ବେଲ୍‌ ଖାରଜ, ଗଲେ ଜେଲ

ଅନୁଗୋଳ ଅଫିସ, ୨୭।୪: ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ମଦ ଭାଟିର ମାଲିକ ବିକ୍ରମ କିଶୋର ସାହୁଙ୍କୁ ରବିବାର ପୋଲିସ ଜେଲ୍‌ ପଠାଇ ଦେଇଛି। ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଡିସ୍‌ଚାର୍ଜ ହେବା ପରେ ତାଙ୍କୁ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଜେଏମ୍‌)ଙ୍କ ଅଦାଲତରେ ହାଜର କରାଯାଇଥିଲା। ସେଠାରେ ବେଲ୍‌ ଆବେଦନ ଖାରଜ ହୋଇଯିବାରୁ ପୋଲିସ ବିକ୍ରମଙ୍କୁ ଅନୁଗୋଳ ଜେଲକୁ ପଠାଇ ଦେଇଛି।
ପ୍ରକାଶ ଯେ, ଚୋରା ମଦ କାରବାର ଅଭିଯୋଗରେ ଶୁକ୍ରବାର ସକାଳେ ଅନୁଗୋଳ ପୋଲିସ ବିକ୍ରମଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ତାଙ୍କ ନାମରେ ଥିବା କରଡ଼ାଗାଡ଼ିଆ ମଦ ଭାଟିରୁ ପୋଲିସ ୪୪୪୦ ଲିଟର ଦେଶୀ ମଦ ସହ ୬ ହଜାର ଲିଟର ପୋଚ ଓ ୩୦ଟି ପ୍ଲାଷ୍ଟିକ ଜାର ଜବତ କରିଥିଲା। ଏହି ଘଟଣାରେ ବିକ୍ରମଙ୍କ ସହ ମୋଟ୍‌ ୪୩ ଜଣଙ୍କୁ ଗିରଫ କରାଯାଇଥିଲା। ହେଲେ ମେଡିକାଲରେ ସ୍ବାସ୍ଥ୍ୟପରୀକ୍ଷା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିବାରୁ ୩ ଜଣ ଡାକ୍ତର ତାଙ୍କୁ ଅସୁସ୍ଥ ଘୋଷଣା କରିଥିଲେ। ୨ ଦିନ ମେଡିକାଲରେ ଚିକିତ୍ସିତ ହେବା ପରେ ରବିବାର ଅପରାହ୍ନ ୩ଟା ୪୦ରେ ମେଡିସିନ୍‌ ବିଭାଗର ଡାକ୍ତର ଗୋକୁଳାନନ୍ଦ ବେହେରା ବିକ୍ରମଙ୍କୁ ଡିସଚାର୍ଜ କରିଥିଲେ। ଏ ନେଇ ମେଡିକାଲ ପକ୍ଷରୁ ପୋଲିସକୁ ଅବଗତ କରାଯାଇଥିଲା। ଏହାପରେ ଅନୁଗୋଳ ଥାନା ଏସ୍‌ଆଇ ଅରକ୍ଷିତ ସେଠୀ, ପ୍ରକାଶ ମାଝି ଓ ବିପ୍ଳବ ସାହୁ ଏକ ଆମ୍ବୁଲାନ୍ସରେ ତାଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲେ। କିନ୍ତୁ ବିଚାରପତି ବେଲ୍‌ ପିଟିସନ୍‌ ଖାରଜ କରିଦେବାରୁ ସେଠାରୁ ବିକ୍ରମଙ୍କୁ ଜେଲକୁ ନିଆଯାଇଥିଲା। ଜେଲ କର୍ତ୍ତୃପକ୍ଷ ଓ ପୋଲିସ ଏକ ଷ୍ଟେଚରରେ ତାଙ୍କୁ ଭିତରକୁ ନେଇଯାଇଥିବା ଦେଖିବାକୁ ମିଳିଥିଲା। ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ମେଡିକାଲରୁ ଡିସଚାର୍ଜ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ବେଲ୍‌ ଖାରଜ ହୋଇଯିବାରୁ ଜେଲ ପଠାଇ ଦିଆଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ ବେହେରା କହିଛନ୍ତି, ଦାୟିତ୍ୱରେ ଥିବା ମେଡିସିନ୍‌ ସ୍ପେଶାଲିଷ୍ଟ ବିକ୍ରମଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା କହିବା ପରେ ପୋଲିସକୁ ଅବଗତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ଇମ୍ରାନଙ୍କ ସହ ସ୍ତ୍ରୀଙ୍କୁ ୧୭ ବର୍ଷ ଜେଲ୍‌, ଏହି କାରଣ ପାଇଁ କୋର୍ଟ…

ଇସଲାମାବାଦ,୨୦ା୧୨: ତୋଶାଖାନା-୨ ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନ ଏବଂ ତାଙ୍କ ସ୍ତ୍ରୀ ବୁଶ୍‌ରା ବିବିଙ୍କୁ ୧୭ ବର୍ଷ ଜେଲ୍‌ଦଣ୍ଡ...

ମରିଗଲା ମାନବିକତା, ବୀମା ଟଙ୍କା ପାଇଁ ଘରେ ସାପ ପୂରାଇ ବାପାକୁ ମାରିଲେ ୪ ପୁଅ

ନୂଆଦିଲ୍ଲୀ, ୨୦।୧୨: ତାମିଲନାଡୁର ଥିରୁବଲୁବରର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଥାଥୁରପେଟର ନାଲ୍ଲାଥିନିରକୁଲମ ଷ୍ଟ୍ରିଟରେ ରହୁଥିବା ୫୬ ବର୍ଷୀୟ ଗଣେଶନଙ୍କ ସାପ କାମୁଡ଼ିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri