ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଏନ୍‌ପିଏ ଚିନ୍ତା

ନୂଆଦିଲ୍ଲୀ,୪। ୫: ଦେଶର ବ୍ୟାଙ୍କିଙ୍ଗ ସେକ୍ଟର ବର୍ତ୍ତମାନ ଅନାଦାୟ ଋଣ ସମସ୍ୟା ଦେଇ ଗତି କରୁଥିବା ବେଳେ କୋଭିଡ-୧୯ ଯୋଗୁ ଏହି ସମସ୍ୟା ଆହୁରି ବଢିଯିବ ବୋଲି ବଜାର ବିଶେଷଜ୍ଞ ଆକଳନ ଆଶଙ୍କା ପ୍ରକଟ କରିଛନ୍ତି। ବର୍ତ୍ତମାନ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଥିବା ବେଳେ କମ୍ପାନୀଗୁଡିକ ଶୀଘ୍ର ଟ୍ରାକକୁ ଫେରିବା ନେଇ ମଧ୍ୟ କହି ହେଉ ନାହିଁ। ଏଭଳି ସ୍ଥିତିରେ କମ୍ପାନୀ ଋଣ ନ ଶୁୁଝି ପାରିଲେ ବ୍ୟାଙ୍କିଙ୍ଗ ଶିଳ୍ପ ଉପରେ ଏହାର ଚାପ ଆହୁରି ବଢିବ ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ଏନ୍‌ପିଏ ସମସ୍ୟା ସହ ଯୁଝୁଥିବା ଶିଳ୍ପକୁ ନେଇ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ଆର୍‌ଟିଆଇ ଦ୍ୱାରା ମଗାଯାଇଥିବା ଏକ ତଥ୍ୟରେ ବ୍ୟାଙ୍କିଙ୍ଗ ଶିଳ୍ପରେ ଏନ୍‌ପିଏ କିଭଳି ବଢୁଛି ତାର ଏକ ଚିତ୍ର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ବ୍ୟାଙ୍କ ଅଫ୍‌ ବରୋଦାର ଏନ୍‌ପିଏ ଗତ ୬ ବର୍ଷରେ ୬ ଗୁଣାରୁ ଅଧିକ ବଢିଛି। ଏହା ୭୩,୧୪୦ କୋଟି ଟଙ୍କା ଛୁଇଁଛି। ସେହିଭଳି ଇଣ୍ଡିଆନ ବ୍ୟାଙ୍କର ଏନ୍‌ପିଏ ୪ ଗୁଣା ବଢି ୩୨,୫୬୧ କୋଟି ଟଙ୍କା ଟପିଥିବା ଜଣାପଡିଛି।
କୋଟାର ସୂଚନା ଅଧିକାର କର୍ମୀ ସୁଜିତ ସ୍ବାମୀଙ୍କୁ ଆରଟିଆଇରେ ମିଳିଥିବା ସୂଚନା ମୁତାବକ, ବ୍ୟାଙ୍କ ଅଫ୍‌ ବରୋଦାର ଏନ୍‌ପିଏ ମାର୍ଚ୍ଚ ୨୦୧୪ରେ ୧୧,୮୭୬ କୋଟି ଟଙ୍କା ରହିଥିଲା। ଏହା ୨୦୧୯ ଡିସେମ୍ବରରେ ୭୩,୧୪୦ କୋଟି ଟଙ୍କାକୁ ବଢିଛି। ଏହି ସମୟରେ ବ୍ୟାଙ୍କର ଏନ୍‌ପିଏ ଖାତା ୨.୦୮ ଲକ୍ଷରୁ ୬.୧୭ ଲକ୍ଷକୁ ବଢିଛି। ସେହିଭଳି ଇଣ୍ଡିଆନ ବ୍ୟାଙ୍କ ଏନ୍‌ପିଏ ୨୦୧୪ ମାର୍ଚ୍ଚ ୩୧ରେ ୮୦୬୮ କୋଟି ଟଙ୍କା ରହିଥିବା ବେଳେ ଏହା ୨୦୨୦ ମାର୍ଚ୍ଚରେ ୩୨,୫୬୧ କୋଟି ଟଙ୍କାକୁ ବଢିଛି। ବ୍ୟାଙ୍କର ଏନ୍‌ପିଏ ଖାତା ୨.୪୮ ଲକ୍ଷରୁ ବଢି ୫.୬୪ ଲକ୍ଷକୁ ବଢିଛି। ଏହି ସମୟରେ ବ୍ୟାଙ୍କ ଅଫ ବରୋଦା ଏସ୍‌ଏମ୍‌ଏସ୍‌ ଆଲର୍ଟରୁ ୧୦୭ କୋଟି ଟଙ୍କା ଆୟ କରିଛି। ଏସ୍‌ବିଆଇ ଏବଂ ପିଏନ୍‌ବିକୁ ଏ ସମ୍ପର୍କିତ ତଥ୍ୟ ମଗାଯାଇଥିବା କୌଣସି ସୂଚନା ମିଳିପାରିନାହିଁ ବୋଲି ସ୍ବାମୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରିଏଣ୍ଟାଲ ବ୍ୟାଙ୍କ ଦୁର୍ନୀତିରେ ସାମିଲ ଥିଲେ ନୀରବ ମୋଦି-ମେହୁଲ ଚୋକ୍‌ସି

ନୂଆଦିଲ୍ଲୀ,୭-୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ଋଣ ଦୁର୍ନୀତିରେ ସାମିଲ ଥିବା ହୀରା ବ୍ୟବସାୟୀ ନୀରବ ମୋଦି ଏବଂ...

ନଅ ଦିନ ହେଲା ଲଗାତର ବୃଦ୍ଧି ପାଉଛି ତେଲ ଦର

ନୂଆଦିଲ୍ଲୀ,୧୫।୬: ଦେଶରେ ତେଲ ଦର ଗତ ୯ ଦିନ ହେଲା ଲଗାତର ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶର ପରିସ୍ଥିତି ଭଲ ନଥିବା ବେଳେ ତେଲ ଦର...

ପେନ୍‌ସନ କ୍ଷେତ୍ର ଏଫ୍‌ଡିଆଇ ବଢ଼ିପାରେ

ନୂଆଦିଲ୍ଲୀ,୧୨।୪: ସରକାର ପେନ୍‌ସନ କ୍ଷେତ୍ର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍‌ଡିଆଇ)କୁ ବଢାଇ ପାରନ୍ତି। ଏ କ୍ଷେତ୍ରରେ ଏଫ୍‌ଡିଆଇ ସୀମା ୭୪%କୁ ବଢାଇବା ନେଇ ଯୋଜନା ରଖାଯାଇଛି। ପାର୍ଲାମେଣ୍ଟର...

୪.୭ ଲକ୍ଷ କୋଟି ଟଙ୍କାର କୃଷି ଋଣ ଛାଡ

ମୁମ୍ବାଇ,୧୩-୧: ଗତ ଏକ ଦଶନ୍ଧି ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟ ୪.୭ ଲକ୍ଷ କୋଟି ଟଙ୍କାର କୃଷି ଋଣ ଛାଡ କରିଛନ୍ତି। ଏହା ଶିଳ୍ପ ସ୍ତରର...

ଆଉ କିଛି ସମୟ ପରେ ଆରମ୍ଭ ହେବ ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩ ୩ୟ ସଂସ୍କରଣ । ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ...

ଭାରତରେ ୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ନେସ୍‌ଲେ

ନୂଆଦିଲ୍ଲୀ,୨୫।୯: ଦେଶର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ତଥା ବିଶ୍ୱର ଜଣାଶୁଣା ଖାଦ୍ୟ ତଥା ପାନୀୟ କମ୍ପାନୀ ନେସ୍‌ଲେ ଏସ୍‌ଏ ଆସନ୍ତା ସାଢେ ୩ ବର୍ଷ...

ଚାଇନାରୁ ଭାରତକୁ ଆସିବେ ୨୦୦ ଆମେରିକୀୟ କମ୍ପାନୀ

ନୂଆଦିଲ୍ଲୀ,୨୮-୪: ସାଧାରଣ ନିର୍ବାଚନ ପରେ ଆମେରିକାର ପ୍ରାୟ ୨୦୦ କମ୍ପାନୀ ନିଜର ମାନୁଫାକଚରିଂ ସେଣ୍ଟରକୁ ଭାରତକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଆମେରିକା ଓ ଭାରତର...

ମୋଦିଙ୍କୁ ବ୍ୟବସାୟୀ ସଂଘର ଚିଠି

ନୂଆଦିଲ୍ଲୀ,୨୨।୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି। ଫେବୃୟାରୀ...

Advertisement
Archives

Model This Week