ବ୍ୟାଙ୍କ ମହାମିଶ୍ରଣକୁ ନେଇ ସୀତାରାମନ୍‌ଙ୍କ ପ୍ରତିକ୍ରିୟା;କେହି ଚାକିରି ହରାଇବେ ନାହିଁ

ଚେନ୍ନାଇ,୨-୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମହାମିଶ୍ରଣ ହେବ ବୋଲି ଘୋଷଣା କରିସାରିଛନ୍ତି। ଏହାଦ୍ୱାରା କର୍ମଚାରୀ ଛଟେଇ ହୋଇଯିବେ ବୋଲି ଆଶଙ୍କା ପ୍ରକାଶ ପାଇଥିବା ବେଳେ ଅର୍ଥମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଯୋଗୁ ଜଣେ ହେଲେ କର୍ମଚାରୀଙ୍କୁ ଛେଇଟ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ବ୍ୟାଙ୍କ ମହାମିଶ୍ରଣ ଯୋଗୁ କର୍ମଚାରୀ ଛଟେଇ ହୋଇଯିବେ ବୋଲି ବ୍ୟାଙ୍କ ମହାସଂଘଗୁଡ଼ିକ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି। ଏହା ଉପରେ ନିଜର ପ୍ରତିକ୍ରିୟାରେ ସୀତାରାମନ୍‌ କହିଛନ୍ତି ଯେ, ଏହି ଆଶଙ୍କା ସମ୍ପୂର୍ଣ୍ଣ ତଥ୍ୟହୀନ। ବ୍ୟାଙ୍କ ମହାମିଶ୍ରଣ ଘୋଷଣା ବେଳେ କର୍ମଚାରୀଙ୍କୁ ବିଦା କରାଯିବ ନାହିଁ ବୋଲି ସେ ଶୁକ୍ରବାର ଖବରଦାତା ସମ୍ମିଳନୀରେ କହିଥିବା କର୍ମଚାରୀ ମହାସଂଘଗୁଡ଼ିକ ମନେ ପକାନ୍ତୁ। ମିଶ୍ରଣ ହେବାକୁ ଥିବା ସମସ୍ତ ବ୍ୟାଙ୍କ କର୍ମଚାରୀ ୟୁନିୟନଗୁଡ଼ିକୁ ସେ ପୁଣି ଆଶ୍ୱସ୍ତ କରି କହିଛନ୍ତି ଯେ, ଜଣେ ହେଲେ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ସୂଚନାଥାଉ କି, କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟାଙ୍କ ମହାମିଶ୍ରଣ ଘୋଷଣା କରିବା ପରେ ଏହାକୁ ବିରୋଧ କରି ବ୍ୟାଙ୍କ ମହାସଂଘଗୁଡ଼ିକ ପକ୍ଷରୁ ଶନିବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଓ ସେମାନେ କଳାବ୍ୟାଚ୍‌ ପିନ୍ଧିଥିଲେ।
ବନ୍ଦ ହେବ ନାହିଁ କୌଣସି ବ୍ୟାଙ୍କ
ଏଠାରେ ସୀମାଶୁଳ୍କ, ଜିଏସ୍‌ଟି ଓ ଆୟକର ବିଭାଗର ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସୀତାରାମନ୍‌ କହିଛନ୍ତି ଯେ, ମହାମିଶ୍ରଣ ପରେ କୌଣସି ବ୍ୟାଙ୍କକୁ ବନ୍ଦ କରାଯିବ ନାହିଁ। ଏଥିସହ କୌଣସି ବ୍ୟାଙ୍କକୁ କିଛି ନୂଆ କରିବାକୁ କୁହାଯାଇନାହିଁ। ତେବେ ସରକାରଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଅଧିକ ପୁଞ୍ଜି ଦିଆଯାଉଛି। ପୂର୍ବଭଳି ସେମାନେ ନିଜର ଗତିବିଧି ଜାରି ରଖିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଉଦ୍ୟୋଗ ଜଗତର ସମସ୍ୟା ଶୁଣୁଛୁ
ଦେଶରେ ମାନ୍ଦାବସ୍ଥା ଆସିଛି ବୋଲି ହେଉଥିବା ଅଭିଯୋଗକୁ ଅର୍ଥମନ୍ତ୍ରୀ ସୀତାରାମନ୍‌ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଅର୍ଥନୀତି ଧିମା ହୋଇଥିବା ବେଳେ ସରକାର ଉଦ୍ୟୋଗ ଜଗତ ସହ ନିରନ୍ତର ଆଲୋଚନା କରୁଛନ୍ତି ଓ ସେମାନଙ୍କ ସମସ୍ୟା ଶୁଣୁଛନ୍ତି। ସେ କହିଛନ୍ତି ଯେ, ଉଦ୍ୟୋଗ ଜଗତ ସମସ୍ୟାର ସମାଧାନ ଲାଗି କ’ଣ ଚାହୁଁଛନ୍ତି, ସରକାର ସେମାନଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରୁଛନ୍ତି। ଇତିମଧ୍ୟରେ ସେ ଦୁଇଥର ଉଦ୍ୟୋଗ ଜଗତର ପ୍ରତିନିଧିଙ୍କୁ ଭେଟି ସାରିଛନ୍ତି ଓ ଆଗକୁ ମଧ୍ୟ ଭେଟିବେ ବୋଲି ସୀତାରାମନ୍‌ ଉଲ୍ଲେଖ କରିଛନ୍ତି।
ଅଟୋମୋବାଇଲ ସେକ୍ଟର ପାଇଁ ଜିଏସ୍‌ଟି ହ୍ରାସ ସୁପାରିସ୍‌
ଅର୍ଥନୀତି ଧିମା ହେବା କାରଣରୁ ଅଟୋ ସେକ୍ଟରରେ ଗାଡ଼ି ବିକ୍ରି ହ୍ରାସ ପାଇଛି ବୋଲି କୁହାଯିବାରୁ ଅର୍ଥମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସରକାର ଇଲେକ୍ଟ୍ରିକ ଗାଡ଼ି ବିକ୍ରିକୁ ପ୍ରୋତ୍ସାହିତ କରିବେ। ତେବେ ଏଥିପାଇଁ ଅନ୍ୟ ଗାଡ଼ି ବିକ୍ରିକୁ ଅଣଦେଖା କରାଯିବ ନାହିଁ। ଅଟୋ ସେକ୍ଟରରେ ଲାଗୁ ହୋଇଥିବା ଜିଏସ୍‌ଟି ହାର ହ୍ରାସ କରିବା ଅଧିକାର ତାଙ୍କ ନିକଟରେ ନାହିଁ। ଏ ସଂକ୍ରାନ୍ତରେ ନିଷ୍ପତ୍ତି ଜିଏସ୍‌ଟି କାଉନସିଲ୍‌ ନେଇପାରିବ। ତେବେ କେନ୍ଦ୍ର ସରକାର ଜିଏସ୍‌ଟି ହ୍ରାସ ପାଇଁ କାଉନସିଲ୍‌କୁ ସୁପାରିସ୍‌ କରିଛନ୍ତି। ବଜେଟରେ ଘୋଷିତ କେତେକ ପଦକ୍ଷେପର ପରିଣାମ ଏବେ ଦେଖିବାକୁ ମିଳିଛି ବୋଲି ସୀତାରାମନ୍‌ ସ୍ପଷ୍ଟ କରିଛନ୍ତି।
ମନମୋହନ ସିଂହଙ୍କ ବୟାନ ଉପରେ ନୀରବ
କେନ୍ଦ୍ର ସରକାର ରାଜନୈତିକ ପ୍ରତିଶୋଧ ମନୋଭାବ ପରିତ୍ୟାଗ କରି ବିଶେଷଜ୍ଞଙ୍କ ସହ ବସି ମାନ୍ଦାବସ୍ଥା ଦୂର କରିବା ରାସ୍ତା ବାହାର କରନ୍ତୁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ରବିବାର କହିଛନ୍ତି। ଏହା ଉପରେ ନିର୍ମଳା କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଡ.ସିଂହଙ୍କ ବୟାନକୁ ନେଇ ବିଚାର କରିବେ ବୋଲି ସେ କହିଛନ୍ତି। ଏହାଛଡ଼ା ସେ ଅନ୍ୟ କୌଣସି ମନ୍ତବ୍ୟ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭେହିକ୍‌ଲ ସ୍କ୍ରାପେଜ୍‌କୁ ଉତ୍ସାହିତ କରିବେ ସରକାର

ନୂଆଦିଲ୍ଲୀ:  ପୁରୁଣା ଏବଂ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ହଟାଇ ନୂଆ ଯାନ ଗ୍ରହଣ କାର୍ଯ୍ୟକ୍ରମକୁ ସରକାର ଉତ୍ସାହିତ କରିବେ। ଏ କ୍ଷେତ୍ରରେ ସରକାର କେତେକ...

ଲକ୍‌ଡାଉନରୁ କୃଷି ଆନୁଷଙ୍ଗିକ କ୍ଷେତ୍ର ବାଦ୍‌

ନୂଆଦିଲ୍ଲୀ ୨୮। ୩: କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର କାର୍ଯ୍ୟକଳାପକୁ ଲକ୍‌ଡାଉନରୁ ବାଦ୍‌ ଦିଆଯାଇଛି। ରବି ଫସଲ ଅମଳକୁ ଠିକ୍‌ ଭାବେ ପରିଚାଳନା କରାଇବା ଲାଗି...

ଭାରତରେ ଆମଦାନୀ ଶୁଳ୍କ ଅତ୍ୟଧିକ:ମର୍ସିଡିଜ

ନୂଆଦିଲ୍ଲୀ,୨୦।୯ ଆମଦାନୀ ହେଉଥିବା କାର୍‌ଗୁଡିକ ଉପରେ ଭାରତ ସରକାର ଅତ୍ୟଧିକ ଟିକସ ଲାଗୁ କରୁଛନ୍ତି। ଏହା କମ୍ପାନୀଗୁଡ଼ିକ ଲାଗି ଅଡୁଆ ସୃଷ୍ଟି କରିଛି ବୋଲି ପ୍ରମୁଖ...

ଭାରତ ଲାଗି ଆଉଟଲୁକ ଷ୍ଟେବଲ ରଖିଲା ଏସ୍‌ ଆଣ୍ଡ୍‌ ପି

ନୂଆଦିଲ୍ଲୀ,୧୩-୨: ବିଶ୍ୱ ସ୍ତରୀୟ ରେଟିଂ ଏଜେନ୍ସି ଷ୍ଟାଣ୍ଡାର୍ଡ ଆଣ୍ଡ ପୋଅର୍ସ( ଏସ୍‌ ଆଣ୍ଡ ପି) ପକ୍ଷରୁ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଆଉଟଲୁକ୍‌କୁ ଷ୍ଟେବଲ ବା...

ବିକଳ୍ପ ମାସ୍କ ଡିଜାଇନ କଲେ ଏସ୍‌ଆର୍‌ଏମ୍‌ ଫାକଲ୍ଟି

ହାଇଦ୍ରାବାଦ,୧୧।୫: ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟର ଫାକଲ୍ଟି ଡକ୍ଟର ପଞ୍ଚଗୁଣୁଲା ଜୟପ୍ରକାଶ ଏକ ବିକଳ୍ପ ମାସ୍କ ଡିଜାଇନ କରିଛନ୍ତି। ଏହା ଏନ୍‌-୯୫ ମାସ୍କର ବିକଳ୍ପ ଭାବେ କାର୍ଯ୍ୟ କରିପାରିବ।...

ନିଯୁକ୍ତି ସୁରକ୍ଷାରେ ସହାୟକ ନୁହେଁ ସଂରକ୍ଷଣବାଦ:ରାଜନ

ୟୁନାଇଟେଡ ନେସନ୍ସ,୧୮-୪: ବିଶ୍ୱର ଦେଶଗୁଡିକ ଆପଣାଉଥିବା ସଂରକ୍ଷଣବାଦ ନିଯୁକ୍ତି ସୁରକ୍ଷା ଦିଗରେ ବିଶେଷ ଭାବେ ସହାୟକ ହେବ ନାହିଁ। ଅପରପକ୍ଷରେ ଅଟୋମେଶନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ...

କ୍ୟୁଏସ୍‌ ର଼୍ୟାଙ୍କିଙ୍ଗ୍‌: ଭିଆଇଟିକୁ ପ୍ରଥମ ସ୍ଥାନ

ଭେଲୋର,୧୧।୩: କ୍ୟୁଏସ୍‌ ର଼୍ୟାଙ୍କିଙ୍ଗ୍‌ରେ ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଭିଆଇଟି) ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଦେଶର ୧୨ ଶୀର୍ଷ ପ୍ରତିଷ୍ଠାନ ମଧ୍ୟରେ ପ୍ରଥମ ସ୍ଥାନରେ...

୨୦୨୫ ସୁଦ୍ଧା ଭାରତ ପଞ୍ଚମ ବଡ଼ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: ଚଳିତ ବର୍ଷ ବିଶ୍ୱର ପ୍ରମୁଖ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ୬ତମ ସ୍ଥାନକୁ ଖସିଯାଇଛି। ୨୦୨୫ ବେଳକୁ ପୁଣି ଥରେ ବ୍ରିଟେନକୁ ଟପି ଭାରତ...

Advertisement
Archives

Model This Week