ବିରୋଧୀ ଗୃହର ମଧ୍ୟ ଭାଗକୁ ଆସିଲେ ଗଣମାଧ୍ୟମ ଦେଖାଇ ପାରିବ ନାହିଁ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ବିଧାନସଭା ଗୃହର ମଧ୍ୟଭାଗକୁ ବିରୋଧୀ ଆସିଲେ ଗଣମାଧ୍ୟମ ଦେଖାଇ ପାରିବ ନାହିଁ । ଶୁକ୍ରବାର ଏମିତି ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ବିଧାନସଭା ଅଫିସର ଗ୍ୟାଲେରି ଖାଲି ପଡିଥିବା ନେଇ କଂଗ୍ରେସ ସଭ୍ୟ ବିରୋଧ କରିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଶନିବାର ୧୦ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ବାଚସ୍ପତିମାନଙ୍କର ଏକ ସମ୍ମିଳନୀ ହୋଇଥିଲା। ଗୃହ ପରିଚାଳନା ନେଇ ସେଠାରେ କିଛି ନିଷ୍ପତ୍ତି ନିଆଯାଇଥିଲା। ସେହି ଆଧାରରେ ଏହି ରୁଲିଂ ଦିଆଯାଇଥିବା ବାଚସ୍ପତି କହିଛନ୍ତି। ଏହି ରୁଲିଂକୁ ବାଚସ୍ପତି ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛନ୍ତି। ଗୃହ ବାହାରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ସରକାରୀ ମୁଖ୍ୟ ସଚେତକ ନିଜର ବକ୍ତବ୍ୟ ରଖୁଥିଲେ। ଏହି ଆଲୋଚନା କେବଳ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଉପରେ ସୀମିତ ନ ରହି ବିଭିନ୍ନ ରାଜନୈତିକ ପ୍ରସଙ୍ଗ ମଧ୍ୟ ଉତ୍‌ଥାପନ ହୋଇଥାଏ। ମୁଖ୍ୟ ସଚେତକ ନିଜର ବକ୍ତବ୍ୟ ରଖୁଥିବା ବେଳେ ଅଫିସର ଗ୍ୟାଲେରି ଖାଲିପଡିଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ନ ଥିଲେ। ଏ ଆଲୋଚନା ଏକ ପ୍ରକାର ମୂଲ୍ୟହୀନ ହୋଇଥିଲା। ବିଧାନସଭାର ୪ କାନ୍ଥକୁ ଭାଷଣ ଦେବା ଯାହା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବା ତାହା। କଂଗ୍ରେସ ମୁଖ୍ୟ ସଚେତକ ପଏଣ୍ଟ ଅଫ ଅର୍ଡର ଜରିଆରେ ବାଚସ୍ପତି ଏ ନେଇ ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ। ବାଚସ୍ପତି ଏଥିପ୍ରତି ଧ୍ୟାନ ନ ଦେଇ ଅନ୍ୟ ବିଷୟକୁ ଯାଉଥିବାରୁ କଂଗ୍ରେସ ଦଳ ପ୍ରତିବାଦ କରିଥିଲା । ଭାଜପା ସଭ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଦୁଃଖର କଥା ଯେ, ଦଳ କରୁଥିବା ପ୍ରତିବାଦ ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚତ୍ ପାରିବ ନାହିଁ। ଏଭଳି ନିଷ୍ପତ୍ତି ଇଂରେଜ ଅମଳରେ ମଧ୍ୟ ହେଉଥିବା ଦୃଷ୍ଟାନ୍ତ ନାହିଁ। ଗଣମାଧ୍ୟମ କଣ୍ଠରୋଧ କରିବା ସମ୍ବିଧାନ ଓ ପରମ୍ପରା ବିରୋଧୀ ବୋଲି ନରସିଂହ କହିଛନ୍ତି। ବିରୋଧୀ ଦଳର ଅଧିକାର ସରକାରଙ୍କୁ ପ୍ରଶ୍ନ କରିବ। ଯଦି ସରକାର ଏହାର ଉତ୍ତର ଦେବେ ନାହିଁ ତେବେ ବିରୋଧୀ ଦଳ ବାଧ୍ୟ ହୋଇ ଏହାର ପ୍ରତିବାଦ କରିବ। ମୁଖ୍ୟମନ୍ତ୍ରୀ ଆଲୋଚନା ସମୟରେ ଉତ୍ତର ଦିଅନ୍ତି ନାହିଁ। ଲିଖିତ ବକ୍ତବ୍ୟ ପଢି ଶୁଣାଇ ଦିଅନ୍ତି। ଲିଖିତ ଉତ୍ତର ପଢି ଶୁଣାଇ ପାରିବେ ନାହିଁ। ବାଚସ୍ପତିଙ୍କ ଅନୁମତି ନେଇ ଏକ ସ୍ବତନ୍ତ୍ର ପରିସ୍ଥିତିରେ ଲିଖିତ ଉତ୍ତର ପଢି ପାରିବେ। ଗୃହ ବାହାରେ କୁହାଯାଉଛି ବିରୋଧୀଙ୍କର ସବୁ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ। ଗୃହ ଭିତରେ ତାହା ପ୍ରତିଫଳିତ ହେଉ ନାହିଁ। ମନଇଚ୍ଛା ଗୃହକୁ ଚଳାଇବାକୁ ବିରୋଧୀ ଦଳ ବରଦାସ୍ତ କରିବ ନାହିଁ ବୋଲି ନରସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri