ବେପରୁଆ ତଦନ୍ତ: କୋର୍ଟରେ କ୍ଷମା ମାଗିଲା ପୋଲିସ, ହତ୍ୟା ମାମଲାରେ ନାବାଳକଙ୍କୁ ସାବାଳକ ଦର୍ଶାଇଥିଲା

ଭୁବନେଶ୍ୱର,୬।୧୦(ବ୍ୟୁରୋ): ପୋଲିସ ଠିକ୍‌ ଭାବେ ତଦନ୍ତ କରୁନି। ଫଳରେ ଦୋଷୀ ଖସି ଯାଉଥିବାବେଳେ ନିର୍ଦ୍ଦୋଷ ଜେଲ୍‌ ଯାଉଛି। ବିନା ତଦନ୍ତରେ ମଧ୍ୟ ମନଇଚ୍ଛା ଦଫା ଲଗାଉଥିବାରୁ ନ୍ୟାୟିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଛି। ପୋଲିସର ଏଭଳି ବାରମ୍ବାର ଭୁଲ୍‌ ପଦାକୁ ଆସୁଛି। ରଙ୍ଗମାଟିଆ ଦୀପକ ବେହେରା ହତ୍ୟା ମାମଲାର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ଜଣେ ନାବାଳକଙ୍କୁ ସାବାଳକ ଦର୍ଶାଇ କୋର୍ଟରେ ହାଜର କରିଥିଲା। ଫଳରେ ସମ୍ପୃକ୍ତ ନାବାଳକଙ୍କୁ ଝାରପଡା ଜେଲ ଯିବାକୁ ପଡିଛି। ମଞ୍ଚେଶ୍ୱର ଥାନା ପୋଲିସର ଏଭଳି ବେପରୁଆ ତଦନ୍ତ ଧରାପଡ଼ିଛି। ଶେଷରେ ପୋଲିସ କୋର୍ଟରେ କ୍ଷମା ମାଗିବା ପରେ ଉକ୍ତ ନାବାଳକଙ୍କୁ ଜେଲ୍‌ରୁ ମୁକୁଳା ଯାଇ ବ୍ରହ୍ମପୁରସ୍ଥିତ ସୁଧାରଗୃହରେ ଛଡ଼ାଯାଇଛି।

ସୂଚନା ଅନୁଯାୟୀ, ଗତମାସ ୧୦ ତାରିଖରେ ଦୀପକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ୭ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିଲେ। ହେଲେ ତାଙ୍କର ବୟସ ପ୍ରମାଣପତ୍ର ନ ଦେଖି ସାବାଳକ ଦର୍ଶାଇ ପୋଲିସ ରିପୋର୍ଟ ଦାଖଲ କରିଥିଲା। ଫଳରେ ତାଙ୍କୁ ସୁଧାରଗୃହ ବଦଳରେ ଜେଲ୍‌ ହାଜତକୁ ପଠାଯାଇଥିଲା। ସେ ଜେଲରେ ୧୨ ଦିନ ରହିଥିଲେ। ଖୋଳତାଡ଼ କରାଯିବା ପରେ ତାଙ୍କ ବୟସ ୧୭ ବର୍ଷ ୪ମାସ ହୋଇଥିବା ଜଣାପଡିଥିଲା। ଏହାପରେ ପୋଲିସ କୋର୍ଟରେ ଜଜ୍‌ଙ୍କ ନିକଟରେ ଏହାକୁ ସ୍ବୀକାର କରିବା ସହ ନାବାଳକଙ୍କୁ ସୁଧାରଗୃହକୁ ପଠାଇବାକୁ ଅନୁମତି ମାଗିଥିଲା।

ତଦନ୍ତ ସମୟରେ ଯଦି ବୟସ ଜାଣିବାକୁ କିଛି ବି ପ୍ରମାଣପତ୍ର ମିଳେ ନାହିଁ, ସେତେବେଳେ ଅଭିଯୁକ୍ତଙ୍କ କ୍ଷେତ୍ରରେ ଏକ ଡାକ୍ତରୀ ପରୀକ୍ଷା କରାଯାଇଥାଏ। ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ତାହା ନ କରି କାହିଁକି ବେପରୁଆଭାବେ ତଦନ୍ତ କରି ଏପରି ବାରମ୍ବାର ଭୁଲ୍‌ କରୁଛି। ପୂର୍ବରୁ ମଧ୍ୟ କ୍ୟାପିଟାଲ ଥାନା ପୋଲିସ ଏଭଳି ଭୁଲ୍‌ କରିଥିଲା। ଜଣେ ସ୍କୁଲ ଛାତ୍ରଙ୍କୁ ମିଛ ମାମଲାରେ ଫସାଇ ସାବାଳକ ଦର୍ଶାଇବାରୁ ତାଙ୍କୁ ଝାରପଡା ଜେଲକୁ ଯିବାକୁ ପଡ଼ିଥିଲା। ବଡ଼ଗଡ଼ ଥାନା ପୋଲିସ ମଧ୍ୟ ସମାନ ଭାବେ ଜଣେ ନାବାଳକଙ୍କୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri