ଛେଣ୍ଡିପଦା,୧୬ା୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିବା ଶୁକ୍ରବାର ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସ୍ବାସ୍ଥ୍ୟକେନ୍ଦ୍ର ଉପସ୍ଥାନ ଖାତାରେ କୋଭିଡ-୧୯ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅନୁପସ୍ଥିତ ଦର୍ଶାଯାଇଥିଲା। ଏ ନେଇ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଓ ଅନ୍ୟ କର୍ମଚାରୀମାନେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପଚାରିଥିଲେ। ଏହାକୁ ନେଇ ସମ୍ପୃକ୍ତ ଡାକ୍ତର ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ଗାଳି କରିବା ସହ ମାଡ଼ ମାରିଥିବା ଅଭିଯୋଗରେ ଦର୍ଶାଯାଇଛି। ଏ ସମ୍ପର୍କରେ ସମ୍ପୃକ୍ତ ଡାକ୍ତର କହିଛନ୍ତି, କୋଭିଡ-୧୯ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା କର୍ମଚାରୀମାନେ ସକାଳ ସାଢେ ୭ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ନିମନ୍ତେ ସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ କର୍ମଚାରୀମାନେ ଠିକ୍ ସମୟରେ ଆସୁ ନ ଥିବାରୁ ଉପସ୍ଥାନ ଖାତାରେ ଅନୁପସ୍ଥିତ ଦର୍ଶାଯାଇଥିଲା। ପରେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ତାଙ୍କ କାର୍ଯ୍ୟାଳୟକୁ ଆସି ଯୁକ୍ତିତର୍କ କରିବା ସହ ଚେୟାରକୁ ଗୋଇଠା ମାରିଥିଲେ। ଫଳରେ ସେମାନଙ୍କୁ କାର୍ଯ୍ୟାଳୟରୁ ବାହାର କରିଦେଇଥିଲି। ମାଡ଼ ମାରିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇ ଥାନାରେ ଅଭିଯୋଗ କରିବେ ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ଏ ନେଇ ଆଇଆଇସି କନକ ମାଝି କହିଛନ୍ତି, ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରାଯିବ।
ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ମାଡ଼ ଅଭିଯୋଗ: ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଉପସ୍ଥାନକୁ ନେଇ ବିବାଦ
Posted inଅନୁଗୋଳ, ଆମ ଜିଲା ଖବର View All
ମନ୍ତ୍ରୀଙ୍କ ବଡ଼ ସୂଚନା: ଚିଲିକାର ପୁନରୁଦ୍ଧାର ପାଇଁ ହେବ DPR
ଭୁବନେଶ୍ୱର,୨।୧: ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୈବ ବିବିଧତା ଏବଂ ଚିଲିକା ହ୍ରଦର ପୁନର୍ବିକାଶ ଉପରେ ଗୁରୁତ୍ୱ...
ବ୍ଲକ କାର୍ଯ୍ୟାଳୟରେ ପଶି ବିଡିଓଙ୍କୁ ଆକ୍ରମଣ: ପ୍ରତିବାଦରେ…
ରାଜନଗର,୩ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଭାଜପା ନେତା ଓ କର୍ମୀମାନେ ଆକ୍ରମଣ ଘଟଣାରେ ଶନିବାର ଦିନତମାମ ବ୍ଲକ ପରିସରରେ ଉତ୍ତେଜନା...
ଥାନା ଅଧିକାରୀଙ୍କ ଦରମା ବନ୍ଦ: ମହଙ୍ଗା ପଡ଼ିଲା…
ତିର୍ତ୍ତୋଲ,୩।୧(ଗୌରାଙ୍ଗ ସ୍ବାଇଁ):ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ଅବମାନନା କାରଣରୁ ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କ ଦରମା ବନ୍ଦ କରାଯାଇଛିି। ଜଗତସିଂହପୁର ଜିଲାପାଳ, କିଲିପାଳ...
ଦୂତି ଚାନ୍ଦଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ପରିବାର ସହ ଆସୁଥିବାବେଳେ…
କଟକ,୩ା୧: ଦୌଡ଼ରାଣୀ ଦୂତି ଚାନ୍ଦଙ୍କ କାର୍ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ତାଙ୍କ ପରିବାର ସହ ଆସୁଥିବାବେଳେ କଟକର ତ୍ରିଶୂଳିଆ ବ୍ରିଜ୍ ନିକଟରେ କାର୍ ଦୁର୍ଘଟଣାର...
ଠିକ୍ ହୋଇଥିଲା ବିବାହ, ବଣ୍ଟା ସରିଥିଲା କାର୍ଡ, ଘଟିଲା ଏମିତି କିଛି…
ବଲାଙ୍ଗୀର,୩ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ତଳୁ ଶନିବାର ଏକ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବ୍ରିଜ ତଳୁ...
ମନ୍ଦିରରୁ ପୂଜା ସାରି ଫେରିବାବେଳେ ପୂଜକଙ୍କୁ ପେଚ୍କସ୍ରେ ଆକ୍ରମଣ, କିଛି ସମୟ ଭିତରେ ଘଟିଲା…
ତାଳଚେର,୩ା୧(ମନୋଜ ନନ୍ଦ): ତାଳଚେର ଥାନା ସମ୍ମୁଖରେ ଥିବା ମଙ୍ଗଳା ମନ୍ଦିରରେ ଦୀର୍ଘବର୍ଷ ହେଲା ପୂଜା କରି ଆସୁଥିଲେ ବଡ଼ଦାଣ୍ଡ ସାହିର ସନ୍ତୋଷ କୁମାର ମହାପାତ୍ର(୫୦)। ଶନିବାର...
ନୂତନ ବର୍ଷ ଠାରୁ ଉଦ୍ୟାନ ବିଭାଗରେ ଝୁଲୁଛି ତାଲା: କାହା କଥାରେ ରହୁନି ତାଳ ମେଳ
ପରଜଙ୍ଗ,୩।୧(ନିଗନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମୁଖ୍ୟାଳୟ ଠାରୁ ୨ କିମି ଦୂର ୫୩ ନଂ ଜାତୀୟ ରାଜପଥ ପାର୍ଶ୍ୱ ହାତିଲୁଚାଣି ଛକ ନିକଟରେ ଦୀର୍ଘବର୍ଷ...
ଧନୁଯାତ୍ରାରେ ସରକାରଙ୍କ ବଡ଼ ଘୋଷଣା : ମାର୍ଚ୍ଚ ଶେଷସୁଦ୍ଧା ସମସ୍ତ…
ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...
Archives


