ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ ଛାତ୍ରନେତାଙ୍କୁ ଆକ୍ରମଣ ଘଟଣା: ୫ କୋର୍ଟଚାଲାଣ; ୨ ବାଇକ୍‌, କାର୍‌, ଠେଙ୍ଗା ଜବତ

ଗୋପାଳପୁର,୨୩ା୯-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କିଛି ବର୍ଷ ହେଲା ଛକାପଞ୍ଝା ଲାଗି ରହିଥିଲା। ଏହାକୁ କେନ୍ଦ୍ରକରି ଶୁକ୍ରବାର ପୂର୍ବତନ ଛାତ୍ର ନେତା ଦେବାଶିଷ ମିଶ୍ର ଓରଫ ବୁନୁଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ଅଭିଯୋଗରେ ଗୋପାଳପୁର ପୋଲିସ ରବିବାର ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନେ ହେଲେ ଦିନେଶ କୁମାର ମିଶାଲ, ଆଶୁତୋଷ ସାହୁ, ଗୋପାଳକୃଷ୍ଣ ସାହୁ, ଧରଣୀଧର ସାହୁ ଓ ଅଣଛାତ୍ର ତଥା ପୂର୍ବତନ ଛାତ୍ର ସଂସଦ ସଭାପତି ଭବାନୀ କାନ୍ତ ସାହୁ ।
ପୋଲିସ ସୂଚନାନୁସାରେ, ଦେବାଶିଷ ଗତ ଶୁକ୍ରବାର ରାଜନୀତି ବିଜ୍ଞାନରେ ପିଏଚଡି କରିବା ସମ୍ପର୍କରେ ବୁଝିବାକୁ ବିଶ୍ୱବିଦ୍ୟାଳୟକୁ ଆସିଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବାଶିଷଙ୍କ ସହିତ କେତେକ ଛାତ୍ରଙ୍କର ବଚସା ହୋଇଥିଲା । ପୂର୍ବତନ ଛାତ୍ର ସଂସଦ ସଭାପତି ଭବାନୀକାନ୍ତ, ଦିନେଶ, ଆଶୁତୋଷ, ଗୋପାଳକୃଷ୍ଣ, ଧରଣୀଧର ଓ ଅନ୍ୟମାନେ ମିଳିତଭାବେ ଦେବାଶିଷଙ୍କୁ ଠେଙ୍ଗା ଓ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଖବର ଜଣାପଡିବା ପରେ ବିଶ୍ୱବିଦ୍ୟାଳୟ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା । ଆହତ ଦେବାଶିଷଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା। ପରେ ଦେବାଶିଷ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ନଂ. ୧୦୪/୧୯ରେ ମାମଲା ରୁଜୁକରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭବାନୀକାନ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରୁ ଗିରଫ କରିଥିଲା। ଏହି ମାମଲାରେ ଦୁଇଟି ବାଇକ୍‌, ଗୋଟିଏ କାର ଓ ଆକ୍ରମଣରେ ବ୍ୟବହୃତ ଦୁଇଟି ଠେଙ୍ଗା ପୋଲିସ ଜବତ କରିଛି । ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନାଧିକାରୀ ମହନ୍ତ ସୂଚନା ଦେଇଛନ୍ତି । ଗିରଫ ଭବାନୀକାନ୍ତଙ୍କ ନାମରେ ୯ ସମ୍ବେଦନଶୀଳ ମାମଲା ରହିଥିବା ପୋଲିସ କହିଛି। ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ପରିସ୍ଥିତିରେ ସୁଧାର ଆସୁଥିବା ବେଳେ ୩ ପ୍ଲାଟୁନ୍‌ ଫୋର୍ସ ମୁତୟନ ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅପରପକ୍ଷେ ଛାତ୍ରାବାସକୁ ଯିବାପାଇଁ ପରିଚୟ ପତ୍ର ଯାଞ୍ଚ କରି ଛଡା ଯାଉଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri