Posted inଜାତୀୟ

ବ୍ୟାପୁଛି ସିଏଏ ବିରୋଧୀ ଆନ୍ଦୋଳନ ନିଆଁ: ୟୁପିରେ ହିଂସା: ୬ ମୃତ

ଲକ୍ଷ୍ନୌ/କାନପୁର,୨୧ା୧୨: ଉତ୍ତରପ୍ରଦେଶରେ ଶୁକ୍ରବାର ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ବିଭିନ୍ନ ସ୍ଥାନରେ ହିଂସାର ରୂପ ନେଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ସ୍ପଷ୍ଟ କରିଛି। ଏହାକୁ ମିଶାଇ ଉତ୍ତରପ୍ରଦେଶରେ ବିକ୍ଷୋଭଜନିତ ମୃତ୍ୟୁସଂଖ୍ୟା ୭ରେ ପହଞ୍ଚତ୍ଛି। ତେବେ ପୋଲିସ ଗୋଟିଏ ହେଲେ ଗୁଳି ଚଳାଇ ନ ଥିବା ୟୁପି ପୋଲିସ ମହାନିର୍ଦ୍ଦେଶକ ଓ.ପି. ସିଂ କହିଛନ୍ତି। ଯଦି ଫାୟାରିଂ ହୋଇଥାଏ ତେବେ ବିକ୍ଷୋଭକାରୀ କରିଥିବେ ବୋଲି ଅନ୍ୟ ଜଣେ ପୋଲିସ ଅଧିକାରୀ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ ବିଜ୍‌ନୋରରେ ୨ ଜଣ, ସମ୍ଭାଲ, ଫିରୋଜାବାଦ, ମିରଟ ଓ କାନପୁରରେ ଜଣେ ଲେଖାଏ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି। ଶୁକ୍ରବାର ନମାଜ ପାଠ ପରେ ଉତ୍ତରପ୍ରଦେଶର ୧୩ଟି ଜିଲାରେ ସିଏଏ ବିରୋଧରେ ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୧୪୪ ଧାରାକୁ ଉଲ୍ଲଂଘନ କରି ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇବା ସହ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇଥିଲେ। କାନପୁରରେ ଗୁଳିମାଡ଼ରେ ୧୨ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି। ବିଭିନ୍ନ ସ୍ଥାନରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଗୁଳିମାଡ଼ରେ ଆହତ ଆସିଫ (୨୦)ଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ସଲିମ ମିରଟର ଆନନ୍ଦ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୯ ଜଣଙ୍କୁ କାନପୁରର ଲାଲା ଲଜପତ୍‌ ରାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ପେଟରେ, ଜଣକ ଛାତିରେ ଓ ଅନ୍ୟମାନଙ୍କ ଗୋଡ଼ରେ ଗୁଳି ବାଜିଥିବା ଡାକ୍ତର ସଞ୍ଜୟ କାଲା କହିଛନ୍ତି। ତେବେ ପୋଲିସ ଗୁଳି ଚଳାଇ ନ ଥିବା କାନପୁର ଜୋନ୍‌ ଏଡିଜି ପ୍ରେମ୍‌ ପ୍ରକାଶ କହିଛନ୍ତି। ୟୁପିର ଗୋରଖପୁର, ଦେଓବନ୍ଦ, ମୁଜାଫରନଗର, ହାପୁର, ଶାମ୍‌ଲି, ପ୍ରୟାଗରାଜ୍‌, ବୁଲନ୍ଦସହର, ମିରଟ, ଫିରୋଜାବାଦ, ବାରାଣସୀ, ଫାରୁକାବାଦ, ବିଜ୍‌ନୋର, ଭାଦୋଇ ଏବଂ ହମିରପୁରରେ ହିଂସାକାଣ୍ଡ ଘଟିଛି। ବିଭିନ୍ନ ଜିଲାରେ ଉତ୍ତେଜନା ଲାଗି ରହିଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପର୍ଯ୍ୟାପ୍ତ ପୋଲିସ ମୁତୟନ କରାଯାଇଛି। କାନପୁରର ବାବୁପୁରଓ୍ବାରେ ଶୁକ୍ରବାର ନମାଜପାଠ ପରେ ହଜାର ହଜାର ଲୋକ ୧୪୪ ଧାରାକୁ ଉଲ୍ଲଂଘନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ। ହଲିମ ମୁସ୍‌ଲିମ କଲେଜରୁ ଫୁଲବାଗ ପର୍ଯ୍ୟନ୍ତ ସେମାନେ  ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିବାବେଳେ ଶୋ‘ରୁମ୍‌ ଓ ଗାଡ଼ି ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ଟେକାମାଡ଼ କରିଥିଲେ। ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ଯାଇ ପୋଲିସ ଲାଠିଚାଳନା କରିଥିଲେ।
ଫିରୋଜାବାଦରେ ମଧ୍ୟ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଉତ୍ତ୍ୟକ୍ତ ଜନତା ପୋଲିସ ଉପରକୁ ଢେଲାମାଡ଼ କରିବା ସହ କେତେକ ଗାଡ଼ି ପୋଡ଼ିଦେଇଥିଲେ। ଶାମ୍‌ଲିର ଆଜାଦ ଚୌକଠାରେ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ପୋଲିସ ମୃଦୁ ଲାଠିଚାଳନା କରିଥିଲା। ହାପୁର ଏବଂ ମୁଜାଫରନଗରରେ ମଧ୍ୟ ଅନୁରୂପ ସ୍ଥିତି ଦେଖାଦେଇଥିଲା।
ଗୋରଖପୁରରେ ଟେକାମାଡ଼ କରୁଥିବା ବିକ୍ଷୋଭକାରୀଙ୍କୁ ପୋଲିସ ଲାଠିମାଡ଼ କରିଥିଲା। ଦେଓବନ୍ଦରେ ୨୫୦୦ ବିକ୍ଷୋଭକାରୀ ସରଫତା ବଜାରରୁ ଖାନ୍‌କା ପୋଲିସ ଆଉଟପୋଷ୍ଟ ଆଡ଼କୁ ସିଏଏ ବିରୋଧୀ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରିଥିଲେ। ବାରାଣସୀରେ ସିଏଏ ବିରୋଧୀ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଥିଲା। ଆନ୍ଦୋଳନକାରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପୋଲିସ ଅଧିକାରୀଙ୍କୁ ଦେଇଥିଲେ।
ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ବିକ୍ଷୋଭକାରୀ ଏକ କାର୍‌ ଜାଳିଦେଇଥିବାବେଳେ ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ସୁରକ୍ଷା କର୍ମୀଙ୍କୁ ଢେଲାମାଡ଼ କରିଥିଲେ। ବିକ୍ଷୋଭକାରୀଙ୍କୁ ତଡ଼ିବା ପାଇଁ ପୋଲିସ ପାଣିମାଡ଼ କରିବା ସହ ଲାଠିଚାଳନା କରିଥିଲା। ଏହାବ୍ୟତୀତ ମହାରାଷ୍ଟ୍ର, କର୍ନାଟକ-କେରଳ ସୀମାନ୍ତ ଅଞ୍ଚଳରେ ଆନ୍ଦୋଳନ ହିଂସାତ୍ମକ ହୋଇଥିଲା। ଉତ୍ତରପ୍ରଦେଶ, ଦିଲ୍ଲୀ ସମେତ ବିଭିନ୍ନ ଅଞ୍ଚଳରେ କର୍ତ୍ତୃପକ୍ଷ ମୋବାଇଲ, ଇଣ୍ଟରନେଟ ଏବଂ ଏସ୍‌ଏମ୍‌ଏସ୍‌ ସେବା ବନ୍ଦ କରିଦେଇଛନ୍ତି। ଭୀମ ଆର୍ମୀ ପକ୍ଷରୁ ଉତ୍ତର ଦିଲ୍ଲୀର ଜାମା ମସ୍‌ଜିଦଠାରୁ ଯନ୍ତରମନ୍ତର ପର୍ଯ୍ୟନ୍ତ ରାଲି ବାହାରିଥିବାବେଳେ ପୋଲିସ ଏହାକୁ ଅନୁମତି ଦେଇ ନ ଥିଲା। ତେବେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଗିରଫ ହେବା ପୂର୍ବରୁ ଖସିଯାଇଥିଲେ। ଆନ୍ଦୋଳନ ଯୋଗୁ ଦିଲ୍ଲୀର ୧୭ଟି ମେଟ୍ରୋ ଷ୍ଟେଶନକୁ ବନ୍ଦ କରିଦିଆଯାଇଛି। କେତେକ ସଂଗଠନ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସକୁ ଗୋଲାପ ଫୁଲ ଦେଇଥିଲେ।
ସିଏଏ ଏବଂ ଏନ୍‌ଆର୍‌ସି ବିରୋଧୀ ବିକ୍ଷୋଭ ବେଳେ ଉତ୍ତ୍ୟକ୍ତ ଲୋକେ ଏମ୍‌ଏସ୍‌ଆରଟିସିର ୧୨ଟି ବସ୍‌ ଏବଂ ଏକ ଦଳକଳ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି। ବିଦ୍‌ ଅଞ୍ଚଳରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ପୋଲିସ ଲାଠିଚାଳନା କରିଥିଲା। ବିଦ୍‌ ଓ ନାଣ୍ଡେଡ୍‌ରେ ବସ୍‌ ଡିପୋ ଉପରକୁ ବିକ୍ଷୋଭକାରୀମାନେ ଟେକାମାଡ଼ କରିଥିଲେ। ଉତ୍ତେଜନାପ୍ରବଣ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି। ଗୁରୁବାର ହିଂସାତ୍ମକ ବିକ୍ଷୋଭ ବେଳେ ପୋଲିସ ଗୁଳିରେ ମାଙ୍ଗାଲୋରରେ ୨ ଓ ଲକ୍ଷ୍ନୌରେ ଜଣକର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri