କୋହଲିଙ୍କ ବିଶ୍ୱ ରେକର୍ଡ

ମାଞ୍ଚେଷ୍ଟର,୨୭।୬- ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ ବିଶ୍ୱରେକର୍ଡର ଅଧିକାରୀ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଗୁରୁବାର ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ର ଏକ ମ୍ୟାଚ୍‌ ଅବସରରେ ସେ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ୍‌ ପୂରଣ କରିଛନ୍ତି। ୨୦ ହଜାର ରନ୍‌ ସଂଗ୍ରହ କରିବାକୁ କୋହଲି ୪୧୭ ଇନିଂସର ସହାୟତା ନେଇଥିଲେ। ଏହିକ୍ରମରେ ସେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ଓ୍ବେଷ୍ଟଇଣ୍ଡିଜର ବ୍ରାଏନ ଲାରାଙ୍କୁ ପଛରେ ପକାଇ ଦେଇଛନ୍ତି। ଉଭୟ ସଚିନ ଓ ଲାରା ୨୦ ହଜାର ଅନ୍ତର୍ଜାତୀୟ ରନ୍‌ ସଂଗ୍ରହ ପାଇଁ ୪୫୩ ଇନିଂସ ଖେଳିଥିଲେ। କୋହଲି ଏପର୍ଯ୍ୟନ୍ତ ୧୩୧ ଟେଷ୍ଟ, ୨୨୪ ଦିନିକିଆ ଓ ୬୨ ଟି୨୦ ମ୍ୟାଚ୍‌କୁ ମିଶାଇ ମୋଟ ୪୧୭ଟି ଇନିଂସ୍‌ ଖେଳିଛନ୍ତି।
କୀର୍ତ୍ତିମାନ ସ୍ପର୍ଶ କରିବା ଲାଗି କୋହଲିଙ୍କୁ ଆଉ ୩୭ ରନ୍‌ ଆବଶ୍ୟକ ହେଉଥିଲା। ଏହି ମ୍ୟାଚ୍‌ ପୂର୍ବରୁ ସେ କ୍ରିକେଟ୍‌ର ୩ଟି ଯାକ ଫର୍ମାଟରେ ମୋଟ ୧୯,୯୬୩ ରନ୍‌ ସଂଗ୍ରହ କରିଥିଲେ। ଏହିକ୍ରମରେ ସଚିନ (୩୪,୩୫୭) ଓ ରାହୁଲ ଡ୍ରାଭିଡ (୨୪,୨୦୮)ଙ୍କ ପରେ ତୃତୀୟ ଭାରତୀୟ ଭାବେ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ୍‌ ପୂରଣ କରିବାର ସୌଭାଗ୍ୟ ଲାଭ କରିଛନ୍ତି। କୋହଲି ଚଳିତ ବିଶ୍ୱକପ୍‌ରେ ଭଲ ଫର୍ମରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ମୋଚିତ ହେଲା ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଜର୍ସି

ନୂଆଦିଲ୍ଲୀ, ୧୨ା୩- ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ର ଆଗାମୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଶନିବାର ଏହାର ନୂଆ ଜର୍ସି ଉନ୍ମୋଚନ କରିଛି।...

ଐତିହାସିକ ବିଜୟ ସହ ସୁପର-୧୨ରେ ନାମିବିଆ

ଶାରଜା,୨୨।୧୦: ଅଧିନାୟକ ଜେରାର୍ଡ ଏରାସମସଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ନାମିବିଆ ୮ ଉଇକେଟରେ ଅପେକ୍ଷାକୃତ ଆୟର୍ଲାଣ୍ଡକୁ ହରାଇ ଦେଇଛି। ଏହି ଐତିହାସିକ ବିଜୟ ସହ...

କୋଭିଡ-୧୯: ଲିଭରପୁଲ ଲିଜେଣ୍ଡ ଡାଲଗ୍ଲିଶ ପଜିଟିଭ୍‌

ଲଣ୍ଡନ,୧୧।୪(ଏଏଫ୍‌ପି)- ସ୍କଟଲାଣ୍ଡ ଷ୍ଟ୍ରାଇକର ତଥା ଲିଭରପୁଲ କିମ୍ବଦନ୍ତୀ ଫୁଟବଲର କେନ୍ନି ଡାଲଗ୍ଲିଶ୍‌ କରୋନ ଭାଇରସ ସଂକ୍ରମଣ କାରଣରୁ ପଜିଟିଭ ବୋଲି ଜଣାପଡିଛି। ତାଙ୍କ ପରିବାର ସୂତ୍ରର...

ଭାରତୀୟ କ୍ରିକେଟର ସ୍ବର୍ଣ୍ଣିମ ଦିନ

ନୂଆଦିଲ୍ଲୀ,୨୩।୬: ଠିକ୍‌ ୮ ବର୍ଷ ତଳେ ଅର୍ଥାତ ୨୦୧୩ ଜୁନ ୨୩ ତାରିଖରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ହାତେଇଥିଲା ଆଇସିସି ଚାମ୍ପିୟନ୍ସ...

ଜାତୀୟ ସିନିୟର ରଗ୍‌ବୀ ସେଭେନ୍ସ: ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର, ୧୭।୭(କ୍ରୀଡ଼ା ପ୍ରତିନିଧି): ବିହାରର ପାଟଣାସ୍ଥିତ ପାଟଳିପୁତ୍ର ଷ୍ଟାଡିୟମରେ ଜାତୀୟ ସିନିୟର ରଗ୍‌ବୀ ସେଭେନ୍ସ (ମହିଳା/ପୁରୁଷ) ଚାମ୍ପିୟନଶିପ୍‌ ଚଳିତମାସ ୧୯ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।...

ଟ୍ରେକିଂବେଳେ ୨୫୦ ଫୁଟ୍‌ ତଳକୁ ଖସି ପୂର୍ବତନ କ୍ରିକେଟର୍‌ଙ୍କ ମୃତ୍ୟୁ

ମୁମ୍ବାଇ, ୨।୯: ମହାରାଷ୍ଟ୍ର ରଣ୍‌ଜୀ ଟ୍ରଫି ଦଳର ପୂର୍ବତନ ଖେଳାଳି ଶେଖର ଗାଓ୍ବଲି ୨୫୦ ଫୁଟ୍‌ ତଳକୁ ଗଭୀର ଖାତକୁ ଖସି ମୃତ୍ୟୁବରଣ କରିଛନ୍ତି। ବୁଧବାର...

ଭାରତୀୟ ଦଳକୁ କୋଚିଂ ଦେବାକୁ ଚାହୁଁନାହାନ୍ତି ଧୋନୀ: ଗାଙ୍ଗୁଲି କଲେ ଖୁଲାସା

ନୂଆଦିଲ୍ଲୀ,୧୩।୯: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ଟି -୨୦ ବିଶ୍ୱକପ ପାଇଁ ଦଳର ମେଣ୍ଟର କରାଯାଇଛି। ଦଳ ୨୦୦୭ ମସିହାରୁ ବିଶ୍ୱକପ ଟାଇଟଲ...

୧୫ ବର୍ଷରୁ କମ୍‌ ସାଫ୍‌ ମହିଳା ଚାମ୍ପିୟନଶିପ୍‌: ଭାରତ ଚାମ୍ପିୟନ

ଥିମ୍ପୁ,୧୬।୧୦(ପି.ଟି.)- ଏଠାରେ ଖେଳଯାଇଥିବା ୧୫ ବର୍ଷରୁ କମ୍‌ ସାଉଥ୍‌ ଏସିଆନ ଫୁଟବଲ ଫେଡେରେଶନ (ସାଫ୍‌) ମହିଳା ଚାମ୍ପିୟନଶିପ୍‌ରେ ଭାରତ ଟାଇଟଲ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ...

Advertisement
Archives

Model This Week