ବେକାରମୁକ୍ତ ମୟୂରଭଞ୍ଜ ଗଠନ ଦାବିରେ ବିକ୍ଷୋଭ

ବାରିପଦା ଅଫିସ, ୧୩ା୨- ବେକାରମୁକ୍ତ ମୟୂରଭଞ୍ଜ ଗଠନ ଦାବିରେ ଭଞ୍ଜସେନା ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦିଆଯାଇଥିଲା। ଶିମିଳିପାଳର ସୁରକ୍ଷା ସମେତ ଜିଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ଏବଂ ବନ୍ୟଜାତ ଦ୍ରବ୍ୟର ଉଚିତ ବ୍ୟବସାୟୀକରଣ କରି ଜିଲାକୁ ବେକାରମୁକ୍ତ କରିବା ପାଇଁ ଭଞ୍ଜସେନା ପକ୍ଷରୁ ଏହି ଧାରଣା ଦିଆଯାଇଥିଲା। ସେନାର ଜିଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଶତାଧିକ ଯୁବକ ଯୋଗ ଦେଇ ‘ସରକାର ମତେ ରୋଜଗାର ଦିଅ’ ନାରା ଦେଇଥିଲେ। ଭଞ୍ଜସେନା ପକ୍ଷରୁ କୁହାଯାଇଛି ଯେ, ବିଶ୍ୱସ୍ତରୀୟ ଟ୍ରାଭେଲସ୍‌ ଏବଂ ଟୁରିଜମ୍‌ କ୍ଷେତ୍ରରେ ୩୧୯ ଲକ୍ଷ ବେରୋଜଗାର ଯୁବତୀ ଯୁବକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାରକ୍ଷମ ହେଉଛନ୍ତି। ଏଥିସହିତ ବିଶ୍ୱ ଅର୍ଥନୀତିରେ ଶତକଡ଼ା ୩.୯ % ଆର୍ଥିକ ଯୋଗଦାନ ଦେବାରେ ଏହା ସହାୟକ ହୋଇଥାଏ। ଜିଲାରେ ଶିମିଳିପାଳ ଜାତୀୟ ଉଦ୍ୟାନ ରହିଥିବା ବେଳେ ଏହାର ଯେଉଁଭଳି ଭାବେ ଉନ୍ନତି ହେବା କଥା ହୋଇପାରୁ ନାହିଁ, ଫଳରେ ଜିଲାର ଯୁବକମାନେ ବେକାର ହୋଇ ବସି ରହିଛନ୍ତି। ଶିମିଳିପାଳର ସମ୍ପୂର୍ଣ୍ଣ ସୁରକ୍ଷା ସମେତ ଏହାର ଚତୁଃପାର୍ଶ୍ୱରେ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଶତାଧିକ ପର୍ଯ୍ୟଟନସ୍ଥଳୀକୁ ବିକଶିତ କରାଯାଇ ପାରିଲେ ବର୍ଷ ତମାମ ସେ ସ୍ଥାନକୁ ପର୍ଯ୍ୟଟକମାନଙ୍କ ଆଗମନ ହୁଅନ୍ତା। ସେହିଭଳି ରେଳଲାଇନ୍‌ କ୍ଷେତ୍ରରେ ଉନ୍ନତୀକରଣ କରାଗଲେ ପର୍ଯ୍ୟଟକମାନେ ଆସିବାକୁ ଆଗ୍ରହ ପ୍ରକାଶ କରନ୍ତେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେବାକୁ ସେନା ପକ୍ଷରୁ ଦାବି କରାଯାଇଛି। ଶିମିଳିପାଳ ଅଭୟାରଣ୍ୟରେ ଥିବା ଦୁର୍ଲଭ ଜାତୀୟ ଔଷଧୀୟ ବୃକ୍ଷଗୁଡିକୁ ଚିହ୍ନଟ କରି ଏହାକୁ ବାହାରକୁ ରପ୍ତାନି କରାଯିବା ସହିତ ଜିଲାରେ ଆୟୁର୍ବେଦ ଔଷଧ ନିର୍ମାଣ ଶିଳ୍ପ ପ୍ରତିଷ୍ଠା କରାଯାଇପାରନ୍ତା ବୋଲି ଭଞ୍ଜସେନା ପକ୍ଷରୁ ଦର୍ଶାଯାଇଛି। ଜିଲାରେ ବନ୍ଦ ହୋଇ ପଡ଼ି ରହିଥିବା କଳକାରଖାନା ଗୁଡ଼ିକୁ କାର୍ଯ୍ୟକ୍ଷମ କରାଇବା ସହ ସବାଇ ଘାସ ଶିଳ୍ପ ଓ ବାଉଁଶ ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି କାଗଜ କଳ ଓ ବାଉଁଶ କୁଟୀର ଶିଳ୍ପ କରାଯାଇପାରିଲେ ଜିଲାରେ ବେକାରି ସଂଖ୍ୟା ହ୍ରାସ ହୋଇପାରନ୍ତା। ଏ ନେଇ ଭଞ୍ଜସେନା ପକ୍ଷରୁ ବାରମ୍ବାର ଦାବି ସତ୍ତ୍ୱେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୌନବ୍ରତ ଆପଣାଇଛନ୍ତି। ଫଳରେ ଜିଲାରେ ବେକାରି ସମସ୍ୟା ଜଟିଳରୁ ଜଟିଳ ହେବାରେ ଲାଗିଲାଣି। ଯଦି ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ ଧ୍ୟାନ ନ ଦେବେ ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର୍‌ କରାଯିବ ବୋଲି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତା ବସା, ଭାନୁମିତ ଆଚାର୍ଯ୍ୟ, ଯୁବଛାତ୍ର ସଙ୍ଗଠକ ରାକେଶ ବେହେରା, ଉପଖଣ୍ଡ ସଭାପତି ସୌମ୍ୟ ଶେଖର ପାଲ୍‌, ନିମାୟୀ ତ୍ରିପାଠୀ, ଉପସଭାପତି ପ୍ରଶାନ୍ତ ମହାକୁଡ଼, ସମ୍ପାଦକ ରାକେଶ ମହାନ୍ତି, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି , ସହର ସଭାପତି ସୌମ୍ୟରଞ୍ଜନ ମିଶ୍ର, ସହର ଉପସଭାପତି ଏସ୍‌ କେ ରାଜାଖାନ, ଅମରେଶ ସିଂ, ଆଲୋକ ବେହରା , ମନୋଜ ପାତ୍ରଙ୍କ ସମେତ ଅନ୍ୟାନ୍ୟ କର୍ମୀମାନେ ଧାରଣାରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri