ବ୍ରହ୍ମପୁର ଅଫିସ,୨୧ା୬- ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)ର ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ଆଦାୟ ହୋଇପାରିନି ହୋଲଡିଂ (ଘର) ଟିକସ ବାବଦ ୬ କୋଟି ୫୩ ଲକ୍ଷ ୫୫ ହଜାର ୭୬୩ ଟଙ୍କା। ତନ୍ମଧ୍ୟରୁ କେବଳ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ୩ କୋଟି ୯୭ ଲକ୍ଷ ୩୫ ହଜାର ୬୪୭ ଟଙ୍କା ବକେୟା ପଡ଼ିଛି।
ଆଉ ୧୮ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବିଲଡିଂରୁ ୨ କୋଟି ୫୬ ଲକ୍ଷ ୨୦ ହଜାର ୧୧୬ ଟଙ୍କା ଆଦାୟ ହୋଇପାରି ନ ଥିବା ନିଗମ ସୂତ୍ରରୁ ଜଣାପଡ଼ିଛି। ୨୦୧୭-୧୮ ବର୍ଷ ସୁଦ୍ଧା ୬ କୋଟି ୪ ହଜାର ୨୨୫ ଟଙ୍କା ଟିକସ ବାବଦ ବକେୟା ପଡ଼ିଥିବା ବେଳେ ୨୦୧୮-୧୯ ବର୍ଷରେ ଆଉ ୫୩ ଲକ୍ଷ ୫୧ ହଜାର ୫୩୮ ଟଙ୍କା ମିଶି ୬.୫୩ କୋଟିରୁ ଅଧିକ ହୋଇଛି। ଇତିମଧ୍ୟରେ ନିଗମ ବୈଠକ ଅନୁଷ୍ଠିତ ହୋଇଥିଲା। ଘର ଟିକସ ବାବଦ ବକେୟା ଟଙ୍କା ଆଦାୟ ପାଇଁ କଡ଼ା ପଦକ୍ଷେପ ନିଆଯିବାର ନିଷ୍ପତ୍ତି ନିଆଯାଇଛି। ଏଠାର ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ ନିର୍ବାହୀ ଯନ୍ତ୍ରୀ ହୋମଲଡିଂ ଟିକସ ବାବଦ ୯୨ ଲକ୍ଷ ୫୫ ହଜାର ୯୭୩, ବିଡିଏ (ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ) ସେକ୍ରେଟାରୀ ୯ ଲକ୍ଷ ୩୨ ହଜାର ୮୪୮ ଟଙ୍କା ପୈଠ କରିନାହାନ୍ତି। ସେହିପରି ବିଏସ୍ଏନ୍ଏଲ ଜେନେରାଲ ମ୍ୟାନେଜର ୨୮ ଲକ୍ଷ ୮୫ ହଜାର ୨୮୦ ଟଙ୍କା, ଦୂରଦର୍ଶନ କେନ୍ଦ୍ର ୧ ଲକ୍ଷ ୮୩ ହଜାର ୪୮୦ ଟଙ୍କା, ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର ୨ ଲକ୍ଷ ୩୭ ହଜାର ୧୮୫ ଟଙ୍କା, ଗଞ୍ଜାମ ସିଡିଏମ୍ଓ ୫ ଲକ୍ଷ ୯୨ ହଜାର ୮୨୩ ଟଙ୍କା ହୋଲଡିଂ ଟିକସ ପୈଠ କରିନାହାନ୍ତି। ମହାନଗରରେ ଥିବା ଉମା ଚରଣ ପଟ୍ଟନାୟକ ସରକାରୀ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷ ୫୭ ଲକ୍ଷ ୪୯ ହଜାର ୬୪୭ ଏବଂ ସରକାରୀ ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷଙ୍କ ନାମରେ ୧୮ ଲକ୍ଷ ୪୫ ହଜାର ୦୨୮ ଟଙ୍କା ବକେୟା ରହିଛି। ସରକାରୀ ଆଇଟିଆଇ ଅଧ୍ୟକ୍ଷ ୩୨ ଲକ୍ଷ ୭୮ ହଜାର ୧୨୭ ଟଙ୍କା ବକେୟା ରଖିଛନ୍ତି। ବ୍ରହ୍ମପୁର ଉପ ଜିଲାପାଳ ୧ ଲକ୍ଷ ୦୩ ହଜାର ୪୨୯, ସିଭିଲ କୋର୍ଟ ରେଜିଷ୍ଟ୍ରାରଙ୍କ ନାମରେ ୧ ଲକ୍ଷ ୬୦ ହଜାର ୪୮୪ ଟଙ୍କା ହୋଲ୍ଡିଂ ଟିକସ ବକେୟା ରହିଛି। ସରକାରୀ କୁଇନ୍ ମିଶନ ହାଇସ୍କୁଲ ୪୦ ହଜାର ୯୩୧, ସରକାରୀ ବାଳିକା ହାଇସ୍କୁଲ (ରାମଲିଙ୍ଗମ୍ ପୋଖରୀ ରୋଡ) ୩୬ ହଜାର ୮୯୪, ଗୋସାଣୀନୂଆଗଁାସ୍ଥ କେସି ବାଳକ ହାଇସ୍କୁଲ ୭୧ ହଜାର ୩୨୫, କେସି ଟାଉନ ହାଇସ୍କୁଲ ୨୩ ହଜାର ୧୯୫, କେସି ବାଳିକା ହାଇସ୍କୁଲ ୪୭ ହଜାର ୭୧୦ ଏବଂ ଗିରିରୋଡସ୍ଥ ବାଳିକା ହାଇସ୍କୁଲ (ସରକାରୀ) ୫୫୦୯୫ ଟଙ୍କା ହୋଲ୍ଡିଂ ଟିକସ ବକେୟା ଥିବା ବିଏମ୍ସି ତଥ୍ୟରୁ ଜଣାପଡ଼ିଛି।
ମହାନଗର ନିଗମ ଇଲାକାରେ ବର୍ତ୍ତମାନ ସୁଦ୍ଧା ଆସେଶମେଣ୍ଟ ହୋଇଥିବା ୫୮ ହଜାରରୁ ଊର୍ଦ୍ଧ୍ୱ ଘର ଅଛି। କେତେକ ନୂଆ ବସ୍ତି ଓ ସାହିରେ ଗୃହ ନିର୍ମାଣ ଚାଲିଛି। ସେ ସବୁ ସମ୍ପୂର୍ଣ୍ଣ ହେବା ପରେ ଟିକସ ପାଇଁ ଆସେଶମେଣ୍ଟ କରାଯିବ। ଏବେ ବାର୍ଷିକ ୧୨ କୋଟିରୁ ଅଧିକ ଟଙ୍କା ହୋଲ୍ଡିଂ ଟିକସ ଆଦାୟ କରାଯିବାର ହିସାବ କରାଯାଇଛି।
ଘରୋଇ ବାସଗୃହ ଗୁଡ଼ିକରୁ ଟିକସ ଆଦାୟ ସୁବିଧାରେ ହେଉଥିବା ବେଳେ ସରକାରୀ ବିଲ୍ଡିଂ ଗୁଡ଼ିକରେ ସାଢ଼େ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ପଡ଼ିଛି।
ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...
‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…
ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...
ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…
ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...
ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି
ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...
ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ
ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...
ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍; ମିଳିନି ପରିଚୟ…
ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...
ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...
ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ…
ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...
Archives


