ବିସ୍ଥାପିତଙ୍କ ବିରୋଧ, ଅଟକିଛି କାମ

ବାରିପଦା ଅଫିସ,୩୧ା୭- ମୟୂରଭଞ୍ଜ ଜିଲା ବାରିପଦା ସହରବାସୀ ସବୁବେଳେ ଜଳ କଷ୍ଟ ଭୋଗୁଛନ୍ତି। ଭୂତଳ ଜଳ କ୍ରମଶଃ ହ୍ରାସ ପାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଭୌଗୋଳିକ ଅବସ୍ଥିତି ଅନୁଯାୟୀ ସହରର ଜଳସ୍ତର ୫୦ ଫୁଟ ତଳେ ରହୁଛି। ଖରା ଦିନେ ଏହା ୨୦ ଫୁଟ ତଳକୁ ଖସି ଯାଉଛି। ଜନସଂଖ୍ୟା ତୁଳନାରେ ପାନୀୟଜଳ ମିଳୁ ନ ଥିବାରୁ ସହରବାସୀ ଜଳକଷ୍ଟ ଭୋଗୁଛନ୍ତି। ଅନ୍ୟପକ୍ଷେ ବିସ୍ଥାପିତଙ୍କ ବିରୋଧ ଯୋଗୁ ଜମ୍ଭିରା ଜଳ ପ୍ରକଳ୍ପ କାମ ମଧ୍ୟ ଅଟକି ରହିଛି।
ବାରିପଦା ସହର ଜନସଂଖ୍ୟା ୧ ଲକ୍ଷ ୨୦ ହଜାର। ଏହି ଲୋକଙ୍କ ପାଇଁ ପୌର ପରିଷଦ ଓ ଜନସ୍ବାସ୍ଥ୍ୟ ବିଭାଗ ମିଳିତ ଭାବେ ଜଳ ଯୋଗାଣ କରିଥାନ୍ତି। ସହରବାସୀଙ୍କ ପାଇଁ ପ୍ରତ୍ୟହ ୧୮.୬୦ ମିଲିୟନ ଲିଟର ଜଳ ଆବଶ୍ୟକ ହେଉଥିବା ବେଳେ ମିଳୁଛି ୧୬.୩୦ ମିଳିୟନ ଲିଟର। ସହରରେ ୩୩୦ ଫୁଟ ବିଶିଷ୍ଟ ୬୨ଟି ଗଭୀର ନଳକୂଅ, ୩୬୭ଟି ନଳକୂଅ ଓ ୪୫୬ଟି ଷ୍ଟାଣ୍ଡ ପୋଷ୍ଟ ରହିଛି। ଏଥିରୁ ଲୋକେ ପାନୀୟଜଳ ସଂଗ୍ରହ କରିଥାନ୍ତି। ଦିନକୁ ୩ ଘଣ୍ଟା ପାଣି ଯୋଗାଇ ଦିଆଯାଇଥାଏ। ସହରରେ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଘରେ ପାଣି ପାଇପ ସଂଯୋଗ କରିଛନ୍ତି। ସହରର ପାନୀୟଜଳ ବ୍ୟବସ୍ଥା ପାଇଁ ୧୦୪ କିମି ପାଇପ ଲାଇନ ବିଛାଯାଇଛି। ଅନ୍ୟପକ୍ଷେ ୨୦୨୦ ନଭେମ୍ବର ସୁଦ୍ଧା ସହରରେ ଜମ୍ଭିରା ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବ ଓ ଏହା କାର୍ଯ୍ୟକାରୀ ହେଲେ ଆଉ ଜଳ ସମସ୍ୟା ଦେଖା ଦେବ ନାହିଁ ବୋଲି ବିଭାଗ ସୂତ୍ରରୁ ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପର ୫୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ସରିଛି। ତେବେ ଜମ୍ଭିରା ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିବା ୧୧ଟି ଗ୍ରାମର ୧୩୦୪ ପରିବାର ପୁନଃ କ୍ଷତିପୂରଣ ଦାବି କରୁଥିବାରୁ ଡ୍ୟାମ ନିକଟରେ ହେବାକୁ ଥିବା କାର୍ଯ୍ୟ ଆଗେଇପାରୁନାହିଁ ବୋଲି ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ବିିଘ୍ନେଶ୍ୱର ପାଣି ସୂଚନା ଦେଇଛନ୍ତି।
୮୪.୨୨ କୋଟି ଟଙ୍କୀ ବ୍ୟୟ ଅଟଳଳରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଏଥିରେ ୧୨୨ କିମି ପାଇପ ଲାଇନ ସଂଯୋଗ ହେବ। ଏହି ପ୍ରକଳ୍ପ ଜରିଆରେ ବାରିପଦା ସହରକୁ ୨୫ ମିଲିୟନ ଲିଟର ଜଳ ଯୋଗାଇ ଦିଆଯିବ। ଫଳରେ ସହରରେ ଅଉ ପାଣି ସମସ୍ୟା ରହିବ ନାହିଁ। ଜମ୍ଭିରା ପ୍ରକଳ୍ପରୁ ୧୫ କିମି ଦୂର ପର୍ଯ୍ୟନ୍ତ ପାଇପ ଲାଇନ ଆସି ପିସିପୁରଠାରେ ୧୬ ମିଲିୟନ ଲିଟରର ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ପାଇଁ କାର୍ଯ୍ୟାରମ୍ଭ ହୋଇସାରିଛି। ୬ଟି ନୂଆ ଓଭରହେଡ ଟ୍ୟାଙ୍କି ନିର୍ମାଣ ହେବ। ଏହା ସହିତ ଆଗାମୀ ଦିନରେ ମ୍ୟୁନିସିପାଲିଟି ସହଯୋଗରେ ପ୍ରତି ୱାର୍ଡରେ ଜଳ ପରିମଳ କମିଟି ଗଠନ ହେବ। ଏଥିରେ ୧୨ ଜଣ ଲେଖାଏଁ ସଭ୍ୟାସଭ୍ୟ ରହିବେ। ସେମାନେ ଜଳର ବ୍ୟବହାର, ଅପବ୍ୟବହାର ସମ୍ପର୍କରେ ସଭା ସମିତି ମାଧ୍ୟମରେ ଲୋକଙ୍କୁ ବୁଝାଇ ନିଜ ଘରେ ପାନୀୟଜଳ ପାଇପ ସଂଯୋଗ ପାଇଁ ପରାମର୍ଶ ଦେବେ। ସେହିପରି ଭୂତଳ ଜଳ କମୁଥିବା କାରଣ ସମ୍ପର୍କରେ ପରିବେଶବିତ ମାନସ ବେହେରାଙ୍କ ସହିତ ଆଲୋଚନା କରିବାରୁ ପ୍ରତି ବର୍ଷ ଜିଲାରେ ବର୍ଷାର ପରିମାଣ କମି କମି ଯାଉଛି। ଫଳରେ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଭୂତଳ ଜଳ ମାପିବା ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବଡିର ଦାୟିତ୍ୱ। ସେମାନେ ପ୍ରତି ଅଞ୍ଚଳର ଭୂତଳ ଜଳ ମାପି ରିପୋର୍ଟ ଦେଇଥାନ୍ତି। ତେବେ ବାରିପଦା ସହରରେ ଭୂତଳ ଜଳ ତଳକୁ ଖସୁଥିବା ଆଦୌ ଠିକ୍‌ ନୁହେଁ। କାରଣ ସହର ଦେଇ ନଦୀ ପ୍ରଭାବିତ ହେଉଥିବା ବେଳେ ଏହାକୁ ଲାଗି ଶିମିଳିପାଳ ଜଙ୍ଗଲ ରହିଛି। ଏପରିସ୍ଥଳେ ଭୂତଳ ଜଳ କିପରି କମୁଛି ତାହା ପ୍ରଶ୍ନବାଚୀ। ଏହା ସହିତ ଲୋକେ ମଧ୍ୟ ପାଣିକୁ ଅପବ୍ୟବହାର ନ କରି ସଞ୍ଚୟକୁ ଗୁରୁତ୍ୱ ଦେବା କଥା। ଫଳରେ ଜଳ ଅଭାବ ଦେଖାଦେବନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଗଡ଼େଗା ହରିଦର୍ଶନ ସାହୁ ଗୁଳିକାଣ୍ଡ ଘଟଣା: ବର୍ଷେ ପରେ ବି ପୋଲିସ ହାତ ଖାଲି

ନୂଆଗାଁ, ୧ା୫(ଡି.ଏନ.ଏ)- ସୁନ୍ଦରଗଡ ଜିଲା ନୂଆଗାଁ  ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ବାରିଲେପ୍ଟା ଗ୍ରାମରେ ରହୁଥିବା ଯୁବ ବ୍ୟବସାୟୀ ହରିଦର୍ଶନ ସାହୁଙ୍କୁ ଗତ ୨୦୧୮ ମାର୍ଚ୍ଚ...

ବନ୍ଦ ହେବ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର: କରୋନା ଲକ୍ଷଣ ଥିବା ଲୋକଙ୍କୁ ପଠାଯିବ କେୟାର ସେଣ୍ଟର

ଛତ୍ରପୁର,୨୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୂର୍ବରୁ ଚାଲୁରହିଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ବନ୍ଦ କରାଯିବ। ଯେଉଁମାନଙ୍କଠାରେ କୋଭିଡ୍‌ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ତୁରନ୍ତ କୋଭିଡ୍‌ କେୟାର ସେଣ୍ଟରରେ ଆଡ୍‌ମିଶନ...

ସାମାଜିକ ଦୁରତ୍ୱ ପାଳନ ନ କଲେ ଦୋକାନ ହେବ ସିଲ୍‌

ବାରିପଦା ଅଫିସ,୬ା୪: ମୟୂରଭଞ୍ଜ ଜିଲାରେ ଥିବା ସମସ୍ତ ମାର୍କେଟ ଓ ଦୋକାନଗୁଡ଼ିକ ସାମଜିକ ଦୂରତ୍ୱ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି...

କଳାହାଣ୍ଡି ପୋଲିସ ତରଫରୁ ‘ପରୀ-୩’ କାର୍ଯ୍ୟକ୍ରମ ଶୁଭାରମ୍ଭ, ନିଖୋଜ ନାବାଳକନାବାଳିକାଙ୍କୁ ଉଦ୍ଧାର କରାଯିବ

ଭବାନୀପାଟଣା,୩୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ନାବାଳିକା ନାବାଳକ ଏବଂ ବିଭିନ୍ନ ଦୋକାନ ବଜାର, କାମ କରୁଥିବା ନାବାଳିକାନାବାଳକଙ୍କୁ ଉଦ୍ଧାର କରିବା...

ସାଧୁତା, ସତ୍ୟତାକୁ ନେଇ ଖବର ପରିବେଷଣ ହେବା ଉଚିତ

କଟକ ଅଫିସ,୭।୧୦: ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବରକାଗଜ ସମାଜର ଶତବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କଟକ ଜବାହରଲାଲ ନେହେରୁ...

କେନ୍ଦୁଝର ଡେଲି ମାର୍କେଟରେ ବ୍ୟବସାୟୀ ମାନୁନାହାନ୍ତି ସାମାଜିକ ଦୂରତ୍ୱ

କେନ୍ଦୁଝର,୧୫।୬(ସ୍ବ.ପ୍ର.) କେନ୍ଦୁଝର ଡେଲି ମାର୍କେଟରେ ବ୍ୟବସାୟୀ ମାନୁନାହାନ୍ତି ସାମାଜିକ ଦୂରତ୍ୱ ନିୟମ। ଚାଷୀ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ନେଇ ବଜାରକୁ ଆସିଲେ ବ୍ୟବସାୟୀ ସେମାନଙ୍କୁ ଘେରିଯାଇ...

ଲକ୍‌ଡାଉନ୍‌ ଶେଷ ପରେ ପୁରୁଷୋତ୍ତମପୁରକୁ ଫେରିବେ ୧୫,୩୦୦ ଲୋକ: ୧୨୩ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ: ତଦାରଖ କଲେ ଉପଜିଲାପାଳ

ପୁରୁଷୋତ୍ତମପୁର,୨୬ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସିକୁ ରାଜ୍ୟ ଓ ଜିଲା ବାହାରୁ ଆସିବାକୁ ଥିବା ଲୋକଙ୍କ ଆକଳନକୁ ଲକ୍ଷ୍ୟ ରଖି ପ୍ରଶାସନ...

୨ ହୋଟେଲ ମ୍ୟାନେଜର ଗିରଫ: ତାଳସାରୀର ୨ ହୋଟେଲ ସିଲ୍‌

ଭୋଗରାଇ, ୧୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୀମାନ୍ତ ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳରେ ହୋଟେଲ ଏବଂ ଲଜ୍‌ରେ ବେଧଡ଼କ ଦେହ ବ୍ୟବସାୟ ହେଉଥିବା ଭିଡ଼ିଓ ଭାଇରାଲ ଓ ଗଣମାଧ୍ୟମରେ...

Play 250+ Trending Games
Archives

Model This Week

Why Dharitri