ବୃଦ୍ଧଙ୍କଠାରୁ ୫୦ ହଜାର ଟଙ୍କା ଛଡ଼ାଇନେଲେ ଦୁର୍ବୃତ୍ତ

ହାଟିଡିହି,୬।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ପଞ୍ଚୋ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ ଶୁକ୍ରବାର ଅପରାହ୍ନରେ ଜଣେ ବୃଦ୍ଧ ୫୦ ହଜାର ଟଙ୍କା ଉଠାଣ କରି ଆସୁଥିବାବେଳେ ଲୁଟେରାମାନେ ଛଡ଼ାଇ ନେଇଛନ୍ତି। ସୂଚନାଯୋଗ୍ୟ, ସୋସୋ ଥାନା ଅନ୍ତର୍ଗତ ମଙ୍ଗୁଳୁ ନାହାକ (୬୫) ତାଙ୍କ ସ୍ତ୍ରୀଙ୍କ ସହ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ। କାଳିଆ ଯୋଜନାରେ ୫ହଜାର ଟଙ୍କା ଏବଂ ଗୃହ ନିର୍ମାଣ ବାବଦକୁ ୪୫ ହଜାର ଟଙ୍କା ସର୍ବମୋଟ ୫୦ହଜାର ଟଙ୍କା ଉଠାଇଥିଲେ। ଉଠାଇଥିବା ଟଙ୍କାକୁ ଏକ ବ୍ୟାଗରେ ପୂରାଇ କାନ୍ଧରେ ପକାଇଥିଲେ। ବାଟରେ ପରିସ୍ରା କରୁଥିବାବେଳେ ଲୁଟେରାମାନେ ଏକ ମୋଟରସାଇକେଲ୍‌ରେ ଆସି ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇ ଆନନ୍ଦପୁର ଅଭିମୁଖେ ଚାଲିଯାଇଥିଲେ। ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୦।୩: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଗୃହରେ ଏକ ବଡ଼ ବୟାନ ଦେଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୯୩୦ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ…

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ: ୨୫ ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,୨୦ା୩: ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ…

ସରକାରଙ୍କ ନୂଆ ନିର୍ଦ୍ଦେଶ: ତେଲ-ଗ୍ୟାସ ବ୍ୟବହାର କରୁଥିବା କମ୍ପାନୀଗୁଡ଼ିକୁ କରିବାକୁ ପଡିବ ଏହି କାମ

ନୂଆଦିଲୀ,୨୦।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ସରକାର ଦେଶ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଏହି…

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବେ ଛଅଟି ଦେଶ; ବିଶ୍ୱ ସାରାରେ ଖାଦ୍ୟ ସଙ୍କଟ ତୀବ୍ର ହୋଇପାରେ

ତେହାରାନ,୨୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଆମେରିକା ଏବଂ ଇସ୍ରାଏଲର ଭୟଙ୍କର ଆକ୍ରମଣରୁ ପୂର୍ବରୁ ଜଳୁଥିବା ଏକ ମୋର୍ଚ୍ଚାରେ, ଇରାନ…

ବଢିଲା ଭାରତ-ଚାଇନା ସମେତ ଅନେକ ଦେଶର ଟେନସନ, ୫ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ସପ୍ଲାଇ ଉପରେ ପଡ଼ିବ ପ୍ରଭାବ

ଦୋହା/ନୂଆଦିଲ୍ଲୀ,୨୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ କେବଳ ଇସ୍ରାଏଲ ଏବଂ ଆମେରିକା ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରୁନାହିଁ ବରଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଟାର୍ଗେଟ କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri