ବିଶ୍ୱକପ କ୍ରିକେଟ ପ୍ରଭାବ;ବଡ଼ ସ୍କ୍ରିନ୍‌ ଟିଭି ବିକ୍ରି ୧୦୦% ବୃଦ୍ଧି

ନୂଆଦିଲ୍ଲୀ,୧୭-୬: କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏବେ ବିଶ୍ୱକପ୍‌ କ୍ରିକେଟ ଜ୍ୱର ବଢ଼ିବାରେ ଲାଗିଛି। ଏଥିଯୋଗୁ ବଡ଼ ସ୍କ୍ରିନ୍‌ର ଟିଭି ସେଟ୍‌ର ଚାହିଦା ବେଶ୍‌ ବଢ଼ିଥିବା ଦେଖାଯାଇଛି। ବର୍ଷା କାରଣରୁ ବିଶ୍ୱକପ୍‌ର କେତେକ ମ୍ୟାଚ୍‌ ରଦ୍ଦ ହୋଇଥିଲେ ହେଁ ଭାରତୀୟଙ୍କ ମଧ୍ୟରେ ବିଶ୍ୱକପ୍‌ କ୍ରିକେଟ ପ୍ରତି ଆକର୍ଷଣ ବେଶ୍‌ ବଢ଼ିବାରେ ଲାଗିଛି। ବଡ଼ ସଂଖ୍ୟାରେ ଭାରତୀୟ ଦର୍ଶକ ଏବେ ହାଇଏଣ୍ଡ ଟିଭି ପ୍ରତି ଆକର୍ଷିତ ହେଉଛନ୍ତି। ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ କମ୍ପାନୀ ସୋନୀ, ସାମସଙ୍ଗ,ଏଲ୍‌ଜି ଏବଂ ପାନାସୋନିକର ବଡ଼ ସ୍କ୍ରିନ୍‌(୫୫ ଇଞ୍ଚ ବା ତତୋଧିକ)ର ଟିଭି ସେଟ୍‌ ବିକ୍ରି ଗତବର୍ଷ ତୁଳନାରେ ୧୦୦ ପ୍ରତିଶତ ବଢ଼ିଥିବା ଦେଖାଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ବଡ଼ ସ୍କ୍ରିନ୍‌ର ଟିଭି ସେଟ୍‌ ବିକ୍ରି କେବଳ ମହାନଗର ଅଥବା ବଡ଼ ସହର ମଧ୍ୟରେ ସୀମିତ ହୋଇ ରହିନାହିଁ। ଛୋଟ ସହରରେ ମଧ୍ୟ ଏଭଳି ଟିଭିର ଚାହିଦା ବେଶ୍‌ ବଢ଼ିଥିବା ଦେଖାଯାଇଛି। ବିଶ୍ୱକପ୍‌ର ନକ୍‌ଆଉଟ ମୁକାବିଲା ଆରମ୍ଭ ହେବା ମାତ୍ରେ ବଡ଼ ସ୍କ୍ରିନ୍‌ ଟିଭି ଚାହିଦା ଆହୁରି ବଢ଼ିବ ବୋଲି କମ୍ପାନୀଗୁଡ଼ିକ ଆଶାବ୍ୟକ୍ତ କରିଛନ୍ତି। କ୍ରିକେଟପ୍ରେମୀଙ୍କୁ ଆକର୍ଷିତ କରିବା ଲାଗି ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡ଼ିକ ଆକର୍ଷଣୀୟ ଉପହାର ଘୋଷଣା କରୁଛନ୍ତି। ସୋନୀ ଇଣ୍ଡିଆ ବ୍ରାବିୟାର ବ୍ୟବସାୟିକ ମୁଖ୍ୟ ସଚିନ ରାୟ କହିଥିଲେ ଯେ, ବିଶ୍ୱକପ ମାତ୍ର ୧୦ ଦିନ ହେଲା ଆରମ୍ଭ ହୋଇଛି। ଏହାରି ଭିତରେ ୫୫ ଇଞ୍ଚ ଏବଂ ୪କେ ଟିଭି ସେଟ୍‌ର ଚାହିଦା ୧୦୦ ପ୍ରତିଶତ ବଢ଼ିଛି। ସାମସଙ୍ଗ ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ବ୍ୟବସାୟ ମୁଖ୍ୟ ରାଜୀବ ଭୁଟାନୀଙ୍କ ମତରେ କ୍ୟୁଏଲ୍‌ଇଡି ଟିଭି ସହିତ ୫୫ ଇଞ୍ଚ ଓ ବଡ଼ ସ୍କ୍ରିନ୍‌ର ଟିଭି ଚାହିଦା ୫ଗୁଣା ବଢ଼ିଯାଇଛି। ସେହିପରି ପାନାସୋନିକ ଇଣ୍ଡିଆର ବ୍ୟବସାୟିକ ମୁଖ୍ୟ(ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ) ଶରତ ନାୟାର କହିନ୍ତନ୍ତି ଯେ, ପାର୍ବଣ ସିଜନ ପରେ ଖେଳ ସିଜନ କମ୍ପାନୀଙ୍କ ପାଇଁ ବଡ଼ ସୁଯୋଗ ଆଣିଦେଇଛି। ବିଶ୍ୱକପ କ୍ରିକେଟ କାରଣରୁ କମ୍ପାନୀର ବିକ୍ରି ୨୫% ବଢ଼ିବ ବୋଲି ଆଶାକରାଯାଉଛି। ଅନ୍ୟପକ୍ଷରେ ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ମୁଖପାତ୍ର କହିଛନ୍ତି ଯେ, ଥିନକ୍ୟୁ ଏଆଇ ସହିତ ସ୍ମାର୍ଟ ଟିଭି ଜରିଆରେ କମ୍ପାନୀ ୩୫% ବିକ୍ରି ବୃଦ୍ଧି ଆଶାକରୁଛି। ବିକ୍ରି ବେଶ୍‌ ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯାତ୍ରୀମାନଙ୍କ ପାଇଁ ଖୁସି ଖବର! ଟ୍ରେନ ଟିକେଟ୍‌ରେ ୭୫% ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୬: ଭାରତୀୟ ରେଳବାଇ (Indian Railways) ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri