Posted inଜାତୀୟ

ବୁମେରାଂ ପାଲଟିଲା ବ୍ରହ୍ମାସ୍ତ୍ର: ପାଓ୍ବାର ଦେଖାଇଲେ ପାଓ୍ବାର

ମୁମ୍ବାଇ,୨୭ା୧୧: କ୍ରିକେଟ ଓ ରାଜନୀତିରେ ସବୁକିଛି ସମ୍ଭବ। କାରଣ ଉଭୟ କ୍ଷେତ୍ରରେ ଯେଉଁ ଦଳ ମ୍ୟାଚ୍‌ ହାରୁଛି ଭଳି ଦେଖାଯାଉଥିବ ଶେଷ ମୁହୂର୍ତ୍ତରେ ସେହି ଦଳ ବାଜି ମାରିନେଇଥାଏ ବୋଲି ଗତ ୧୪ ତାରିଖରେ କେନ୍ଦ୍ରମନ୍ତ୍ରୀ ତଥା ମହାରାଷ୍ଟ୍ରର ବରିଷ୍ଠ ଭାଜପା ନେତା ନୀତିନ ଗଡ଼କରୀ କହିଥିଲେ। ଶନିବାର ଲୋକଙ୍କ ନିଦ ଭାଙ୍ଗିବା ପୂର୍ବରୁ ଗଢ଼ାଯାଇଥିବା ଭାଜପା ନେତୃତ୍ୱାଧୀନ ଫଡ୍‌ନବିସ ସରକାରକୁ ଗଡ଼କରୀ ଅଭିନନ୍ଦନ ଜଣାଇ ପୂର୍ବ ଗୁଗ୍‌ଲିକୁ ପୁଣି ଦୋହରାଇଥିଲେ। ହେଲେ ‘କ୍ରିକେଟରେ ତୁମେ ବଲ୍‌କୁ ଦେଖିପାରିବ। କିନ୍ତୁ ରାଜନୀତିରେ ତାକୁ ଦେଖିପାରିବ ନାହିଁ’ ବୋଲି ରାଜ୍ୟ କଂଗ୍ରେସ ସଭାପତି ବାଲାସାହେବ ଥୋରାଟ୍‌ ଦେଇଥିବା ଉତ୍ତରକୁ ଗଡ଼କରୀ ଭୁଲିଯାଇଥିଲେ। ଅଜିତ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନିଜ ରାଜନୈତିକ ଗୁରୁ ତଥା କାକା ଶରଦ ପାଓ୍ବାରଙ୍କ ନିକଟକୁ ଫେରିବାକୁ ବାଧ୍ୟହେବା ପରେ ଫଡ୍‌ନବିସଙ୍କ କ୍ଷମତାରେ ରହିବା ସ୍ବପ୍ନ ଧୂଳିସାତ୍‌ ହୋଇଛି। ଏନ୍‌ସିପିରେ ବିଭାଜନ ଘଟାଇ ପୁନଃ କ୍ଷମତାସୀନ ହେବା ପାଇଁ ଭାଜପା ଯେଉଁ ବ୍ରହ୍ମାସ୍ତ୍ର ବା ବଲ୍‌ ଫିଙ୍ଗିଥିଲା ଶେଷରେ ତାହା ବୁମେରାଂ ପାଲଟିଛି।

ଅକ୍ଟୋବର ୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ବର୍ଷାରେ ଭିଜିଭିଜି ପ୍ରଚାର କରୁଥିବାବେଳେ ଏହି ୭୯ ବର୍ଷୀୟ ଚାଣକ୍ୟ ନୂଆ ସରକାର ଗଠନର ମୂଳଦୁଆ ପକାଇବାକୁ ଯାଉଛନ୍ତି ବୋଲି କେହି କଳ୍ପନା ମଧ୍ୟ କରି ନ ଥିଲେ। ପାଓ୍ବାରଙ୍କ ଧୂଆଁଧାର ପ୍ରଚାର ଯୋଗୁ ହିଁ ଏନ୍‌ସିପି ୫୪ ଆସନ ଦଖଲ କରିବାରେ ସଫଳ ହୋଇଛି, ଯାହାକି ପୂର୍ବାପେକ୍ଷା ୧୩ ଅଧିକ। ଭାଜପାକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ପାଓ୍ବାରଙ୍କ ଅଙ୍କକଷା ଓ ଗୋଟିଚାଳନା ସମସ୍ତଙ୍କୁ ବିସ୍ମିତ କରିଛି। ଭିନ୍ନ ବିଚାରଧାରାର ଦଳ ଶିବସେନା ସହ ହାତ ମିଳାଇ ସେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଦ୍ଧି ଶିଖାଇଛନ୍ତି ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି। ଏହି ବର୍ଷିୟାନ ରାଜନେତା ଶିବସେନା-ଏନ୍‌ସିପି-କଂଗ୍ରେସକୁ ଏକଜୁଟ କରି ଫଡ୍‌ନବିସଙ୍କ ନେତୃତ୍ୱାଧୀନ ଭାଜପା ସରକାରର ପତନ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଲେଖିଥିଲେ। ଏହି ତିନି ଦଳ ସମେତ ଆଉ କେତେକ ଛୋଟ ଦଳର ବିଧାୟକମାନଙ୍କୁ ଗୋଟିଏ ଛାତ ତଳେ ଛିଡ଼ା କରାଇ ମୋଦି-ଶାହଙ୍କୁ ପାଓ୍ବାର ସନ୍ଦେଶ ଦେଲେ ଯେ, ଏହା ଗୋଆ କି ମଣିପୁର ନୁହେଁ, ବରଂ ମହାରାଷ୍ଟ୍ର। ଏହାସହ ମହାରାଷ୍ଟ୍ରରେ ଭାଜପା ବିରୋଧୀ ରାଜନୀତିର ମୂଳଦୁଆ ପକାଇ ଜାତୀୟ ରାଜନୀତିରେ ମଧ୍ୟ ଅନୁରୂପ ସମୀକରଣର ସମ୍ଭାବନା ସୃଷ୍ଟି କରିଛନ୍ତି ପାଓ୍ବାର। ଏଥିପାଇଁ ତାଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri