ବ୍ରହ୍ମପୁର ମହାନଗର ନିଗମ : ବିଲ୍‌ଡିଂ ଟିକସ ବାବଦ ବକେୟା ୬.୫୩ କୋଟି

ବ୍ରହ୍ମପୁର ଅଫିସ,୨୧ା୬- ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ଆଦାୟ ହୋଇପାରିନି ହୋଲଡିଂ (ଘର) ଟିକସ ବାବଦ ୬ କୋଟି ୫୩ ଲକ୍ଷ ୫୫ ହଜାର ୭୬୩ ଟଙ୍କା। ତନ୍ମଧ୍ୟରୁ କେବଳ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ୩ କୋଟି ୯୭ ଲକ୍ଷ ୩୫ ହଜାର ୬୪୭ ଟଙ୍କା ବକେୟା ପଡ଼ିଛି।
ଆଉ ୧୮ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବିଲଡିଂରୁ ୨ କୋଟି ୫୬ ଲକ୍ଷ ୨୦ ହଜାର ୧୧୬ ଟଙ୍କା ଆଦାୟ ହୋଇପାରି ନ ଥିବା ନିଗମ ସୂତ୍ରରୁ ଜଣାପଡ଼ିଛି। ୨୦୧୭-୧୮ ବର୍ଷ ସୁଦ୍ଧା ୬ କୋଟି ୪ ହଜାର ୨୨୫ ଟଙ୍କା ଟିକସ ବାବଦ ବକେୟା ପଡ଼ିଥିବା ବେଳେ ୨୦୧୮-୧୯ ବର୍ଷରେ ଆଉ ୫୩ ଲକ୍ଷ ୫୧ ହଜାର ୫୩୮ ଟଙ୍କା ମିଶି ୬.୫୩ କୋଟିରୁ ଅଧିକ ହୋଇଛି। ଇତିମଧ୍ୟରେ ନିଗମ ବୈଠକ ଅନୁଷ୍ଠିତ ହୋଇଥିଲା। ଘର ଟିକସ ବାବଦ ବକେୟା ଟଙ୍କା ଆଦାୟ ପାଇଁ କଡ଼ା ପଦକ୍ଷେପ ନିଆଯିବାର ନିଷ୍ପତ୍ତି ନିଆଯାଇଛି। ଏଠାର ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ ନିର୍ବାହୀ ଯନ୍ତ୍ରୀ ହୋମଲଡିଂ ଟିକସ ବାବଦ ୯୨ ଲକ୍ଷ ୫୫ ହଜାର ୯୭୩, ବିଡିଏ (ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ) ସେକ୍ରେଟାରୀ ୯ ଲକ୍ଷ ୩୨ ହଜାର ୮୪୮ ଟଙ୍କା ପୈଠ କରିନାହାନ୍ତି। ସେହିପରି ବିଏସ୍‌ଏନ୍‌ଏଲ ଜେନେରାଲ ମ୍ୟାନେଜର ୨୮ ଲକ୍ଷ ୮୫ ହଜାର ୨୮୦ ଟଙ୍କା, ଦୂରଦର୍ଶନ କେନ୍ଦ୍ର ୧ ଲକ୍ଷ ୮୩ ହଜାର ୪୮୦ ଟଙ୍କା, ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର ୨ ଲକ୍ଷ ୩୭ ହଜାର ୧୮୫ ଟଙ୍କା, ଗଞ୍ଜାମ ସିଡିଏମ୍‌ଓ ୫ ଲକ୍ଷ ୯୨ ହଜାର ୮୨୩ ଟଙ୍କା ହୋଲଡିଂ ଟିକସ ପୈଠ କରିନାହାନ୍ତି। ମହାନଗରରେ ଥିବା ଉମା ଚରଣ ପଟ୍ଟନାୟକ ସରକାରୀ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷ ୫୭ ଲକ୍ଷ ୪୯ ହଜାର ୬୪୭ ଏବଂ ସରକାରୀ ପଲିଟେକନିକ୍‌ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷଙ୍କ ନାମରେ ୧୮ ଲକ୍ଷ ୪୫ ହଜାର ୦୨୮ ଟଙ୍କା ବକେୟା ରହିଛି। ସରକାରୀ ଆଇଟିଆଇ ଅଧ୍ୟକ୍ଷ ୩୨ ଲକ୍ଷ ୭୮ ହଜାର ୧୨୭ ଟଙ୍କା ବକେୟା ରଖିଛନ୍ତି। ବ୍ରହ୍ମପୁର ଉପ ଜିଲାପାଳ ୧ ଲକ୍ଷ ୦୩ ହଜାର ୪୨୯, ସିଭିଲ କୋର୍ଟ ରେଜିଷ୍ଟ୍ରାରଙ୍କ ନାମରେ ୧ ଲକ୍ଷ ୬୦ ହଜାର ୪୮୪ ଟଙ୍କା ହୋଲ୍ଡିଂ ଟିକସ ବକେୟା ରହିଛି। ସରକାରୀ କୁଇନ୍‌ ମିଶନ ହାଇସ୍କୁଲ ୪୦ ହଜାର ୯୩୧, ସରକାରୀ ବାଳିକା ହାଇସ୍କୁଲ (ରାମଲିଙ୍ଗମ୍‌ ପୋଖରୀ ରୋଡ) ୩୬ ହଜାର ୮୯୪, ଗୋସାଣୀନୂଆଗଁାସ୍ଥ କେସି ବାଳକ ହାଇସ୍କୁଲ ୭୧ ହଜାର ୩୨୫, କେସି ଟାଉନ ହାଇସ୍କୁଲ ୨୩ ହଜାର ୧୯୫, କେସି ବାଳିକା ହାଇସ୍କୁଲ ୪୭ ହଜାର ୭୧୦ ଏବଂ ଗିରିରୋଡସ୍ଥ ବାଳିକା ହାଇସ୍କୁଲ (ସରକାରୀ) ୫୫୦୯୫ ଟଙ୍କା ହୋଲ୍ଡିଂ ଟିକସ ବକେୟା ଥିବା ବିଏମ୍‌ସି ତଥ୍ୟରୁ ଜଣାପଡ଼ିଛି।
ମହାନଗର ନିଗମ ଇଲାକାରେ ବର୍ତ୍ତମାନ ସୁଦ୍ଧା ଆସେଶମେଣ୍ଟ ହୋଇଥିବା ୫୮ ହଜାରରୁ ଊର୍ଦ୍ଧ୍ୱ ଘର ଅଛି। କେତେକ ନୂଆ ବସ୍ତି ଓ ସାହିରେ ଗୃହ ନିର୍ମାଣ ଚାଲିଛି। ସେ ସବୁ ସମ୍ପୂର୍ଣ୍ଣ ହେବା ପରେ ଟିକସ ପାଇଁ ଆସେଶମେଣ୍ଟ କରାଯିବ। ଏବେ ବାର୍ଷିକ ୧୨ କୋଟିରୁ ଅଧିକ ଟଙ୍କା ହୋଲ୍ଡିଂ ଟିକସ ଆଦାୟ କରାଯିବାର ହିସାବ କରାଯାଇଛି।
ଘରୋଇ ବାସଗୃହ ଗୁଡ଼ିକରୁ ଟିକସ ଆଦାୟ ସୁବିଧାରେ ହେଉଥିବା ବେଳେ ସରକାରୀ ବିଲ୍ଡିଂ ଗୁଡ଼ିକରେ ସାଢ଼େ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri