ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ସକାଳ ୧୦ଟା ଏବଂ ଫେରିବା ସମୟ ଅପରାହ୍ନ ୫ଟା ୩୦ ମିନିଟ ଧାର୍ଯ୍ୟ କରିଛନ୍ତି। ଏହି ସମୟ ପରେ ଆସୁଥିବା ଏବଂ ପୂର୍ବରୁ ଯାଉଥିବା କାର୍ମଚାରୀମାନଙ୍କୁ ଅନୁପସ୍ଥିତ ବୋଲି ଧରି ନିଆଯିବ। ଦିନକୁ କାର୍ଯ୍ୟାଳୟରେ କର୍ମଚାରୀମାନେ ଅତି କମରେ ସାଢ଼େ ୭ ଘଣ୍ଟା ରହିବାକୁ ବାଧ୍ୟ। ସାଧାରଣ ପ୍ରଶାସନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ ସମସ୍ତ କର୍ମଚାରୀଙ୍କ ପାଇଁ ଗୋଟିଏ ନିୟମ କରାଯାଇଛି। ମାତ୍ର କେତେକ କର୍ମଚାରୀ ଏହି ନିର୍ଦ୍ଦେଶନାମାକୁ ବେଖାତିର କରି ମନଇଚ୍ଛା କାର୍ଯ୍ୟାଳୟକୁ ଆସୁଥିବା ଜଣାପଡିଛି। ବିଳମ୍ବରେ ଆସୁଥିବା କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଜିଷ୍ଟ୍ରାର କୋ ଅପରେଟିଭ ସୋସାଇଟି ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ରେଜିଷ୍ଟ୍ରାର ବିଭୂତିଭୂଷଣ ପଟ୍ଟନାୟକ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେତେକ କର୍ମଚାରୀ ନିୟମିତ ଭାବେ ବିଳମ୍ବରେ ଆସୁଛନ୍ତି। ଯେଉଁମାନେ ବିଳମ୍ବରେ ଆସୁଛନ୍ତି ସେମାନଙ୍କୁ ଅନୁପସ୍ଥିତ ଭାବେ ଧରି ନିଆଯିବ। ଏଥିସହିତ ଯେଉଁମାନେ ବିନାନୁମତିରେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀଙ୍କ ଉପସ୍ଥାନ ରେଜିଷ୍ଟରକୁ ପ୍ରତ୍ୟେକ ଦିନ ୧୦ଟା ୩୦ ସୁଦ୍ଧା ରେଜିଷ୍ଟ୍ରାରଙ୍କ ନିକଟରେ ଯାଞ୍ଚ କରିବା ପାଇଁ ରଖିବାକୁ ପ୍ରତ୍ୟେକ ବିଭାଗର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗତ ସଚିବସ୍ତରୀୟ ବୈଠକରେ ମଧ୍ୟ ସଚିବମାନଙ୍କୁ କର୍ମଚାରୀଙ୍କ ଉପସ୍ଥାନକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ କର୍ମଚାରୀମାନେ ଏହି ନିର୍ଦ୍ଦେଶନାମାକୁ ମାନୁନାହାନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ସେତୁ ଭୁଶୁଡିବା ଘଟଣା: ଯନ୍ତ୍ରୀ, ଠିକାଦାରଙ୍କ ନାମରେ ମାମଲା

ନବରଙ୍ଗପୁର/ଉମରକୋଟ,୧୧ା୧: ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଡକୁମାରୀ ପଞ୍ଚାୟତ ଅଧୀନ ତାଲାପଦର ନାଗୀନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି।...

୧ ନଂ ହାଟ ସିଲ କଲା ବିଏମ୍‌ସି

ଭୁବନେଶ୍ୱର, ୧୨ା୬(ବ୍ୟୁରୋ)-ରଜ ପାଇଁ ରାଜଧାନୀର ବିଭିନ୍ନ ଡ୍ରେସ୍‌ ଓ ଶାଢ଼ି ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଗୁରୁବାର ଭଳି ଶୁକ୍ରବାର ମଧ୍ୟ ୟୁନିଟ୍‌-୨ ମାର୍କେଟ...

ମହାନଦୀ ବାର୍ଫି ପ୍ରକଳ୍ପରେ ଏନ୍‌ଜିଟି ରୋକ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ମହାନଦୀ ବେଳାଭୂମିରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ବାଲିଯାତ୍ରା ନଦୀ ସମ୍ମୁଖ ବିକାଶ(ବାର୍ଫି) ପ୍ରକଳ୍ପକୁ ଲାଗିଛି ବଡ଼ ଝଟ୍‌କା। ମହାନଦୀ କୂଳରେ କୌଣସି ପ୍ରକାର ସ୍ଥାୟୀ...

ଡକାୟତି ଯୋଜନା ପଣ୍ଡ : ରିଭଲଭର ଜବତ, ୩ ଗିରଫ

ଚୌଦ୍ୱାର, ୨୩ା୬(ଡି.ଏନ୍‌.ଏ.) : ଚୌଦ୍ୱାର ପୋଲିସ ୩ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ଦେଶୀ ରିଭଲଭର ଓ ହୋଣ୍ଡା...

ସମ୍ବଲପୁର ହାଜତ ମୃତ୍ୟୁ ମାମଲା : ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ପରେ କ୍ଷତିପୂରଣ ଦେଉନି ପୋଲିସ

ଭୁବନେଶ୍ୱର,  ୨୮।୬(ବ୍ୟୁରୋ) : ୨୦୧୭ ଜୁନ୍‌ ୬ରେ ସମ୍ବଲପୁର ପୋଲିସ ମାଡ଼ରେ ପଶ୍ଚିମବଙ୍ଗ ପୁରୁଲିଆ ଜିଲା ଟୁକୁରିମନ୍ଦିର ଗ୍ରାମର ଅଭୟ ସିଂଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ...

ହାତୀ କବରସ୍ଥଳ ଆଠଗଡ଼ ବନଖଣ୍ଡ

ଭୁବନେଶ୍ୱର, ୨୮ା୬(ବ୍ୟୁରୋ):ଆଠଗଡ଼ ବନଖଣ୍ଡ ଏବେ ହାତୀଙ୍କ କବରସ୍ଥଳ ପାଲଟିଛି। ତଦନ୍ତ ଯେତେ ଆଗଉଛି ଗୋଟିଏ ପରେ ଗୋଟିଏ ହାତୀ କଙ୍କାଳ ମାଟି ତଳୁ ମିଳୁଛି। ଇତିମଧ୍ୟରେ...

୫୦ ଦିନ ଗଲାନି ୫୦ ଲକ୍ଷର ଅମୃତ ପାର୍କ

ଭଦ୍ରକ ଅଫିସ, ୧୦।୬- ଭଦ୍ରକ ପୌରପାଳିକାର ୨ ନମ୍ବର ୱାର୍ଡ ଅନ୍ତର୍ଗତ ରହଣିଆଠାରେ ପ୍ରତିଷ୍ଠା କରାଯାଇଥିବା ଅମୃତ ପାର୍କକୁ ବର୍ଷେ ନ ପୂରୁଣୁ ସୌନ୍ଦର୍ଯ୍ୟ ହରାଇ...

ଇସ୍କନ ରଥଯାତ୍ରା : ଲକ୍ଷାଧିକ ଭକ୍ତଙ୍କ ଗହଣରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ରଥ

ଭୁବନେଶ୍ୱର,୫।୭(ବ୍ୟୁରୋ): ଭୁବନେଶ୍ୱରର ପ୍ରସିଦ୍ଧ ଇସ୍କନ ମନ୍ଦିର ରଥଯାତ୍ରା ଏଥର ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ...

Advertisement
Archives

Model This Week