Posted inଖେଳ

ବିଶ୍ୱକପ୍‌ ‘ସବୁଠୁ ଚ୍ୟାଲେଞ୍ଜିଂ’ ରହିବ: କୋହଲି

ମୁମ୍ବାଇ, ୨୨।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଚଳିତ ମାସ ଶେଷ ଭାଗରେ ଗ୍ରେଟ୍‌ ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି। ରାଉଣ୍ଡ ରବିନ ଫର୍ମାଟ୍‌ ଭିତ୍ତିକ ଏହି ଟୁର୍ନାମେଣ୍ଟରେ ଭାରତ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକୁ ଭେଟିବାର କାର୍ଯ୍ୟକ୍ରମ ରହିଥିବାରୁ ଆଗାମୀ ବିଶ୍ୱକପ୍‌ ‘ସବୁଠୁ ଚ୍ୟାଲେଞ୍ଜିଂ’ ରହିବ ବୋଲି ଅଧିନାୟକ ବିରାଟ କୋହଲି ମଙ୍ଗଳବାର ଏଠାରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ନିଜର ୩ୟ ବିଶ୍ୱକପ୍‌ ଖେଳିବାକୁ ଯାଉଥିବା କୋହଲି କହିଛନ୍ତି, ରାଉଣ୍ଡ ରବିନରେ ୪ଟି କଠିନ ମ୍ୟାଚ୍‌ ଖେଳିବାକୁ ଥିବାରୁ ତାଙ୍କ ପାଖରେ ଆରାମ କରିବାକୁ ସମୟ ନାହିଁ। ୧୯୯୨ ବିଶ୍ୱକପ୍‌ ପରେ ପ୍ରଥମଥର ଲାଗି ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ। ଏହାପରେ ସେମିଫାଇନାଲ ଲାଗି ଦଳ ଚୂଡ଼ାନ୍ତ ହେବ। ଦୁଇଥରର ପୂର୍ବ ବିଜେତା ଭାରତ ଜୁନ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି କ୍ରିକେଟ୍‌ର ଏହି ମହାକୁମ୍ଭରେ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଏହାପରେ ଅଷ୍ଟ୍ରେଲିଆ (ଜୁନ ୯), ନ୍ୟୁଜିଲାଣ୍ଡ (ଜୁନ୍‌ ୧୩) ଓ ପାକିସ୍ତାନ (ଜୁନ ୧୬)କୁ ପର୍ଯ୍ୟାୟକ୍ରମେ ଭେଟିବାର କାର୍ଯ୍ୟସୂଚୀ ରହିଛି।
ମତରେ, ଫର୍ମାଟ୍‌ ଓ ସବୁ ଦଳର ଦକ୍ଷତା ଦୃଷ୍ଟିରୁ ମୁଁ ଭାଗ ନେଇଥିବା ବିଶ୍ୱକପ୍‌ ମଧ୍ୟରୁ ସମ୍ଭବତଃ ଏହା ସବୁଠାରୁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ଯଦି ତୁମେ ୨୦୧୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଫଗାନିସ୍ତାନକୁ ନଜର ପକାଇବା ତେବେ ଏହା ସମ୍ପୂର୍ଣ୍ଣ ଭିନ୍ନ ଦଳ। କୌଣସି ଦଳ କାହାକୁ ବିପର୍ଯ୍ୟୟ ଘଟାଇବାର ଦକ୍ଷତା ରଖିଛନ୍ତି। ଏହାକୁ ଆମେ ନଜରରେ ରଖିଛୁ ଏବଂ ଆମର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରହିଛୁ। ସମସ୍ତଙ୍କ ବିପକ୍ଷରେ ଖେଳିବା ମୋ ମତରେ ସବୁ ଦଳ ପାଇଁ ଭଲ। ଏହାଦ୍ୱାରା ଅଲଗା ଅଲଗା ଚ୍ୟାଲେଞ୍ଜ ମିଳିବ ଏବଂ ପ୍ରତ୍ୟେକ ଦଳ ଶୀଘ୍ର ଖାପଖୁଆଇ ନେବେ’ ବୋଲି କୋହଲି ଏହି ଅବସରରେ ପ୍ରକାଶ କରିଛନ୍ତି। ନିଜର ପ୍ରଥମ ୪ଟି ମ୍ୟାଚ୍‌କୁ ନେଇ କୋହଲି କହିଛନ୍ତି, ଏହାଦ୍ୱାରା ଆମର ଲୟ ସ୍ଥିର ହେବ। ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ଏବଂ ପ୍ରଥମ ମ୍ୟାଚ୍‌ରୁ ହିଁ ଏହାକୁ ବଜାୟ ରଖିବାକୁ ହେବ। ବିଶ୍ୱକପ୍‌ ଏକ ବଡ଼ ଟୁର୍ନାମେଣ୍ଟ ହୋଇଥିବାରୁ ପଡ଼ିଆରେ ପାଦ ରଖୁ ରଖୁ ଚାପ ରହିବା ସ୍ବାଭାବିକ। ସେଥିଲାଗି ମ୍ୟାଚ୍‌ ଦିନ ଶତପ୍ରତିଶତ ପ୍ରସ୍ତୁତି ସହିତ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ। ଯଦି ଫୁଟ୍‌ବଲର ଶୀର୍ଷ କ୍ଲବ ଗୁଡ଼ିକୁ ନଜର ପକାଇବେ ପ୍ରିମିୟର ଲିଗ୍‌ ହେଉ କିମ୍ବା ଲା ଲିଗା ସେମାନେ ୩-୪ ମାସ ପର୍ଯ୍ୟନ୍ତ ସେମାନଙ୍କ ତୀବ୍ରତା ବଜାୟ ରଖିଥାନ୍ତି। ତେଣୁ ଆମେ କାହିଁକି ଏହିପରି କରିପାରିବା ନାହିଁ। ଆମକୁ ପୁରା ଟୁର୍ନାମେଣ୍ଟ ସାରା ଲୟ ଏବଂ ଆମର ସ୍ଥିରତା ବଜାୟ ରଖିବାକୁ ହେବ’ ବୋଲି କୋହଲି କହିଛନ୍ତି। ନିକଟରେ ସମାପ୍ତ ହୋଇଥିବା ଇଂଲଣ୍ଡ-ପାକିସ୍ତାନ ଦିନିକିଆ ସିରିଜର ପ୍ରତ୍ୟେକ ମ୍ୟାଚ୍‌ରେ ବଡ଼ ସ୍କୋର ଦେଖିବାକୁ ମିଳିଥିଲା। ଏହାକୁ ନେଇ ଭାରତୀୟ ଅଧିନାୟକ କହିଛନ୍ତି, ଦ୍ୱିପାକ୍ଷିକ ସିରିଜରେ ବଡ଼ ସ୍କୋରର ଆଶା ରହିଥାଏ କିନ୍ତୁ ବିଶ୍ୱକପ୍‌ ପରି ଟୁର୍ନାମେଣ୍ଟରେ ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଇଂଲଣ୍ଡ ପରିବେଶରେ ବୋଲିଂ କରିବା ଲାଗି ଭାରତୀୟ ବୋଲିଂ ବାହାନୀ ପ୍ରସ୍ତୁତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମମତାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଯୋଗ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ଅନୁଷ୍ଠିତ ଭର୍ଚୁଆଲ ଜାତୀୟ ଯୋଗାଶନ ପ୍ରତିଯୋଗିତାରେ କିଟ୍‌...

ଅଶ୍ୱିନଙ୍କ ଅପେକ୍ଷାରେ ବିରଳ ରେକର୍ଡ

ନୂଆଦିଲ୍ଲୀ, ୨୭।୫: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ଟେଷ୍ଟ ଚାମ୍ପିୟନ୍‌ଶିପ୍‌ (ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇପାରନ୍ତି। ଏହି...

ବିଦାୟ ଟୁର୍ନାମେଣ୍ଟରେ ନିଜ ପୋଷ୍ଟର ଦେଖି କାନ୍ଦିଲେ ଲିଆଣ୍ଡର ପେସ୍‌

ବେଙ୍ଗାଲୁରୁ,୧୭।୨: ବେଙ୍ଗାଲୁରୁ ଓପନ ଜରିଆରେ ଘରୋଇ ମାଟିରେ ନିଜର ଅନ୍ତିମ ଏଟିପି ଟୁର୍ନାମେଣ୍ଟ ଖେଳୁଥିବା ଭାରତର ମହାନ ଟେନିସ ଖେଳାଳି ଲିଆଣ୍ଡର୍‌ ପେସଙ୍କୁ ରବିବାର କେଏସଏଲଟିଏ...

ପତଳା ଯୋଗୁ ଜିମ୍‌ରେ ଉଠାଇପାରି ନ ଥିଲେ ଡମ୍ବଲ, ବାଧ୍ୟରେ କରିଥିଲେ ବୋଲିଂ; ଏବେ ପୂରଣ ହେଲା ଟେଷ୍ଟରେ ଡେବ୍ୟୁର ସ୍ବପ୍ନ

ଚେନ୍ନାଇ,୧୩।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଛନ୍ତି ବାମହାତୀ ସ୍ପିନ୍‌ ଅଲରାଉଣ୍ଡର ଅକ୍ଷର ପଟେଲ। ୨୭ ବର୍ଷୀୟ ଏହି କ୍ରିକେଟର ଏହାପୂର୍ବରୁ ୩୮ ଏକଦିବସୀୟ...

ସିନ୍ଧୁ, ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

ଜାକର୍ତ୍ତା,୧୭।୭- ଦେଶର ଷ୍ଟାର ଶଟଲର ପି. ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ସୁପର ୧୦୦୦...

ଲିଲିମା ଖେଳିଲେ ୧୫୦ତମ ମ୍ୟାଚ

ନୂଆଦିଲ୍ଲୀ, ୨୨।୮- ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ମହିଳା ହକିର ଜାପାନ ବିପକ୍ଷ ଫାଇନାଲ ଖେଳି ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି ଓଡ଼ିଶାର ଲିଲିମା...

ନିଃସର୍ତ୍ତ କ୍ଷମା ମାଗିଲେ କାର୍ତ୍ତିକ

ନୂଆଦିଲ୍ଳୀ,୮।୯(ପି.ଟି.)- ଭାରତୀୟ ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। କିଛି ଦିନ...

ରାଜ୍ୟ ଦଳରେ ଗଞ୍ଜାମର ୫ ପ୍ରତିଯୋଗୀ

ବ୍ରହ୍ମପୁର ଅଫିସ,୨୮।୩: ୩୨ତମ ଜାତୀୟସ୍ତରୀୟ ଟେନିସ ବଲ କ୍ରିକେଟ (ପୁରୁଷ ଓ ମହିଳା) ଚାମ୍ପିୟନଶିପ୍‌ ପ୍ରତିଯୋଗିତା ଆସନ୍ତା ୨୮ରୁ ୩୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାଗପୁରଠାରେ ଅନୁଷ୍ଠିତ ହେବ।...

Advertisement
Archives

Model This Week