ବ୍ରହ୍ମବରଦାରେ ଆଉ ଜଣେ ନିଜାମୁଦ୍ଦିନ ଫେରନ୍ତା ଠାବ

ରସୁଲପୁର,୨।୪(ଡି.ଏନ୍‌.ଏ.): ନିଜାମୁଦ୍ଦିନରେ ଆୟୋଜିତ ମୁସଲମାନଙ୍କ ଧର୍ମସଭାରେ ଯୋଗଦେଇ ଫେରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଆଉ ଜଣଙ୍କୁ ବୁଧବାର ଯାଜପୁର ଜିଲା ରସୁଲପୁର ବ୍ଲକର ବ୍ରହ୍ମବରଦା ଅଞ୍ଚଳରେ ଠାବ କରିଛି ପ୍ରଶାସନ। ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ବୁଧବାର ସନ୍ଧ୍ୟାରେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ନେତୃତ୍ୱରେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ, ବ୍ଲକ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁଧୀର କୁମାର ସାହୁ, ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ପ୍ରମୁଖ ପଞ୍ଚତ୍ଥିଲେ। ଡାକ୍ତର ସାହୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ତାଙ୍କ ଯାତ୍ରାର ସବିଶେଷ ବିବରଣୀ ସଂଗ୍ରହ କରିଥିଲେ। ସେ ଧର୍ମସଭାରୁ ଫେରିବାର ପ୍ରାୟ ୧୮ଦିନ ବିତିଗଲାଣି। ତଥାପି ତାଙ୍କୁ ଆହୁରି ୧୪ଦିନ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହାପୂର୍ବରୁ ମଙ୍ଗଳବାର ଜଣେ ନିଦ୍ଦାମୁଦିନ ଫେରନ୍ତାଙ୍କୁ ଏହି ଅଞ୍ଚଳରେ ଠାବ କରାଯାଇଥିଲା। ସେ ଦିଲ୍ଲୀରୁ ବିମାନ ଯୋଗେ ରାଞ୍ଚତ୍ ଆସିବା ପରେ ଟ୍ରେନ ଯୋଗେ କଟକ ଏବଂ କାରରେ ଘରକୁ ଫେରିଥିଲେ। ମାତ୍ର ଦ୍ୱିତୀୟ ବ୍ୟକ୍ତି ଜଣକ ସିଧା ଟ୍ରେନରେ ଫେରିଥିଲେ ବୋଲି ପଚରାଉଚୁରା ବେଳେ ଜଣାପଡ଼ିଛି। ଏହାଛଡ଼ା ଜଣେ ଦୁବାଇ ଫେରନ୍ତା ସୋମବାର ବ୍ରହ୍ମବରଦାରେ ପହଞ୍ଚତ୍ଥିବା ଜଣାପଡ଼ିଛି। ସେ ଦୁବାଇରୁ ବିମାନ ଯୋଗେ ମୁମ୍ବାଇ ଆସିଥିଲେ। ସେଠାରୁ ହାଇଦ୍ରାବାଦ ଓ ପରେ ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ସେଠାରେ ପ୍ରାୟ ଦୁଇ ସପ୍ତାହ ରହିବା ପରେ ସେ ବ୍ରହ୍ମବରଦାକୁ ଫେରିଥିଲେ। ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ବ୍ଲକ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସାହୁ ସମ୍ପୃକ୍ତ ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ତାଙ୍କୁ ମଧ୍ୟ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ବ୍ରହ୍ମବରଦା ଅଞ୍ଚଳକୁ ବିଦେଶରୁ ବହୁ ବ୍ୟକ୍ତି ଫେରିଛନ୍ତି। ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯିବା ସହ ଅନ୍ୟ କାହା ସହିତ ମିଳାମିଶା କରିବାକୁ ବାରଣ କରାଯାଇଛି ବୋଲି ତହସିଲଦାର ଭୁଜବଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

‘ଏଥର ଏପରି ଗୁଳି ବର୍ଷା କରିବୁ…’ ଯୁଦ୍ଧବିରତି ମଧ୍ୟରେ ଟ୍ରମ୍ପ ଇରାନକୁ କାହିଁକି ଧମକ ଦେଲେ?

ଓ୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri