Posted inଖେଳ

ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତା :ଜୁଜୁଟ୍‌ସୁ କଣ୍ଟାକ୍ଟରେ ଅନୁପମାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୩।୯(କ୍ରୀଡ଼ା ପ୍ରତିନିଧି)-
ଦକ୍ଷିଣ କୋରିଆର ଚୁଙ୍ଗଜୁଠାରେ ଚାଲିଥିବା ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତାରେ ଭାରତରୁ ଏକମାତ୍ର ଏଲାଇଟ ଖେଳାଳିଭାବେ ଅଂଶଗ୍ରହଣ କରିଥିବା ଉତ୍କଳ କରାଟେ ସ୍କୁଲର ଅନୁପମା ସ୍ବାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ପ୍ରତିଯୋଗିତାର ଜୁଜୁଟ୍‌ସୁ କଣ୍ଟାକ୍ଟ ବିଭାଗରେ ଏହି ସଫଳତା ପାଇଛନ୍ତି। ଅନୁପମା ଜୁଜୁଟ୍‌ସୁ ନଓ୍ବୋଜା ବିଭାଗରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ତେବେ ପଦକ ହାସଲରୁ ଅଳ୍ପକେ ବଞ୍ଚତ୍ତ ହୋଇଥିଲେ। ବିଶ୍ୱ ସଂଘଦ୍ୱାରା ଅନୁପମାଙ୍କୁ ବିଶ୍ୱର ଜଣେ ଏଲାଇଟ ଖେଳାଳିଭାବେ ସ୍ବିକୃତି ମିଳିଥିବାରୁ ତାଙ୍କର ସମସ୍ତ ଖର୍ଚ୍ଚ ଓ୍ବାଲର୍‌ଡ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ଆୟୋଜକ କମିଟି ବହନ କରୁଛି। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନୁପମା ଜଣେ ଅନ୍ତର୍ଜାତୀୟ କରାଟେ ଖେଳାଳି ହେବା ସହ ଶକ୍ତିଉତ୍ତୋଳନରେ ଏସିଆ ଚାମ୍ପିୟନ, ଜୁଜୁଟ୍‌ସୁରେ ବିଶ୍ୱମାନ୍ୟତାପ୍ରାପ୍ତ ଥାଇଲାଣ୍ଡ ଓପନରେ ସ୍ବର୍ଣ୍ଣ ପଦକ ବିଜୟିନୀ। ବହୁମୁଖି ପ୍ରତିଭାର ଅଧିକାରିଣୀ ଅନୁପମା ଉତ୍କଳ କରାଟେ ସ୍କୁଲରେ ଡ. ହରିପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅଭ୍ୟାସ ଜାରି ରଖିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଉତ୍କଳ କରାଟେ ସ୍କୁଲ ମୁଖ୍ୟ ହରିପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।
ଅନୁପମା ଏକସଙ୍ଗରେ ମିକ୍ସଡ ମାର୍ଶାଲ ଆର୍ଟ, କରାଟେ, ଶକ୍ତିଉତ୍ତୋଳନ, ସ୍ପୋଟର୍‌ସ୍‌ କ୍ଲାଇମ୍ବିଂ, ରେସଲିଂ ଓ ଶୁଟିଂରେ ନିଜ ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହୋଇଛନ୍ତି। କରାଟେରେ ସେ ଜଣେ ଅନ୍ତର୍ଜାତୀୟ ପଦକଧାରୀ। ୨୦୧୯ ଜୁଲାଇ ୨୬ରୁ ୨୮ ପର୍ଯ୍ୟନ୍ତ କଲିକତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଆମନ୍ତ୍ରଣୀୟ କରାଟେ ଚାମ୍ପିୟନଶିପ୍‌ରେ ସେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ହାସଲ କରିଥିଲେ। ୨୦୧୬ ଏପ୍ରିଲ ୭ରୁ ୧୦ ପର୍ଯ୍ୟନ୍ତ ଦୁବାଇରେ ଅନୁଷ୍ଠିତ ପ୍ରଥମ ବିଶ୍ୱ କରାଟେ ପ୍ରିମିୟର ଲିଗ୍‌ରେ ସେ ଭାଗ ନେଇଥିଲେ ଏବଂ ୧ ପଏଣ୍ଟ ଅର୍ଜନ କରିଥିଲେ। ୨୦୧୫ ସେପ୍ଟେମ୍ବର ୧୮ରୁ ୨୦ ପର୍ଯ୍ୟନ୍ତ ନୂଆଦିଲ୍ଲୀର ତାଲକୋଟ୍ରା ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ୮ମ ରାଜ୍ୟଗୋଷ୍ଠୀ କରାଟେ ଚାମ୍ପିୟନଶିପ୍‌ର ମହିଳା ୫୫ କେଜିରେ ଭାଗନେଇ ସେ ୫ମ ସ୍ଥାନ ଅଧିକାର କରିଥିଲେ। ୨୦୧୮ ସେପ୍ଟେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ଲକ୍ଷ୍ନୌରେ ଆୟୋଜିତ ନ୍ୟାଶନାଲ କ୍ଲାସିକ ଶକ୍ତିଉତ୍ତୋଳନ ଚାମ୍ପିୟନଶିପ୍‌ର ସିନିୟର ମହିଳା ୫୨ କେଜି କାଟେଗୋରିରେ ସେ ବ୍ରୋଞ୍ଜ ପଦକ ପାଇଥିଲେ। ୨୦୧୭ ଡିସେମ୍ବର ୪ରୁ ୯ ପର୍ଯ୍ୟନ୍ତ କେରଳର ଆଲାପୁଝାଠାରେ ଅନୁଷ୍ଠିତ ଏସିଆନ କ୍ଲାସକ ପାଓ୍ବାରଲିଫ୍‌ଟିଂ ଚାମ୍ପିୟନଶିପ୍‌ର ମହିଳା ୫୨ କେଜି ଅନ୍‌ଇକ୍ୟୁପ୍‌ଡ୍‌ କାଟେଗୋରିରେ ସେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତି ନିଜ ଦକ୍ଷତା ପ୍ରତିପାଦନ କରିଥିଲେ। ସେ ସ୍କ୍ବାଟ୍‌ରେ ୧୩୨, ବେଞ୍ଚ୍‌ପ୍ରେସ୍‌ରେ ୬୫ ଏବଂ ଡେଡ୍‌ଲିଫ୍ଟରେ ୧୨୭.୫ ଏହିପରି ମୋଟ ୩୨୫ କେଜି ଶକ୍ତିଉତ୍ତୋଳନ କରିଥିଲେ। ୨୦୧୬ରେ ଭୁବନେଶ୍ୱରରେ ଅନୁଷ୍ଠିତ ଯୋଦ୍ଧା ଫାଇଟିଂ ଚାମ୍ପିୟନଶିପ୍‌ରେ ମଧ୍ୟ ତାଙ୍କ କଳାକୌଶଳ ସମସ୍ତଙ୍କୁ ବିସ୍ମିତ କରିଥିଲା। ମା ପ୍ରେମଲତା ଓ ପିତା ପ୍ରସନ୍ନ କୁମାର ସ୍ବାଇଁଙ୍କ ସୁକନ୍ୟା ଅନୁପମାଙ୍କ ଘର କେନ୍ଦୁଝର ଜିଲା ସାରସ ଗ୍ରାମରେ। ୨୦୧୦ରେ ଉତ୍କଳ କରାଟେ ସ୍କୁଲରେ ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରଶିକ୍ଷଣରେ ନିଜ କ୍ରୀଡ଼ା କ୍ୟାରିୟର ଆରମ୍ଭ କରିଥିବା ଏହି ପ୍ରତିଭାଧାରୀ ଖେଳାଳି ଏବେ ଓଡ଼ିଶା ପୋଲିସରେ କାର୍ଯ୍ୟରତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri