ବ୍ୟବସ୍ଥାକୁ ୩.୭୪ ଲକ୍ଷ କୋଟି ନଗଦ ଛାଡିବ ଆର୍‌ବିଆଇ

ମୁମ୍ବାଇ୨୮। ୩: କୋଭିଡ-୧୯ ଯୋଗୁ ଦେଶର ଅର୍ଥବ୍ୟବସ୍ଥା ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି। ଏହାର ପ୍ରଭାବକୁ କମ୍‌ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଦେଶର ଅର୍ଥ ବ୍ୟବସ୍ଥାକୁ ମୋଟ ୩.୭୪ ଲକ୍ଷ କୋଟି ଟଙ୍କାର ନଗଦ ଉପଲବ୍ଧ କରାଇ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ ଶୁକ୍ରବାର ସୂଚନା ଦେଇଛନ୍ତି। ଦେଶର ପୁଞ୍ଜି ବଜାର ଏବେ ପ୍ରଭାବିତ ସ୍ଥିତିରେ ରହିଛି। ବଜାରରେ ସ୍ଥିତାବସ୍ଥା ଆଣିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ଫେରାଇ ଆଣିବା ଦିଗରେ କେନ୍ଦ୍ରୀୟ ବ୍ୟାଙ୍କକୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଶୁକ୍ରବାର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ସେ ବିଭିନ୍ନ ପଦକ୍ଷେପ ଘୋଷଣା କରିବା ସହ ଏଭଳି ସୂଚନା ଦେଇଛନ୍ତି। ବଜାରକୁ ନଗଦ ସୁବିଧା ଯୋଗାଣ ପଦକ୍ଷେପ ସମ୍ପର୍କିତ ସୂଚନା ଦେଇ ସେ କହିଛନ୍ତି ଯେ, ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ରେପୋ ଅପରେଶନ ହାତକୁ ନିଆଯାଇଛି। ଏହା ଦ୍ୱାରା ବଜାରରେ ନଗଦ ଉପଲବ୍ଧ କରାଇବା ତ୍ୱରାନ୍ବିତ ହେବ। ଏବେ ରିଜର୍ଭ ବ୍ୟାଙ୍କ କ୍ୟାସ ରିଜର୍ଭ ରେସିଓ (ସିଆର୍‌ଆର୍‌) ୧୦୦ ବେସିସ୍‌ ପଏଣ୍ଟ ଖସାଇବା ଯୋଗୁ ଏହା ୩%କୁ କମିଛି ଏହା ୪% ରହିଥିଲା। ମାର୍ଚ୍ଚ ୨୮ରୁ ଆଗାମୀ ଗୋଟିଏ ବର୍ଷ ଲାଗି ଏଭଳି ଘୋଷଣା କାମ କରିବ। ସିଆର୍‌ଆର୍‌ କୋହଳ ହେବା ଦ୍ୱାରା ବଜାରକୁ ୧.୩୭ ଲକ୍ଷ କୋଟି ଟଙ୍କାର ନଗଦ ଆସିବା ନେଇ ଆଶା କରାଯାଉଛି ବୋଲି ଗଭର୍ନର ମତ ରଖିଛନ୍ତି। ସିଆର୍‌ଆର୍‌ ହେଉଛି ବ୍ୟାଙ୍କ ଜମାର ସେହି ଅଂଶ ଯାହାକୁ ବ୍ୟାଙ୍କଗୁଡିକ ବାଧ୍ୟତାମୂଳକ ଭାବେ କେନ୍ଦ୍ରୀୟ ବ୍ୟାଙ୍କରେ ଜମା ରଖିଥାନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ୨୦୧୩ ଫେବୃୟାରୀରେ ସିଆର୍‌ଆରକୁ ୨୫ ବେସିସ ପଏଣ୍ଟ ହ୍ରାସ କରିଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ ବିଭିନ୍ନ ପଦକ୍ଷେପ ଦ୍ୱାରା ବଜାରକୁ ୩.୭୪ ଲକ୍ଷ କୋଟି ଟଙ୍କା ଉପଲବ୍ଧ ହେବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୈଳ ବିକ୍ରି ପାଇଁ ୭ କମ୍ପାନୀକୁ ଅନୁମତି

ନୂଆଦିଲ୍ଲୀ,୧୯।୭: ପେଟ୍ରୋଲିୟମ ଆଣ୍ଡ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଆଉ ୭ଟି କମ୍ପାନୀକୁ ଦେଶରେ ତୈଳ କାରବାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ...

ବ୍ୟାଙ୍କ ଜମା ଆଡ଼କୁ ମୁହାଁଉଛନ୍ତି ନିବେଶକ

ମୁମ୍ବାଇ,୩୦।୪: ଡେଟ୍‌ ବର୍ଗରେ ମିଳୁଥିବା ଲାଭକୁ ଦେଖିଲେ ଗୋଟିଏ ସମୟରେ ପୁଞ୍ଜି ବଜାରର ନିବେଶକଙ୍କ ଏହା ଏକ ଅନ୍ୟତମ ପ୍ରମୁଖ ନିବେଶ ବିକଳ୍ପ ରହି ଆସିଥିଲା।...

୨ ମାସ ପରେ ବଢ଼ିଲା ତେଲ ଦର

ଭୁବନେଶ୍ୱର: ପ୍ରାୟ ୨ ମାସ ହେବ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଶୁକ୍ରବାର ଇନ୍ଧନ ଦରରେ ପୁଣି ଥରେ...

୫୬ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ସ୍ଥିତି ଅତ୍ୟଧିକ ଖରାପ

ନୂଆଦିଲ୍ଲୀ,୧୬-୭: ଆର୍ଥିକ ସ୍ଥିତି ଦୃଷ୍ଟିରୁ ଦେଶରେ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ସଂଖ୍ୟା ଗତ ୩ ବର୍ଷରେ ବଢ଼ିଚାଲିଛି। ୨୦୧୫-୧୬ରେ ଏହି ସଂଖ୍ୟା ୪୮ ଥିବା ବେଳେ ୨୦୧୭-୧୮ରେ...

ଲଞ୍ଚ ହେଲା ସାମ୍‌ସଙ୍ଗ ଗାଲାକ୍ସି ଏମ୍‌ ୩୧ ଏସ୍‌ : ରହିଛି ଏସବୁ ଫିଚର

ସାମ୍‌ସଙ୍ଗ ଭାରତରେ ଏହାର ଏକ ମିଡ୍‌ରେଞ୍ଜ ସ୍ମାର୍ଟଫୋନ ସାମ୍‌ସଙ୍କ ଗାଲାକ୍ସି ଏମ ୩୧ ଏସ୍‌ ଲଞ୍ଚ କରିଛି। କିଛି ମାସ ପୂର୍ବରୁ କମ୍ପାନୀ ଲଞ୍ଚ ହୋଇଥିବା...

ଜାଗମରାରେ ପିଏନ୍‌ବି ଲୋନ୍‌ ପଏଣ୍ଟ

ଭୁବନେଶ୍ୱର,୨୩।୫: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ରାମ୍‌ (ରିଟେଲ,କୃଷି ଏବଂ ଏମ୍‌ଏସ୍‌ଏମ୍‌ଇ)ର ଲୋନ୍‌ ପଏଣ୍ଟ ସ୍ଥାନୀୟ ଜାଗମରା ସ୍ଥିତ ଓରିଏଣ୍ଟାଲ ବ୍ୟାଙ୍କ କ୍ୟାମ୍ପସ ପରିସରରେ ଉଦ୍‌ଘାଟିତ...

୧୯ନିର୍ବାଚନ ପୂର୍ବରୁ ଆବିଆଇରୁ ୩ଲକ୍ଷ କୋଟି ଟଙ୍କା ଉଠାଇବାକୁ ଚାହୁଁଥିଲେ ସରକାର, ପୂର୍ବ ଡେପୁଟି ଗଭର୍ଣ୍ଣରଙ୍କ ବଡ ଦାବି

ନୂଆଦିଲ୍ଲୀ,୮।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି, ୨୦୧୮ ମସିହାରେ ସରକାର...

ଦୈନିକ ରେକର୍ଡ ଭାଙ୍ଗୁଛି ସୁନା ଦର;ମହଙ୍ଗା ହୋଇଚାଲିଛି ରୁପା

ନୂଆଦିଲ୍ଲୀ,୯-୮: ସୁନା ଦର ଦୈନିକ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ସେହିପରି ରୁପା ମଧ୍ୟ ମହଙ୍ଗା ହେବାରେ ଲାଗିଛି। ଦିଲ୍ଲୀ ସର୍ରାଫା ବଜାରରେ ଗୁରୁବାର...

Advertisement
Archives

Model This Week