ବିସିଜି ଟୀକା ଦିଆଯାଇଥିବା ଦେଶରେ କରୋନା ଆତଙ୍କ ହେବ କମ୍‌: ଭାରତରେ ଅଧିକ କ୍ଷତିର ନାହିଁ ଆଶଙ୍କା !

ନୂଆଦିଲ୍ଲୀ/ମେଲବୋର୍ନ,୧।୪: ଯେଉଁ ଦେଶରେ ଟିବି ପାଇଁ  ପ୍ରତିଷେଧକ ଟୀକା ବିସିଜି(ବାସଲି କାଲାମେଟ୍‌-ଗ୍ୟୁରିନ୍‌)ର ବ୍ୟବହାର କରାଯାଇଛି ସେସବୁ ଦେଶରେ କରୋନା ଆତଙ୍କ କମ ଦେଖାଯିବ ବୋଲି ନ୍ୟୁୟର୍କ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ବିଭାଗର ବାୟୋଲୋଜିକାଲ ସାଇନ୍ସ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଭାରତରେ କରୋନା ଦ୍ୱାରା କମ କ୍ଷତି ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଭାରତରେ ଗତ ୭୨ ବର୍ଷ ଧରି ଶିଶୁ ଜନ୍ମ ହେବାପରେ ଟିବି ପାଇଁ ପ୍ରତିଷେଧକ ଟୀକା ବିସିଜି ଦେବା ପ୍ରକ୍ରିୟା ଜାରି ରହିଛି। ଭାରତରେ ୧୯୪୮ରେ ଏହି ଟୀକାକରଣ ଆରମ୍ଭ ହୋଇଥିବାବେଳେ ୧୯୬୨ରେ ଏହାକୁ ଟିବି ନିରାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ପୃଥିବୀର ଯେଉଁ ସବୁ ଦେଶରେ ବିସିଜି ଟୀକା ଦିଆଯାଉ ନାହିଁ ସେଠାରେ କରୋନା ଆତଙ୍କ ସୃଷ୍ଟି କରିଛି। ଇଟାଲିରେ ୧୯୮୧ଠାରୁ ବିସିଜି ଟୀକାକରଣ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା। ତେଣୁ ଏଠାରେ କରୋନ ମୃତ୍ୟୁ ସଂଖ୍ୟା ଅଧିକ ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଟିବି ରୋଗରେ ଫୁସଫୁସ ସଂକ୍ରମଣ ହୋଇଥାଏ। ଏହାକୁ ରୋକିବା ଲାଗି ଭାରତରେ ଶିଶୁ ଜନ୍ମ ପରେ ବିସିଜି ଟୀକାର ପ୍ରୟୋଗ କରାଯାଇଥାଏ। ଆମେରିକା, ଇଟାଲି, ଲେବାନନ୍‌, ନେଦରଲାଣ୍ଡ୍‌, ବେଲଜିୟମ୍‌ ଆଦି ଦେଶରେ ବିସିଜି ଟୀକାକରଣ କରାଯାଇ ନ ଥାଏ। ତେବେ ଚାଇନା, ଜାପାନ, ବ୍ରାଜିଲ୍‌, ଭାରତ ଆଦି ଦେଶରେ ଏହାର ବ୍ୟବହାର ଜନ୍ମ ସମୟରୁ ହିଁ କରାଯାଇଥାଏ। ତେବେ ଚାଇନା କରୋନା ସଂକ୍ରମଣର କେନ୍ଦ୍ର ପାଲଟି ଥିବାରୁ ଏଠାରେ ମୃତ୍ୟୁ ତଥା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ବ୍ରାଜିଲ୍‌ରେ ୧୯୨୦ଠାରୁ ବିସିଜିର ବ୍ୟବହାର ଜାରି ରହିଛି। ସେହିପରି ଭାରତରେ ଜନ୍ମ ପରେ ୯୭ ପ୍ରତିଶତରୁ ଅଧିକ ଶିଶୁଙ୍କୁ ବିସିଜି ଟୀକା ଦିଆଯାଇଥାଏ। ତେଣୁ କରୋନା ଦ୍ୱାରା ଭାରତ ଅଧିକ ପ୍ରଭାବିତ ହେବାର ଆଶଙ୍କା କମ ଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri