Posted inଫୁରସତ

ବିଶ୍ୱର ୫ ଅଦ୍ଭୁତ ଜୀବ: ଯେଉଁମାନଙ୍କ ରକ୍ତର ରଙ୍ଗ ସବୁଜ, ହଳଦିଆ, ନୀଳ

ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି ରକ୍ତର ରଙ୍ଗ ଲାଲ୍‌। ହେଲେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏମିତି କିଛି ଜୀବ ଅଛନ୍ତି, ଯେଉଁମାନଙ୍କ ରକ୍ତର ରଙ୍ଗ ଲାଲ ପରିବର୍ତ୍ତେ ସବୁଜ, ହଳଦିଆ ଏବଂ ନୀଳ ରହିଛି। ଜାଣିବା ସେସବୁ ଜୀବଙ୍କ ବିଷୟରେ:


ଅକ୍ଟୋପସ୍‌: ଏହା ଏକ ସାମୁଦ୍ରିକ ଜୀବ। ଏହାକୁ କିଛି ଦେଶର ଲୋକେ ଖାଇଥାନ୍ତି। ୮ ଗୋଡ଼ବିଶିଷ୍ଟ ଏହି ଜୀବର ରକ୍ତର ରଙ୍ଗ ନୀଳ। ଏହାର କାରଣ ହେଲା ଅକ୍ଟୋପସ୍‌ ରକ୍ତରେ ତମ୍ବାର ପରିମାଣ ଅଧିକ ଥାଏ। ଏହି କାରଣରୁ ସେମାନଙ୍କ ରକ୍ତର ରଙ୍ଗ ନୀଳ।


ସି-କୁକୁମ୍ବର: ଏହା ଏକ ସାମୁଦ୍ରିକ ଜୀବ। ଏହି ଜୀବ ଦେଖିବାକୁ ସବୁଜ ରଙ୍ଗର । ମାତ୍ର ଏହାର ରକ୍ତ ହଳଦିଆ ରଙ୍ଗର। ଏହା ପଛର କାରଣ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଜାଣିପାରିନାହାନ୍ତି।


ପିନଟ ଓ୍ବାର୍ମ: ପିନଟ ଓ୍ବାର୍ମ ପୋକର ରଙ୍ଗ ବାଇଗଣୀ। ଏହାର ଶରୀରରେ ଥିବା ହିମୋରିଥରିନ ନାମକ ପ୍ରୋଟିନ୍‌ରେ ଯେତେବେଳେ ଅକ୍ସିକରଣ (କଳଙ୍କି ଲାଗିଯାଏ) ହୋଇଥାଏ ସେତେବେଳେ ତା’ର ରଙ୍ଗ ବାଇଗଣୀ ଏବଂ ବେଳେବେଳେ ଗୋଲାପି ମଧ୍ୟ ହୋଇଥାଏ।


ନ୍ୟୁ ଜିନିଆ: ନ୍ୟୁ ଜିନିଆ ନାମକ ବହୁରୂପୀ ଏଣ୍ଡୁଅ ରକ୍ତର ରଙ୍ଗ ହେଉଛି ସବୁଜ। ଏହି କାରଣରୁ ଏହି ଏଣ୍ଡୁଅର ମାଂସପେଶୀ ଏବଂ ଜିଭର ରଙ୍ଗ ମଧ୍ୟ ସବୁଜ।


କ୍ରୋକୋଡାଇଲ ଆଇସ୍‌ଫିଶ୍‌: ଏହା ଏକପ୍ରକାର ମାଛ। ବିଶେଷକରି ଆଣ୍ଟାର୍କଟିକା ମହାସାଗରରେ ଏହା ଦେଖାଯାଇଥାଏ। ଏହି ମାଛର ରକ୍ତ ରଙ୍ଗହୀନ। ଆଇସ୍‌ଫିଶ୍‌ର ରକ୍ତରେ ହିମୋଗ୍ଲୋବିନ ଏବଂ ହିମୋସାଇନିନ ନ ଥାଏ। ଏହି କାରଣରରୁ ଏହି ମାଛର ରକ୍ତର କୌଣସି ରଙ୍ଗ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri