ବ୍ୟବସ୍ଥା ନ କରି ସହଯୋଗ ଲୋଡ଼ିଲେ

ନୂଆଦିଲ୍ଲୀ, ୬।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ ଘୋଷଣା ପରେ ଗ୍ରାମାଞ୍ଚଳକୁ ଯୋଗାଯୋଗ କରୁଥିବା ଜାତୀୟ ରାଜପଥଗୁଡ଼ିକରେ ହଜାର ହଜାର ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ସମ୍ଭବତଃ ଏପରି ଗହଳି ୭୩ବର୍ଷ ତଳେ ଦେଶ ବିଭାଜନ ସମୟରେ ମଧ୍ୟ ଦେଖିବାକୁ ମିଳି ନ ଥିଲା। ହଜାର ହଜାର ପ୍ରବାସୀ ଶ୍ରମିକ କାମଧନ୍ଦା ନ ପାଇ ଚାଲି ଚାଲି ସେମାନଙ୍କ ଭିଟାମାଟିକୁ ଫେରୁଛନ୍ତି। କରୋନା ମହାମାରୀରୁ ଲୋକଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଗତ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଥିଲେ। ସଙ୍ଗେ ସଙ୍ଗେ ସମସ୍ତ ରାଜ୍ୟର ସୀମାକୁ ସିଲ୍‌ କରିଦିଆଗଲା। ରେଳ, ବସ୍‌ ଓ ବିମାନ ଚଳାଚଳକୁ ମଧ୍ୟ ବନ୍ଦ କରିଦିଆ ଯାଇଥିଲା। ହଠାତ୍‌ ଲକ୍‌ଡାଉନ ଘୋଷଣା କରାଯାଇଥିବାରୁ ଲୋକମାନେ ନିଜ ଗ୍ରାମକୁ ଫେରିବାକୁ ବସ୍‌ କି ଟ୍ରେନ୍‌ ସୁବିଧା ପାଇପାରି ନ ଥିଲେ। ଫଳରେ ଗ୍ରାମାଞ୍ଚଳରୁ ଆସି ସହରାଞ୍ଚଳରେ ରହି ଜୀବିକା ଉପାର୍ଜନ କରୁଥିବା ପ୍ରାୟ ୧୨କୋଟି ଲୋକ ନିଜ ଭିଟାମାଟିକୁ ଫେରି ପାରି ନ ଥିଲେ। ରାତାରାତି ସେମାନଙ୍କ ଚାକିରି ଚାଲିଗଲା, ସେମାନଙ୍କୁ କାୈଣସି ସାମାଜିକ ସହାୟତା ମିଳିଲା ନାହିଁ, ଭୋକ ଓପାସରେ ଦିନ କାଟିଲେ। ପରିସ୍ଥିତି କରୋନା ମହାମାରୀ ବିପଦଠାରୁ ବଳିଗଲା। ତେଣୁ ସେମାନେ ଜୀବନକୁ ବାଜି ଲଗାଇ ହଜାର ହଜାର କିଲୋମିଟର ଦୂର ନିଜ ଭିଟାମାଟିକୁ ଚାଲି ଚାଲି ଫେରିବାକୁ ବାଧ୍ୟ ହେଲେ।
ଭିଟାମାଟିକୁ ଚାଲି ଚାଲି ଫେରୁଥିବା ୧୨ଲକ୍ଷ ୫୦ହଜାର ଲୋକଙ୍କୁ ବିଭିନ୍ନ କ୍ୟାମ୍ପ ଓ ଆଶ୍ରୟ ଗୃହରେ ରଖାଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରି କି ଲକ୍‌ଡାଉନ ଘୋଷଣାର କିଛି ଦିନ ମଧ୍ୟରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୧.୭ଲକ୍ଷ କୋଟି ଟଙ୍କାର ରିଲିଫ୍‌(ଖାଦ୍ୟ, ଚାଉଳ, ରନ୍ଧନ ଗ୍ୟାସ ଇତ୍ୟାଦି)ସହାୟତା ଘୋଷଣା କରାଯାଇଥିଲା। ହେଲେ ଏହା ଲୋକଙ୍କ ପାଖରେ କିପରି ଠିକ୍‌ରେ ପହଞ୍ଚତ୍ ପାରିବ ସେନେଇ କୌଣସି ରୋଡ ମ୍ୟାପ କରାଗଲା ନାହିଁ। ଏଭଳି ସ୍ଥିତିରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀଙ୍କୁ ବିଭିନ୍ନ ଏନ୍‌ଜିଓ ଓ ସାମାଜିକ ସଂସ୍ଥା ସହଯୋଗ ଜାରି ରଖିଛନ୍ତି ବୋଲି ଦିଲ୍ଲୀର ଦାତବ୍ୟ ଅନୁଷ୍ଠାନ ‘ଗୁଞ୍ଜ’ର ପ୍ରତିଷ୍ଠାତା ଅଂଶୁ ଗୁପ୍ତା କହିଛନ୍ତି। ତାଙ୍କ କହିବାହେଲା ଲକ୍‌ଡାଉନ ସମୟରେ ବହୁ ପ୍ରବାସୀ ସେମାନଙ୍କ ଗ୍ରାମରେ ପହଞ୍ଚତ୍ଥିବାବେଳେ ଅନେକ ସହରାଞ୍ଚଳରେ ଅଟକି ରହିଛନ୍ତି। ଏପରି କି ଲକ୍ଷଲକ୍ଷ ଗରିବ ଲୋକ ଯେଉଁମାନେ ଗ୍ରାମାଞ୍ଚଳରେ ବାସ କରୁଛନ୍ତି ସେମାନେ ମଧ୍ୟ ଏବେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି। କାୈଣସି ବିଧିବଦ୍ଧ ଯୋଜନା କିମ୍ବା ବ୍ୟବସ୍ଥା ନ କରି ସରକାର ଲକ୍‌ଡାଉନ ଘୋଷଣା କରିଥିଲେ। ଯାହାକି ଅନେକେଙ୍କୁ ଅସୁବିଧାରେ ପକାଇଛି। ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ସହାୟତା ଦିଆଯାଉଥିବାବେଳେ ଭାରତୀୟ ନାଗରିକ ସମାଜ(ସିଭିଲ ସୋସାଇଟି) ମଧ୍ୟ ଲୋକଙ୍କୁ ସେବା ଯୋଗାଇଦେବାକୁ ଆଗେଇ ଆସିଛି। ୯୨ସହଯୋଗୀ ଏନ୍‌ଜିଓ ସହଯୋଗରେ ଗୁପ୍ତା ତାଙ୍କର ଦାତବ୍ୟ ସଂସ୍ଥା ମାଧ୍ୟମରେ ୧୮ଟି ରାଜ୍ୟରେ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି। ଏହି ସଂଗଠନର କ୍ଷେତ୍ରୀୟ ସ୍ତରରେ କାର୍ଯ୍ୟ କରୁଥିବା ସଦସ୍ୟମାନେ ଇତିମଧ୍ୟରେ ୧୭,୭୦୦ ପରିବାରକୁ ୧୬,୬୦୦କିଲୋ ଚାଉଳ, ଅଟା, ମସୁର ଡାଲି, ଆଳୁ ଏବଂ ତେଲ ପ୍ରଦାନ କରିଛନ୍ତି। ଏପରି କି ସମୂହ ରୋଷେଇ ମାଧ୍ୟମରେ ୭୭,୮୦୦ ଖାଦ୍ୟ ପୁଡ଼ିଆ ପ୍ରଦାନ କରାଯିବା ସହ ୪୨,୮୦୦ ମାସ୍କ ଓ ୨୪,୯୦୦ ସାନିଟାରି ପ୍ୟାଡ ଯୋଗାଇ ଦିଆଯାଇଛି ବୋଲି କୁହାଯାଇଛି। କେବଳ ଏହି ସଂଗଠନ ନୁହେଁ,ବିଭିନ୍ନ ରାଜ୍ୟରେ ବହୁ ସାମାଜିକ ଅନୁଷ୍ଠାନ ପକ୍ଷରୁ ଲୋକମାନଙ୍କୁ ସହଯୋଗର ହାତ ବଢ଼ାଇ ଦିଆଯାଉଛି। ସରକାରଙ୍କ ସହ ସାମିଲ ହୋଇ ସାମାଜିକ ସଂଗଠନଗୁଡ଼ିକ ଗରିବଙ୍କ ମୁହଁରେ ହସ ଫୁଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛନ୍ତି। ଏପରି କି ସରକାର ମଧ୍ୟ ସାମାଜିକ ସଂଗଠନଗୁଡ଼ିକୁ ଗରିବଙ୍କୁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି। ତେବେ ଇତିମଧ୍ୟରେ କେତେକ ଏନ୍‌ଜିଓର ଲାଇସେନ୍ସ ରଦ୍ଦ ହୋଇଯାଇଥିବାରୁ ଗରିବଙ୍କୁ ଅଧିକରୁ ଅଧିକ ସହଯୋଗ ମିଳି ପାରୁ ନ ଥିବା ଗୁଞ୍ଜର ପ୍ରତିଷ୍ଠାତା ଗୁପ୍ତା କହିଛନ୍ତି।

ଲାଇସେନ୍ସ ରଦ୍ଦ ପରେ ମନେ ପଡ଼ୁଛି
ବିଦେଶୀ ସହାୟତା ନିୟାମକ ଆଇନ ବା ଫରେନ କଣ୍ଟ୍ରିବ୍ୟୁଶନ ରେଗୁଲେଟୋରୀ ଆକ୍ଟ ଅନୁସାରେ ଭାରତରେ ଥିବା ଏନ୍‌ଜିଓଗୁଡ଼ିକ ବିଦେଶୀ ପାଣ୍ଠି ଯେପରି ଗ୍ରହଣ କରି ନ ପାରିବେ ସେଥିପାଇଁ ୨୦୧୪ରୁ ୨୦୨୦ ମଧ୍ୟରେ କେନ୍ଦ୍ର ସରକାର ପ୍ରାୟ ୨୦ହଜାରରୁ ଊର୍ଦ୍ଧ୍ୱ ଏନ୍‌ଜିଓଙ୍କ ଲାଇସେନ୍ସକୁ ରଦ୍ଦ କରିଛନ୍ତି। ବିଶେଷକରି ମାନବାଧିକାର ଦିଗରେ କାର୍ଯ୍ୟ କରୁଥିବା ଅନେକ ଏନ୍‌ଜିଓ ଏହାଦ୍ୱାରା ବିଶେଷମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଅନେକ ଏନ୍‌ଜିଓ ଉଭାନ ହୋଇଯାଇଥିବାବେଳେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଗଲା। ଏପରି କି ବିଭିନ୍ନ ଏନ୍‌ଜିଓରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭାଗ୍ୟ ମଧ୍ୟ ଅନ୍ଧକାରକୁ ଠେଲି ହୋଇଯାଇଛି। ଲୋକମାନଙ୍କ ପାଇଁ ସେମାନଙ୍କ କାର୍ଯ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମ୍ପ୍ରତି କରୋନା ଭାଇରସ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ୯୨ହଜାର ଏନ୍‌ଜିଓକୁ ସରକାରଙ୍କୁ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri