ବ୍ରହ୍ମପୁର ଅଫିସ,୧୭ା୯-ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ପୋଲିସ ଏବେ ଜୋର୍ଦାର ଚେକିଂ କରୁଛି। ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଜନସାଧାରଣଙ୍କ ସୁବିଧା ନିମନ୍ତେ ବ୍ରହ୍ମପୁର ସହରରେ ଏକ ସହକାରୀ ଆଞ୍ଚଳିକ କାର୍ଯ୍ୟାଳୟ(ଏଆର୍ଟିଓ) ଖୋଲିବା ପାଇଁ ସୋମବାର ଗଞ୍ଜାମ ଓକିଲ ସଂଘର କେତେ ଜଣ ସଦସ୍ୟ ବ୍ରହ୍ମପୁର ଉପ ଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କୁ ଭେଟି ଦାବି ଜଣାଇଥିଲେ। ବ୍ରହ୍ମପୁର ଜନସଂଖ୍ୟା ପ୍ରାୟ ୬ ଲକ୍ଷ ଟପିଲାଣି। ଏବେ ଗାଡି ଚାଳକମାନେ ନୂଆ ନିୟମ ଓ ଜରିମାନାକୁ ନେଇ ଗୋଟିଏ ପଟେ ଏକ ପ୍ରକାର ଭୟଭୀତ ହୋଇ ଥିବା ବେଳେ ଗାଡି କାଗଜପତ୍ର ଠିକ୍ କରିବା ପାଇଁ ଗଞ୍ଜାମ ଜିଲା ଆଞ୍ଚଳିକ ପରିବହନ ସଂସ୍ଥା (ଆର୍ଟିଓ)ଙ୍କ ଛତ୍ରପୁର କାର୍ଯ୍ୟାଳୟକୁ ଦୌଡ଼ି ନାନା ହଇରାଣ ହେବାକୁ ପଡୁଛି। ଏପରିକି ଦଲାଲଙ୍କ ଶିକାର ମଧ୍ୟ ହେଉଥିବା ଜାଣିବାକୁ ମିଳୁଛି। ଦୁରଦୂରାନ୍ତରୁ ଆସିଥିବା ଲୋକମାନେ ଆରଟିଓ ଅଫିସ ଆଗରେ ଲମ୍ବା ଧାଡି ବାନ୍ଧି ଦିନ ତମାମ ଛିଡ଼ା ହେଉଛନ୍ତି। ଏଣୁ ବ୍ରହ୍ମପୁର ତଥା ଆଖପାଖ ଅଞ୍ଚଳର ଲୋକମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ମହାନଗରରେ ଖୁବଶୀଘ୍ର ଏକ ଏଆରଟିଓ ଅଫିସ ଖୋଲିବା ପାଇଁ ଓକିଲଙ୍କର ଏକ ପ୍ରତିନିଧି ଦଳ ଉପ ଜିଲାପାଳଙ୍କୁ ଭେଟି ଦାବି ଜଣାଇଥିଲେ। ବ୍ରହ୍ମପୁରରେ ଏଆରଟିଓ ଅଫିସ ଖୋଲାଗଲେ ଡ୍ରାଇଭିଂ ଲାଇସେନ୍ସ, ଯାନବାହନ ଗୁଡିକର ଫିଟନେସ୍ ଆଦି ସୁବିଧା ହୋଇପାରିବ ଦର୍ଶାଇ ଓକିଲ ପ୍ରତିନିଧି ଦଳ ଉପଜିଲାପାଳଙ୍କୁ ଅନୁରୋଧ କରିଛନ୍ତି ା ଏ ନେଇ ଗଞ୍ଜାମ ଓକିଲ ସଂଘ ପୂର୍ବତନ ସମ୍ପାଦକ ପୀତବାସ ପଣ୍ଡା ସୂଚନା ଦେଇଛନ୍ତି। ଉପଜିଲାପାଳ ଭାଉସାହେବ ମଧ୍ୟ ସହରରେ ଖୁବଶୀଘ୍ର ଏକ ଏଆର୍ଟିଓ କାର୍ଯ୍ୟାଳୟ ଖୋଲାଯିବାକୁ ପ୍ରତିଶ୍ରୁତି ଦେଇଥିବା ଓକିଲ ସଂଘର ପୂର୍ବତନ ସମ୍ପାଦକ ପଣ୍ଡା କହିଛନ୍ତି। ପ୍ରତିନିଧି ଦଳରେ ସଂଘ ପୂର୍ବତନ ସଭାପତି ଶିଶିର ପାଢ଼ୀ, ରଘୁନାଥ ପ୍ରସାଦ ପାଣିଗ୍ରାହୀ, ପୀତବାସ ପଣ୍ଡା ଓ ଅଶୋକ ଶୁକ୍ଳ ପ୍ରମଖ ସାମିଲ ଥିଲେ।
ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର
ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…
ରାସ୍ତା-ଡ୍ରେନ୍ ନିର୍ମାଣ ନ ହେଲେ ଭୋଟ୍ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ
କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…
ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…
ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…
୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ
ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…
ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର
ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…
୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍ ପଟ୍ଟନାୟକଙ୍କ…
ଭୁବନେଶ୍ୱର,୯।୪(ସୁନିତ୍ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…
ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…
ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…
ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…
କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…
Archives

