Posted inଖେଳ

ବିଶ୍ୱକପ୍‌ ଫାଇନାଲ ଟାଇ ହେଲେ ଚାମ୍ପିୟନ ନିର୍ଣ୍ଣୟ ଲାଗି ଦଳୀୟ ପଏଣ୍ଟକୁ ହିସାବକୁ ନିଆଯାଉ: ଚାପେଲ

ନୂଆଦିଲ୍ଲୀ,୨୨।୭(ପି.ଟି.)- ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଯେଉଁଭଳି ବିଜେତା ନିର୍ଣ୍ଣୟ ହେଲା, ତାହାକୁ ନାପସନ୍ଦ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଇଆନ ଚାପେଲ। ସେ କହିଛନ୍ତି ଯେ, ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଟାଇ ହେଲେ ଅଙ୍କ ତାଲିକାରେ ଦୁଇ ଦଳର ସ୍ଥାନ ଦ୍ୱାରା ଚାମ୍ପିୟନ ନିର୍ଣ୍ଣୟ କରାଯାଉ। ଏହା ଉଚିତ ବାଟ ହେବ। ଯଦି ଦୁଇ ଦଳର ଅଙ୍କ ସମାନ ରହିଲା, ତେବେ ନେଟ୍‌ ରନ୍‌ରେଟ୍‌ କିମ୍ବା ଫାଇନାଲିଷ୍ଟ ମଧ୍ୟରୁ ଲିଗ୍‌ ପର୍ଯ୍ୟାୟରେ ଅଧିକ ମ୍ୟାଚ୍‌ ଜିତିଥିବା ଦଳକୁ ଚାମ୍ପିୟନ ଘୋଷିତ କରାଯିବା ଉଚିତ। ଯଦି ସୁପର ଓଭର ଚାମ୍ପିୟନ ଦେଇ ନ ପାରୁଛି, ତେବେ ପଏଣ୍ଟ ଟେବୁଲ ଦ୍ୱାରା ବିଜେତା ନିର୍ଣ୍ଣୟ କରିବା ସବୁଠୁ କମ୍‌ ବିବାଦୀୟ ପ୍ରକ୍ରିୟା। ଏହି ନିୟମ ଭିତ୍ତିରେ ମଧ୍ୟ ଇଂଲଣ୍ଡ ଚାମ୍ପିୟନ ହୋଇଥାନ୍ତା। କାରଣ ଲିଗ୍‌ ପର୍ଯ୍ୟାୟରେ ଇଂଲଣ୍ଡ ସହଜରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଥିଲା ବୋଲି ଚାପେଲ କ୍ରିକେଟ ସମ୍ପର୍କିତ ଖବର ପ୍ରସାର କରୁଥିବା ଓ୍ବେବ୍‌ସାଇଟ୍‌ ଇଏସ୍‌ପିଏନ୍‌ କ୍ରିକଇନ୍‌ଫୋ ଲାଗି ଏକ କଲମରେ ଲେଖିଛନ୍ତି। ଉଲ୍ଲେଖଥାଉ କି, ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ସୁପର ଓଭର ଟାଇ ହେବା ପରେ ଆୟୋଜକ ଇଂଲଣ୍ଡ ଅପେକ୍ଷାକୃତ ଅଧିକ ବାଉଣ୍ଡାରୀ ମାରିଥିବାରୁ ଚାମ୍ପିୟନ ଘୋଷିତ ହୋଇଥିଲା। ଏହାକୁ ଭାରତୀୟ ଓପ୍‌ନର ରୋହିତ ଶର୍ମାଙ୍କ ସମେତ ଗୌତମ ଗମ୍ଭୀର ଓ ଯୁବରାଜ ସିଂଙ୍କ ଭଳି ପୂର୍ବତନ ଖେଳାଳି ମଧ୍ୟ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇ ଇଣ୍ଡିଆନ୍ସରେ ପୁଅ ସାମିଲ ହେବା ପରେ ସଚିନଙ୍କ ଝିଅ କହିଲେ ଏମିତି

ନୂଆଦିଲ୍ଲୀ,୧୯।୨: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ କ୍ରିକେଟ କ୍ୟାରିୟର ଆହୁରି ମଜଭୁତ ହୋଇଛି। ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କୁ ନିଜ ଦଳରେ...

ପୁଣି ଜାମ୍ପାଙ୍କୁ ଉଇକେଟ ଦେଲେ କୋହଲି

ରାଜକୋଟ,୧୭।୧- ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତଥା ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ଅଷ୍ଟ୍ରେଲିଆନ ଲେଗ୍‌ ସ୍ପିନର ଆଡାମ ଜାମ୍ପାଙ୍କ ବଲରେ ଆଉଟ୍‌ ହୋଇଛନ୍ତି।...

ଭାରତୀୟ ହକି ଦଳର ଆଉଟଡୋର ଟ୍ରେନିଂ ଆରମ୍ଭ

ବେଙ୍ଗାଲୁରୁ, ୪।୬(ପି.ଟି.)-  କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସ୍ଥିତି ଯୋଗୁ ୨ ମାସର ବିରାମ ପରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ...

ପୁଣି ଶତକ କଲେ ମୟଙ୍କ

ପୁଣେ, ୧୦।୧୦: ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଏବେ ଫୁଲ ଫର୍ମରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ୱିଶତକ ଲଗାଇଥିବା ମୟଙ୍କ ଦ୍ୱିତୀୟ...

ରୋଲ୍‌ ବଲ୍‌ ଚାମ୍ପିୟନଶିପ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର,୨୮ା୧୨(ସ୍ପୋଟର୍‌ସ ବ୍ୟୁରୋ): ରାଜସ୍ଥାନର ଜୟପୁରରେ ହେବାକୁ ଥିବା ୧୫ ତମ ଜାତୀୟ ସବ୍‌ ଜୁନିୟର ରୋଲ୍‌ ବଲ୍‌ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଛନ୍ତି ଓଡ଼ିଶା ବାଳକ ଓ...

ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ: କ୍ୱାର୍ଟର ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୧୩।୨(କ୍ରୀଡ଼ା ପ୍ରତିନିଧି)- ବ୍ରାଜିଲର ସାଓ ପାଓଲୋଠାରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌। ଏହାର ପ୍ରଥମ ୨ଟି ସିଙ୍ଗଲ୍ସ ମ୍ୟାଚ ଜିତି ଓଡ଼ିଶାର...

ପାଣ୍ଡ୍ୟାଙ୍କ ମୁଣ୍ଡରେ ବାଜିଲା ବାଉନ୍ସର, ଡରିଗଲେ ସ୍ତ୍ରୀ

ମୁମ୍ବାଇ,୧୨।୪: ଆଇପିଏଲ୍‌ ୨୦୨୨ରେ ଏକ ମ୍ୟାଚ୍‌ରେ ଗୁଜରାଟ ଟାଇଟାନ୍ସ (ଜିଟି) ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌)କୁ ଭେଟିଥିଲା। ଏହି ମ୍ୟାଚ ସମୟରେ ଗୁଜରାଟ ଟାଇଟାନ୍ସ (ଜିଟି) ଅଧିନାୟକ...

ବିସିସିଆଇ ଏଜିଏମ୍‌: ଆଇପିଏଲ୍‌ ଦଳ ସଂଖ୍ୟା ବୃଦ୍ଧି, ଟ୍ୟାକ୍ସ ମାମଲା, କ୍ରିକେଟ କମିଟି ଗଠନ ନେଇ ଆଲୋଚନା ହେବ

ଅହମ୍ମଦାବାଦ,୨୪।୧୨(ପି.ଟି.): ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୮୯ ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)। ଏହି ହାଇପ୍ରୋଫାଇଲ ବୈଠକରେ ଇଣ୍ଡିଆନ...

Advertisement
Archives

Model This Week