ବିଲ୍‌ଡରଙ୍କ କାମ କରୁଛନ୍ତି ଆର୍‌ଆଇ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ରାଜ୍ୟରେ ଅମିନ ଓ ଆର୍‌ଆଇ ମରୁଡ଼ି ପଡ଼ିଛି। ଆର୍‌ଆଇ ସର୍କଲରେ ଅମିନ ନାହାନ୍ତି। ଜମିବାଡ଼ି ମପାଚୁପା କାର୍ଯ୍ୟ ହୋଇପାରୁ ନାହିଁ। ଭୁବନେଶ୍ୱରରେ ଆର୍‌ଆଇ ଏବଂ ଅମିନ ବଡ଼ ବଡ଼ ବିଲ୍‌ଡରଙ୍କ ପାଇଁ କାମ କରୁଛନ୍ତି। ସହର ତଳି ଗ୍ରାମାଞ୍ଚଳ ବାତ୍ୟା ଫନୀରେ ଧ୍ୱଂସ ହୋଇଯାଇଛି। ଆଜିଯାଏ ଘରଭଙ୍ଗା ସର୍ଭେ କରାଯାଇ ପାରୁନାହିଁ। ଆର୍‌ଆଇ ନ ଥିବାରୁ ସର୍ଭେ କାମ ହୋଇପାରୁନି। ସରକାରଙ୍କ ପାଖରେ ରିପୋର୍ଟ ପହଞ୍ଚି ପାରୁନାହିଁ। ସେମାନେ ଘରଭଙ୍ଗା ଟଙ୍କା ପାଇପାରୁ ନାହାନ୍ତି।
ବିଭିନ୍ନ ଜିଲାରେ ଆର୍‌ଆଇ ସର୍କଲର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଲୋକମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟରେ ଆର୍‌ଆଇ ଏବଂ ଅମିନ ପଦବୀ ଖାଲିପଡ଼ିଥିବା ନେଇ ବିଧାନସଭାରେ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଖାଲି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ସଦସ୍ୟମାନେ ଦାବି କରିଛନ୍ତି।
ଗୁରୁବାର ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ ପଚାରିଥିବା ୩୧ ନମ୍ବର ପ୍ରଶ୍ନରୁ ଆରମ୍ଭ ହୋଇଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ରାଜସ୍ବ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ଏକ ଆର୍‌ଆଇ ସର୍କଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନ ହେବାର କାରଣ କ’ଣ। ଭଦ୍ରକ ଜିଲାରେ ୭ଟି ତହସିଲରେ କେତୋଟି ଆର୍‌ଆଇ ଓ ଅମିନ ପଦବୀ ଖାଲିପଡ଼ିଛି, ତାହା କେବେ ସୁଦ୍ଧା ପୂରଣ ହେବ ବୋଲି ସେ ମୂଳ ପ୍ରଶ୍ନରେ ପଚାରିଥିଲେ। ରାଜସ୍ବମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହାର ଜବାବରେ କହିଥିଲେ ଯେ, ପ୍ରତ୍ୟେକ ପଞ୍ଚାୟତକୁ ଆର୍‌ଆଇ ସର୍କଲ କରିବା ପାଇଁ କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ଜନସଂଖ୍ୟା, ଭୌଗୋଳିକ ଅବସ୍ଥିତି ଏବଂ କାର୍ଯ୍ୟର ଗୁରୁତ୍ୱକୁ ବିଚାରକୁ ନେଇ ଆବଶ୍ୟକ ସ୍ଥଳେ ଆର୍‌ଆଇ ସର୍କଲ ଗଠନ କରାଯାଉଛି। ଭଦ୍ରକ ଜିଲାର ୭ଟି ତହସିଲରେ ୮୨ଟି ଆର୍‌ଆଇ ପଦବୀ ମଧ୍ୟରୁ ୩୧ଟି ପଦବୀ ଖାଲି ରହିଛି। ମୋଟ ୫୧ ଅମିନ ପଦବୀରୁ ୨୫ଟି ଖାଲିପଡ଼ିଛି। ଏହା ଶୀଘ୍ର ପୂରଣ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ଜିଲାରେ ଆର୍‌ଆଇ ପଦବୀ ଖାଲିପଡ଼ିଥିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ଏହି ଜିଲାରେ ଆର୍‌ଆଇ ଏବଂ ଅମିନ ପଦବୀ ପୂରଣ ନେଇ ଦୁର୍ନୀତି ହୋଇଥିଲା। ଏହି କଥା ଜଣାପଡିବା ପରେ ନିଯୁକ୍ତିକୁ ସରକାର ରଦ୍ଦ କରିଛନ୍ତି। ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ସୁପ୍ରିମ କୋର୍ଟରେ କେସ କରିଥିଲେ। ସେଠାରେ ସେମାନେ ହାରିଛନ୍ତି। ଖାଲି ପଦବୀଗୁଡ଼ିକ କେବେସୁଦ୍ଧା ପୂରଣ ହେବ, ଜିଲାରେ କେତେ ପଦବୀ ଖାଲି ଅଛି ସେ ସମ୍ପର୍କରେ ମନ୍ତ୍ରୀ ଗୃହରେ ସୂଚନା ଦିଅନ୍ତୁ ବୋଲି ନରସିଂହ କହିଥିଲେ। ନୂତନ ନିଯୁକ୍ତି ହେବା ଯାଏ ଅବସରପ୍ରାପ୍ତ ଅମିନଙ୍କୁ କାମରେ ନିୟୋଜିତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ, ବଲାଙ୍ଗୀର ଜିଲାରେ ମୋଟ ମଞ୍ଜୁରୀ ପଦବୀ ୯୪। ସେଥିରୁ ୭୫ଟି ଖାଲି ରହିଛି। ଏହି ଜିଲାରେ ୮୬ଟି ଆର୍‌ଆଇ ପଦବୀ ଥିବାବେଳେ ଖାଲି ରହିଛି ୮୧। ନିର୍ବାଚନ ଯୋଗୁ ନୂତନ ନିଯୁକ୍ତି ହୋଇପାରି ନାହିଁ। ଷ୍ଟାଫ୍‌ ସିଲେକ୍ସନ୍‌ କମିଶନଙ୍କ ଜରିଆରେ ଖୁବ୍‌ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି। ବିଜେଡି ସଭ୍ୟ ନୃସିଂହ ସାହୁ, ଅମର ଶତପଥୀ, ସୁବ୍ରତ ତରାଇ, ଭାଜପା ସଭ୍ୟ କେ. ନାରାୟଣ ରାଓଙ୍କ ଅତିରିକ୍ତ ପ୍ରଶ୍ନରେ ଆର୍‌ଆଇ ଓ ଅମିନ ପଦବୀ କେବେ ସୁଦ୍ଧା ପୂରଣ କରାଯିବ।ସେହିପରି ଢେଙ୍କାନାଳ, ଯାଜପୁର ଓ ସୁନ୍ଦରଗଡ଼ ଜିଲାରେ କେତୋଟି ଆର୍‌ଆଇ ଓ ଅମିନ ପଦବୀ ଖାଲି ରହିଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ଭୁବନେଶ୍ୱର ଉପକଣ୍ଠ ଗ୍ରାମାଞ୍ଚଳରେ ଲୋକମାନେ ଆର୍‌ଆଇ ସେବା ପାଉ ନ ଥିବା ନେଇ ପ୍ରଶ୍ନକାଳରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଭୁବନେଶ୍ୱର ଜମି ରେଟ୍‌ ବଢ଼ିଛି। ଗ୍ରାମାଞ୍ଚଳ ଲୋକଙ୍କ କଥା ଆର୍‌ଆଇ ଶୁଣୁନାହାନ୍ତି। ବଡ଼ ବଡ଼ ବିଲ୍‌ଡରଙ୍କ ପାଖରେ କାମ କରୁଛନ୍ତି। ଆର୍‌ଆଇ ସର୍ଭେ ହୋଇପାରୁ ନ ଥିବାରୁ ଫନୀ କ୍ଷୟକ୍ଷତି ରିପୋର୍ଟ ସରକାରଙ୍କୁ ମିଳିପାରୁ ନାହିଁ। ତୁରନ୍ତ ଆରଆଇ ଏବଂ ଅମିନ ପଦବୀ ପୂରଣ କରି ସେବା ଯୋଗାଇ ଦିଆଯାଉ। ଉତ୍ତରରେ ମନ୍ତ୍ରୀ ମାର୍ଣ୍ଡି କହିଥିଲେ ଯେ, ଓଡ଼ିଶାରେ ୨୪୫୩ ମଞ୍ଜୁରୀପ୍ରାପ୍ତ ଆର୍‌ଆଇ ପଦବୀ ରହିଛି। ସେଥିରୁ ୫୦୩ ଖାଲିପଡ଼ିଛି। ଢେଙ୍କାନାଳ ଜିଲାରେ ୫୫ଟି ପଦବୀରୁ ୧୦ଟି ଖାଲି ପଡ଼ିଥିବା ବେଳେ ଯାଜପୁର ଜିଲାରେ ୮୬ଟି ପଦବୀରୁ ୧୧ଟି ଖାଲି ପଡ଼ିଛି। ସୁନ୍ଦରଗଡ଼ ଜିଲାରେ ୧୧୬ଟି ପଦବୀରୁ ୧୭ଟି ଖାଲି ରହିଥିବା ବେଳେ କେବଳ ଅମିନ ପଦବୀ ୧୧୩ରୁ ୧୬ଟି ଖାଲି ରହିଛି। ପର୍ଯ୍ୟାୟକ୍ରମେ ସେଗୁଡ଼ିକ ପୂରଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ

ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...

ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌, ତା’ ପରେ ଆଉ କେବେ ଜାଣନ୍ତୁ…

ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍‌ ଶନିବାର ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

EVM: କର୍ନାଟକରେ ନିର୍ବାଚନ ଆୟୋଗଙ୍କ ସର୍ଭେରେ ପାସ୍‌ କଲା ଇଭିଏମ୍‌, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତୃତ୍ୱାଧୀନ କର୍ନାଟକ ସରକାର ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ସର୍ଭେରେ ଇଭିଏମ ଉପରେ ଜନସାଧାରଣଙ୍କ ଦୃଢ଼ ଆସ୍ଥା ପାଇଛନ୍ତି। ଏହି...

କଳିଯୁଗର ପୁଅ: ନିଜ ବାପାଙ୍କୁ ହତ୍ୟା କରିବାକୁ ଦେଇଥିଲେ ୫ ଲକ୍ଷ ଟଙ୍କା ସୁପାରି, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା (IAF) ଅଧିକାରୀଙ୍କ ଗୁଳିମାଡ଼ ଘଟଣାରେ ଗାଜିଆବାଦ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସ ଦାବି କରିଛି ଯେ...

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…

ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri