Posted inଖେଳ

ବିଳାସପୂର୍ଣ୍ଣ ଫ୍ଲାଟ କିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଏହି କ୍ରିକେଟର, ଦାମ ଜାଣିଲେ…

ନୂଆଦିଲ୍ଲୀ,୫।୧୧: ଅଜିଙ୍କ୍ୟ ରାହାଣେଙ୍କ ପତ୍ନୀ ରାଧିକା ମୁମ୍ବାଇରେ ମୋଟ ୨୪.୭୫ କୋଟି ଟଙ୍କା ମୂଲ୍ୟର ଦୁଇଟି ଆଲିସାନ ଫ୍ଲାଟ କିଣିଛନ୍ତି। ଆନ୍ତର୍ଜାତୀୟ ଏବଂ ଲିଗ କ୍ରିକେଟରୁ ଅବସର ନେଇଥିବା ରାହାଣେ ଯିଏ ଗତ ଦୁଇଟି ସିଜିନରେ ଆଇପିଏଲ (IPL) ରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକତ୍ୱ କରିଥିଲେ ସେ ଏହି ସମ୍ପତ୍ତିଗୁଡ଼ିକର ମାଲିକ ହେବାକୁ ଯାଉଛନ୍ତି। ବର୍ତ୍ତମାନ ଏଗୁଡ଼ିକ ନିର୍ମାଣାଧୀନ ଅବସ୍ଥାରେ ରହିଛି ଏବଂ ରିପୋର୍ଟ ଅନୁଯାୟୀ, ୨୦୨୮ ସୁଦ୍ଧା ସେ ଏହାର ମାଲିକାନା (ପୋଜେସନ) ନେଇପାରନ୍ତି।
ଖବର ଅନୁଯାୟୀ, ଏହି କାରବାର ୨୦୨୬ ମସିହା ଅକ୍ଟୋବର ୨୯ରେ ହୋଇଥିଲା। ଅଜିଙ୍କ୍ୟ ରାହାଣେଙ୍କ ପତ୍ନୀଙ୍କ ନାମରେ କିଣାଯାଇଥିବା ଏହି ଦୁଇଟି ଫ୍ଲାଟ ‘ଓସିଆନା’ (Oceana) ନାମକ ଏକ କୋଠାରେ ଅବସ୍ଥିତ, ଯାହା ଦାଦର ୱେଷ୍ଟର କେଲୁସ୍କର ରୋଡ ସାଉଥରେ ନିର୍ମାଣ କରାଯାଉଛି। ଏହି କୋଠାଟି ‘କୋହିନୂର ପ୍ଲାନେଟ କନଷ୍ଟ୍ରକ୍ସନ୍ସ ପ୍ରାଇଭେଟ ଲିମିଟେଡ’ (Kohinoor Planet Constructions Private Limited) ଦ୍ୱାରା ନିର୍ମାଣ କରାଯାଉଛି। ଉଭୟ ଆପାର୍ଟମେଣ୍ଟର ମିଳିତ କ୍ଷେତ୍ରଫଳ ୩,୩୯୧.୭୫ ବର୍ଗ ଫୁଟ ଅଟେ ଏବଂ ଏହି କ୍ରୟ ମଧ୍ୟରେ ଛଅଟି କାର୍‌ ପାର୍କିଂ ସ୍ଥାନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ଗୋଟିଏ ଫ୍ଲାଟର କ୍ଷେତ୍ରଫଳ ୧,୯୧୩.୪୧ ବର୍ଗ ଫୁଟ ଏବଂ ଏହାର ମୂଲ୍ୟ ପ୍ରାୟ ୧୪ କୋଟି ଟଙ୍କା ଅଟେ। ଦ୍ୱିତୀୟ ଫ୍ଲାଟଟି ୧,୪୭୮.୩୪ ବର୍ଗ ଫୁଟ ବିଶିଷ୍ଟ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧୩.୯୭ କୋଟି ଟଙ୍କା ରହିଛି। ଏହି ଦୁଇଟି କାରବାର ପାଇଁ ପ୍ରାୟ ୧.୨୩ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି (stamp duty) ପ୍ରଦାନ କରାଯାଇଛି।
ରାହାନେଙ୍କ ପତ୍ନୀ ରାଧିକା ଜଣେ ଇଣ୍ଟେରିୟର ଡିଜାଇନର୍‌ ଅଟନ୍ତି; ତେବେ ସେ ବର୍ତ୍ତମାନ ନିଜ ବୃତ୍ତିରେ ସକ୍ରିୟ ଅଛନ୍ତି କି ନାହିଁ, ତାହା ଜଣାପଡ଼ିନାହିଁ। ରାହାନେ ଏବଂ ରାଧିକା ପିଲାଦିନର ବନ୍ଧୁ ଥିଲେ ଏବଂ ୨୦୧୪ ମସିହା ସେପ୍ଟେମ୍ବର ୨୬ରେ ବିବାହ କରିଥିଲେ। ରାହାନେଙ୍କ କ୍ରିକେଟ କ୍ୟାରିୟର ଅତ୍ୟନ୍ତ ସଫଳ ରହିଛି ଏବଂ ସେ କ୍ରିକେଟର ତିନୋଟିଯାକ ଫର୍ମାଟରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗିଡ଼ିପାବାଲି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଲା, ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ…

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୮ ତାରିଖରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ…

IND vs NZ: ଦ୍ୱିତୀୟ ଦିନିକିଆରେ ମାତ୍ର ଗୋଟିଏ ରନ ସଂଗ୍ରହ କରି ବଡ଼ ରେକର୍ଡ ଭାଙ୍ଗିବେ ବିରାଟ କୋହଲି…

ନୂଆଦିଲ୍ଲୀ,୫।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଖରେ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ମାତ୍ର ଗୋଟିଏ…

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

୪ ଉଇକେଟ୍‌, ୮ ମେଡେନ୍‌ ଓଭର: ପୁଣି ଚମକିଲେ ମହମ୍ମଦ ଶାମି

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ପୁଣିଥରେ ନିଜ ବୋଲିଂର ଯାଦୁ ଦେଖାଇଛନ୍ତି। ୨୦୨୬-୨୭ ରଣଜୀ ଟ୍ରଫିରେ ବଙ୍ଗଳା ପକ୍ଷରୁ ଖେଳୁଥିବା ଶାମି…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ICC ରାଙ୍କିଂରେ ଭାରତର ଦବଦବା, ବଢ଼ିଲା ରେଟିଂ ପଏଣ୍ଟ

ଅକଲାଣ୍ଡ,୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି । ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯାଇଥିବା…

ଭଞ୍ଜନଗରରେ ଚାଞ୍ଚଲ୍ୟ: ଗୁଣି ସନ୍ଦେହରେ ତ୍ରିନାଥଙ୍କୁ ପଥର ଛେଚି ହତ୍ୟା

ଭଞ୍ଜନଗର, ୫।୧୧ (ବାବୁଲା ପ୍ରଧାନ): ଆଧୁନିକ ସମାଜରେ ବିଜ୍ଞାନ ଓ ଶିକ୍ଷାର ପ୍ରସାର ସତ୍ତ୍ୱେ ଗ୍ରାମାଞ୍ଚଳରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ…

ଅନାଥ ଝାନ୍‌ସୀଙ୍କୁ ପୋଷ୍ୟକନ୍ୟା ଭାବେ ଘୋଷଣା କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, ଭୂସ୍ଖଳନରେ ମା’-ବାପାଙ୍କୁ ହରାଇ…

ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ଅଚ୍ୟୁତ ପ୍ରଧାନ, ସ୍ତ୍ରୀ ମାନସୀ ଓ…

ଦେଶବ୍ୟାପୀ ୨୦୦ରୁ ଅଧିକ ଯୁବ କଂଗ୍ରେସ ନେତା ନିଲମ୍ବିତ, କାହିଁକି ନିଆଯାଇଛି ଏମିତି କାର୍ଯ୍ୟାନୁଷ୍ଠାନ ଜାଣନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତୀୟ ଯୁବ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ୨୦୦ରୁ ଅଧିକ ସଦସ୍ୟଙ୍କୁ ନିଲମ୍ବିତ କରିଛି। ଦେଶର ରାଜଧାନୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?