ଭଗ୍ନାବଶେଷ ତଳେ ଜୀବନ ଗଲା

ବିନିଶ୍‌,୨୮ା୭: ଉତ୍ତର ସିରିଆରେ ଯୁଦ୍ଧବିମାନରୁ ଆକ୍ରମଣ ବେଳେ ଏକ ବିଲ୍ଡିଂ ଉପରେ ବୋମାମାଡ଼ ହୋଇଛି। ୫ ବର୍ଷର ଝିଅଟି ଝୁଲନ୍ତା ଅବସ୍ଥାରେ ଥିବା ତା’ର କୁନି ଭଉଣୀକୁ ଉଦ୍ଧାର ଲାଗି ଉଦ୍ୟମ କରି ତା’ର ଟି-ସାର୍ଟକୁ ଟାଣିଧରିଛି। ଏହି ସମୟରେ ବିଲ୍ଡିଂ ଭୁଶୁଡ଼ିପଡିବାରୁ ଭଗ୍ନାବଶେଷ ତଳେ ଚାପିହୋଇ ଝିଅର ଜୀବନ ଯାଇଛି। ସେମାନଙ୍କ ବାପା ଭଗ୍ନାବଶେଷ ଉପରେ ଛିଡ଼ାହୋଇ ଚିତ୍କାର କରିବା ସହ ମୁଣ୍ଡରେ ହାତ ଦେଇଛନ୍ତି। ଏଭଳି ହୃଦୟ ବିଦାରକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି କରିଛି। ଏହା ସିରିଆ ଯୁଦ୍ଧ ସମୟର ସ୍ମୃତିକୁ ମନେପକାଇଦେଉଛି।
ସ୍ଥାନୀୟ ନ୍ୟୁଜ୍‌ ଓ୍ବେବ୍‌ସାଇଟ ଏସ୍‌ଓ୍ବାଇ୨୪ରେ କାର୍ଯ୍ୟ କରୁଥିବା ବଶାର ଅଲ୍‌-ଶେଖ୍‌ ବୁଧବାର ଏହି ଫଟୋ ଉଠାଇଛନ୍ତି। ସିରିଆର ଉତ୍ତରପଶ୍ଚିମାଞ୍ଚଳରେ ଅବସ୍ଥିତ ଇଦ୍‌ଲିବ୍‌ ପ୍ରଦେଶର ଅରିହା ସହରରେ ଯୁ୍‌ଦ୍ଧବିମାନରୁ ବୋମାମାଡ଼ ହୋଇଥିଲା। ଜେହାଦୀମାନଙ୍କ ଅକ୍ତିଆରରେ ଥିବା ଉକ୍ତ ଅଞ୍ଚଳକୁ ଦାମାସ୍କସ୍‌ ଓ ଏହାର ସହଯୋଗୀ ରୁଷିଆ ଏପ୍ରିଲ ମାସରୁ ନିୟମିତ ଟାର୍ଗେଟ କରିଆସୁଛି। ରୁଷିଆ ସମର୍ଥତ୍ତ ସରକାର ବିଦ୍ରୋହୀ ଓ ଜେହାଦୀଙ୍କ କବଳରୁ ଇଦ୍‌ଲିବ୍‌ ସହରକୁ ମୁକ୍ତକରିବା ଲାଗି ଉଦ୍ୟମ ଜାରି ରଖିଛି। ଏପ୍ରିଲ ୨୯ରୁ ଉତ୍ତର ସିରିଆରେ ସରକାରଙ୍କ ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି ପାଇଥିବାବେଳେ ୩୫୦ରୁ ଊର୍ଦ୍ଧ୍ୱ ସାଧାରଣ ଜନତା ପ୍ରାଣ ହରାଇବା ସହ ୩ ଲକ୍ଷ ୩୦ ହଜାର ଲୋକ ଘରଦ୍ୱାର ଛାଡ଼ି ପଳାଇଲେଣି ବୋଲି ଗତ ସପ୍ତାହରେ ଜାତିସଂଘ ପକ୍ଷରୁ କୁହାଯାଇଥିଲା।
ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇ ରିହାମ୍‌ (୫) ଓ ତାଙ୍କ ସାନଭଉଣୀ ତୁକାଙ୍କୁ ସ୍ଥାନୀୟ କ୍ଲିନିକ୍‌କୁ ନିଆଯାଇଥିଲା। ପରେ ଇଦ୍‌ଲିବ୍‌ର ଏକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ରିହାମଙ୍କୁ ମୃତ ଘୋଷଣା କରିଥିଲେ। ତୁକା ହସ୍ପିଟାଲର ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେମାନଙ୍କର ବାପା ଅମଜାଦ୍‌ ଅଲ୍‌-ଅବ୍‌ଦୁଲ୍ଲା ବୋଲି ଜଣାପଡିଛି। ଏହି ଆକ୍ରମଣରେ ତାଙ୍କ ସ୍ତ୍ରୀ ଆସ୍‌ମା ନାକୁଲ୍‌ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଭଗ୍ନାବଶେଷ ମଧ୍ୟରୁ ଜଣେ ଯୁବକଙ୍କୁ ସିରିଆ ସିଭିଲ୍‌ ଡିଫେନ୍ସ ବାହିନୀ ହ୍ବାଇଟ୍‌ ହେଲମେଟ୍ସ ଉଦ୍ଧାର କରିଥିବା କହିଛି। ବୁଧବାର ଉକ୍ତ ପ୍ରଦେଶର ୩ଟି ସ୍ଥାନରେ ଏୟାରଷ୍ଟ୍ରାଇକ୍‌ ହୋଇଥିଲା। ଏଥିରେ ୫ ଶିଶୁଙ୍କ ସମେତ ୨୦ ଜଣ ନିହତ ହୋଇଥିବା ବ୍ରିଟେନର ଅବ୍‌ଜରଭେଟୋରି ଫର ହ୍ୟୁମାନ ରାଇଟ୍ସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାରେ ଶାନ୍ତିପୂର୍ଣ୍ଣ ସାମ୍ବିଧାନିକ ଭାବେ ହେଉ କ୍ଷମତା ହସ୍ତାନ୍ତର, ଜାତିସଂଘର ଅନୁରୋଧ …

ଜେନେଭା, ୧୬।୭ : ମିଳିତ ଜାତିସଂଘ ଶ୍ରୀଲଙ୍କାର ନେତାମାନଙ୍କୁ ଦେଶର ସମ୍ବିଧାନ ଅନୁଯାୟୀ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର କରିବାକୁ ଅନୁରୋଧ କରିଛି। ସପ୍ତାହେ ଧରି...

କଏଦୀଙ୍କ କିଡ୍‌ନୀ-ହାର୍ଟ-ଲିଭର ଚୋରି କରୁଛି ଚାଇନା…

ବେଜିଂ, ୬।୪ : ଏବେ ଚାଇନାର ଏକ କୁକାର୍ଯ୍ୟ ନେଇ ସାରା ପୃଥିବୀରେ ଚର୍ଚ୍ଚା ଆରମ୍ଭ ହୋଇଛି। ଚାଇନାରୁ ପ୍ରକାଶିତ ହେଉଥିବା କେତେକ ଖବରରେ ଏହା...

ତାଲିବାନକୁ ବଡ଼ ଝଟ୍‌କା, ଦେଶ ଛାଡ଼ିବା ପୂର୍ବରୁ ବିମାନ-ରକେଟ ଡିଫେନ୍ସ୍‌ ସିଷ୍ଟମ୍‌ ଅକାମୀ କଲା ଆମେରିକା…

କାବୁଲ/ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଏହା ପୂର୍ବରୁ ସୈନ୍ୟବାହିନୀ ଆଫଗାନିସ୍ତାନରେ ଥିବା ଆମେରିକାର ବହୁ ବିମାନ ଏବଂ ରକେଟ ଡିଫେନ୍ସ୍‌ ସିଷ୍ଟମ୍‌କୁ...

ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ, ସୀମାରେ ସମରସଜ୍ଜା…

ମସ୍କୋ,୧୪।୧୧: ରୁଷିଆ ଏବଂ ୟୁକ୍ରେନ୍‌ ସୀମାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହି ମୁହାଁମୁହିଁ ପରିସ୍ଥିତି ଯୋଗୁ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଇତିମଧ୍ୟରେ ଦୁଇ ଦେଶ...

ଡିଏନ୍‌ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ କହିଲେ ବଳାତ୍କାର ପରେ ଜନ୍ମ ନେଇଥିବା ଯୁବତୀ

ଓ୍ବାଶିଂଟନ,୬।୮: ବଳାତ୍କାର ପରେ ଜନ୍ମ ନେଇଥିବା ଜଣେ ସନ୍ତାନ ଏବେ ଡିଏନ୍‌ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ ଚାହୁଁଛନ୍ତି। ସତରେ ଯଦି ଏକା କରାଯାଏ...

୮୦୦ ଜାହାଜ ଯାତ୍ରୀ କରୋନା ପଜିଟିଭ୍‌

ସିଡ୍‌ନୀ,୧୨ା୧୧: ଛୁଟି କାଟିବା ପାଇଁ ମାଜେଷ୍ଟିକ୍‌ ପ୍ରିନ୍‌ସେସ୍‌ କ୍ରୁଜ୍‌ ଶିପ୍‌ ମୋଟ୍‌ ୪୬୦୦ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ  ନେଇ ବାହାରିଥିଲା। ଏଥିମଧ୍ୟରୁ ୮୦୦ ଜଣଙ୍କୁ...

ନିର୍ଦ୍ଦିଷ୍ଟ ତାରିଖରେ ଯୁଦ୍ଧ ଶେଷ କରିବାକୁ ଚାହୁଁଛି ରୁଷିଆ: ୟୁକ୍ରେନ୍‌

କ୍ୱିଭ୍‌,୨୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩୦ ଦିନ ପୂରଣ ହୋଇଛି । ହେଲେ ଏପର୍ଯ୍ୟନ୍ତ ଦୁଇ ଦେଶଙ୍କ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ କୌଣସି ସମାଧାନ...

ଅଲ୍‌ କାଏଦାର ଦକ୍ଷିଣ ଏସିଆ ମୁଖ୍ୟ ନିହତ

ଇସ୍‌ଲାମାବାଦ, ୧୦ା୧୦ : ଅଲ୍‌ କାଏଦାର ଦକ୍ଷିଣ ଏସିଆ ମୁଖ୍ୟ ଆସିମ୍‌ ଉମର ଆଫଗାନିସ୍ତାନର ହେଲ୍‌ମଣ୍ଡରେ ନିହତ ହୋଇଛନ୍ତି। ଭାରତଜନ୍ମିତ ଉମର ଆମେରିକା-ଆଫଗାନିସ୍ତାନର ମିଳିତ ଚଢ଼ାଉ...

Advertisement
Archives

Model This Week