ବିସିଜି ଟୀକା ଦିଆଯାଇଥିବା ଦେଶରେ କରୋନା ଆତଙ୍କ ହେବ କମ୍‌: ଭାରତରେ ଅଧିକ କ୍ଷତିର ନାହିଁ ଆଶଙ୍କା !

ନୂଆଦିଲ୍ଲୀ/ମେଲବୋର୍ନ,୧।୪: ଯେଉଁ ଦେଶରେ ଟିବି ପାଇଁ  ପ୍ରତିଷେଧକ ଟୀକା ବିସିଜି(ବାସଲି କାଲାମେଟ୍‌-ଗ୍ୟୁରିନ୍‌)ର ବ୍ୟବହାର କରାଯାଇଛି ସେସବୁ ଦେଶରେ କରୋନା ଆତଙ୍କ କମ ଦେଖାଯିବ ବୋଲି ନ୍ୟୁୟର୍କ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ବିଭାଗର ବାୟୋଲୋଜିକାଲ ସାଇନ୍ସ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଭାରତରେ କରୋନା ଦ୍ୱାରା କମ କ୍ଷତି ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଭାରତରେ ଗତ ୭୨ ବର୍ଷ ଧରି ଶିଶୁ ଜନ୍ମ ହେବାପରେ ଟିବି ପାଇଁ ପ୍ରତିଷେଧକ ଟୀକା ବିସିଜି ଦେବା ପ୍ରକ୍ରିୟା ଜାରି ରହିଛି। ଭାରତରେ ୧୯୪୮ରେ ଏହି ଟୀକାକରଣ ଆରମ୍ଭ ହୋଇଥିବାବେଳେ ୧୯୬୨ରେ ଏହାକୁ ଟିବି ନିରାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ପୃଥିବୀର ଯେଉଁ ସବୁ ଦେଶରେ ବିସିଜି ଟୀକା ଦିଆଯାଉ ନାହିଁ ସେଠାରେ କରୋନା ଆତଙ୍କ ସୃଷ୍ଟି କରିଛି। ଇଟାଲିରେ ୧୯୮୧ଠାରୁ ବିସିଜି ଟୀକାକରଣ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା। ତେଣୁ ଏଠାରେ କରୋନ ମୃତ୍ୟୁ ସଂଖ୍ୟା ଅଧିକ ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଟିବି ରୋଗରେ ଫୁସଫୁସ ସଂକ୍ରମଣ ହୋଇଥାଏ। ଏହାକୁ ରୋକିବା ଲାଗି ଭାରତରେ ଶିଶୁ ଜନ୍ମ ପରେ ବିସିଜି ଟୀକାର ପ୍ରୟୋଗ କରାଯାଇଥାଏ। ଆମେରିକା, ଇଟାଲି, ଲେବାନନ୍‌, ନେଦରଲାଣ୍ଡ୍‌, ବେଲଜିୟମ୍‌ ଆଦି ଦେଶରେ ବିସିଜି ଟୀକାକରଣ କରାଯାଇ ନ ଥାଏ। ତେବେ ଚାଇନା, ଜାପାନ, ବ୍ରାଜିଲ୍‌, ଭାରତ ଆଦି ଦେଶରେ ଏହାର ବ୍ୟବହାର ଜନ୍ମ ସମୟରୁ ହିଁ କରାଯାଇଥାଏ। ତେବେ ଚାଇନା କରୋନା ସଂକ୍ରମଣର କେନ୍ଦ୍ର ପାଲଟି ଥିବାରୁ ଏଠାରେ ମୃତ୍ୟୁ ତଥା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ବ୍ରାଜିଲ୍‌ରେ ୧୯୨୦ଠାରୁ ବିସିଜିର ବ୍ୟବହାର ଜାରି ରହିଛି। ସେହିପରି ଭାରତରେ ଜନ୍ମ ପରେ ୯୭ ପ୍ରତିଶତରୁ ଅଧିକ ଶିଶୁଙ୍କୁ ବିସିଜି ଟୀକା ଦିଆଯାଇଥାଏ। ତେଣୁ କରୋନା ଦ୍ୱାରା ଭାରତ ଅଧିକ ପ୍ରଭାବିତ ହେବାର ଆଶଙ୍କା କମ ଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ବିଶ୍ୱଯୁଦ୍ଧ ଆରମ୍ଭ! ନେତାନ୍ୟାହୁଙ୍କ ବଡ଼ ଘୋଷଣା: ଶେଷ ହୋଇପାରେ…ସାରା ବିଶ୍ୱରେ ଭୟଙ୍କର ବାତାବରଣ

ଓ୍ବାଶିଂଟନ୍‌,୧୩।୪: ଇରାନ ଏବଂ ଆମେରିକା ମଧ୍ୟରେ ଇସଲାମାବାଦ ଆଲୋଚନା ବିଫଳ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଆମେରିକା ନୌସେନା…

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ପ୍ରଥମେ ୫୦% ଟାରିଫ୍‌ ଧମକ, ଆଉ ଏବେ… ଇରାନ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ନୂଆ ରଣନୀତି

ଓ୍ବାଶିଂଟନ୍‌,୧୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବର୍ତ୍ତମାନ ବୃଦ୍ଧି ପାଉଥିବାବେଳେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଏକ କ୍ଷେତ୍ରରେ ଚାଇନା ସହିତ ଏକ ନୂତନ…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri