ୍ୱ ଦେଇ ଯିବା ଆସିବା କରୁଥିବାରୁ ସେମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ଯେକୌଣସି ସମୟରେ ଯଦି ଏହି ଗୃହ ଭୁଶୁଡ଼ି ପଡ଼େ ତେବେ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନ ପାରେ। ଛାତ୍ରୀଛାତ୍ରଙ୍କ ବ୍ୟତିତ ଜନସାଧାରଣ ମଧ୍ୟ ଏହି ଗୋଦାମ ଗୃହ ଦେଇ ଯାତାୟାତ କରୁଛନ୍ତି। ତେଣୁ ଏହି ବିପଦସଙ୍କୁଳ ଗୃହକୁ ତୁରନ୍ତ ଭାଙ୍ଗିବାକୁ ଅଞ୍ଚଳର ବୀରବର ମାଣିଆ, ଶିଦ୍ଧେଶ୍ୱର ପାତ୍ର, ଗଗନ ସାହୁ, ରାଜକିଶୋର ଭୋଇ, ସନ୍ଦୀପ ଓଝା, ଭାସ୍କର ବେହେରା, ସଞ୍ଜୟ ଭୋଇ, ଆକାଶ ଭୋଇ, କୃଷ୍ଣ ଭୋଇ, କେଳୁଚରଣ ଦାସ, ସଞ୍ଜୟ ସିଂ, ସନ୍ତୋଷ ଦାସ, ମାଧବ ଭୋଇ, ବିକାଶ ଭୋଇ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଜୀବନ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ ସେ କହିଥିଲେ, ଗୃହ ଭଙ୍ଗାଯିବା ନେଇ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜିଲା ପ୍ରକଳ୍ପ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଏବେ ଦେଖିବାକୁ ବାକି ରହିଲା କେବେ ଏ ଦିଗରେ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri