Posted inଖେଳ

ବିବିସି ପୁରସ୍କାର ଦୌଡ଼ରେ ଦୂତୀ

ନୂଆଦିଲ୍ଲୀ, ୪।୨-
ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ବିବିସିର ସର୍ବପ୍ରଥମ ଭାରତୀୟ ‘ସ୍ପୋଟର୍‌ସ ଓମ୍ୟାନ୍‌ ଅଫ୍‌ ଦି ଇୟର’ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ତାଙ୍କ ବ୍ୟତୀତ ତାରକା ରେସ୍‌ଲର ଭିନେଶ ଫୋଗତ, ବ୍ୟାଡ୍‌ମିଣ୍ଟନ କୁଇନ୍‌ ପି.ଭି. ସିନ୍ଧୁ, ବକ୍ସିଂ ଲିଜେଣ୍ଡ ଏମ୍‌ସି ମେରୀକମ୍‌, ପାରାବ୍ୟାଡ୍‌ମିଣ୍ଟନ ଖେଳାଳି ମାନସୀ ଯୋଷୀ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ମାର୍ଚ୍ଚ ୮ ତାରିଖରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ। ପବ୍ଲିକ ଭୋଟିଂରେ ବିଜେତା ନିର୍ଣ୍ଣିତ ହେବେ। ବିବିସିର ୬ଟି ଭାଷାର ଓ୍ବେବସାଇଟ୍‌ରେ ଏହା ଫେବୃୟାରୀ ୧୮ ପର୍ଯ୍ୟନ୍ତ ଓପନ ରହିବ। ଦୂତୀ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସର ଉଭୟ ୧୦୦ ଓ ୨୦୦ ମିଟର ରେସ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ସେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଥିଲେ।
ଭିନେଶ ୨୦୧୯ରେ ନୁର ସୁଲତାନରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ପାଇବା ସହ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲେ। ସିନ୍ଧୁ ଭାରତର ପ୍ରଥମ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳିଭାବେ ଗତବର୍ଷ ବିଶ୍ୱ ଚାମ୍ପିୟନ ହୋଇଥିଲେ। ସେହିପରି ମାନସୀ ପାରା ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ବିଶ୍ୱ ଚାମ୍ପିୟନର ରେକର୍ଡ ବହନ କରୁଥିବାବେଳେ ମେରୀକମ୍‌ ୬ ସ୍ବର୍ଣ୍ଣ ସହ ୮ ବିଶ୍ୱ ଚାମ୍ପିୟନଶିପ୍‌ ପଦକ ହାସଲ କରିଛନ୍ତି। ୪୦ ଜଣ ପ୍ରମୁଖ ସ୍ପୋଟର୍‌ସ ଜର୍ନାଲିଷ୍ଟଙ୍କୁ ନେଇ ଗଠିତ ପ୍ୟାନେଲ ଏହି ପୁରସ୍କାର ପାଇଁ ଖେଳାଳି ତାଲିକା ପ୍ରସ୍ତୁତ କରିଛନ୍ତି। ”ଆମେ ପ୍ୟାନେଲ ସଦସ୍ୟଙ୍କୁ ପ୍ରାର୍ଥୀ ବାଛିବା ପାଇଁ କହିଥିଲୁ। ସେମାନଙ୍କ ଭୋଟିଂ ଅନୁସାରେ ସର୍ବାଧିକ ଭୋଟ ପାଇଥିବା ଏହି ୫ ଆଥଲେଟ୍‌ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି“ ବୋଲି ବିବିସି ଭାରତୀୟ ଭାଷାର ମୁଖ୍ୟ ରୂପା ଝା ପ୍ରକାଶ କରିଛନ୍ତି। ଏକ ସମୟରେ ଆଥଲେଟଙ୍କ ଖେଳ ଜୀବନ, ସାମାଜିକ କାର୍ଯ୍ୟ ଏବଂ କ୍ରୀଡ଼ା ବ୍ୟତୀତ ଜୀବନଶୈଳୀକୁ ତର୍ଜମା କରାଯିବ ବୋଲି ସେ କହିଛନ୍ତି। ଦୁଇଥର ଓ୍ବାଲର୍‌ଡ କ୍ୟାଡେଟ ଚାମ୍ପିୟନ ଉଦୀୟମାନ ରେସଲର ସୋନମ ମଲିକଙ୍କ ଦ୍ୱାରା ଭୋଟିଂ ଓପନ ହୋଇଛି। ରିଓ ଅଲିମ୍ପିକ୍‌ ବ୍ରୋଞ୍ଜ ମେଡାଲିଷ୍ଟ ସାକ୍ଷୀ ମଲିକଙ୍କୁ ନିକଟରେ ହରାଇ ସୋନମ ଏସିଆନ ଚାମ୍ପିୟନଶିପ୍‌ ପାଇଁ ଭାରତୀୟ ସିନିୟର ଦଳରେ ସ୍ଥାନ ପାଇଥିଲେ। ଭିନେଶଙ୍କୁ ଆଦର୍ଶ ମାନୁଥିବା ଏହି ୧୮ବର୍ଷୀୟା ବାଳିକା ମାତାପିତାମାନେ ସେମାନଙ୍କ ଶିଶୁ କନ୍ୟାଙ୍କୁ ସପୋର୍ଟ କରିବା ପାଇଁ ଅନୁରୋଧ କରିଛନ୍ତି। ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯିବ ଏବଂ ସମ୍ଭବତଃ ଆସନ୍ତା ବର୍ଷରୁ ଇମର୍ଜିଂ ଆଥଲେଟ୍‌ଙ୍କ ପାଇଁ ଏକ ପୁରସ୍କାରକୁ ସାମିଲ କରାଯିବ ବୋଲି ବିବିସିର ବିଜ୍‌ନେସ ଡେଭଲପମେଣ୍ଟ(ଏସିଆ ପାସିଫିକ) ମୁଖ୍ୟ ଇନ୍ଦୁ ଶେଖର ସିହ୍ନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri