Posted inଖେଳ

ବିବିସି ପୁରସ୍କାର ଦୌଡ଼ରେ ଦୂତୀ

ନୂଆଦିଲ୍ଲୀ, ୪।୨-
ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ବିବିସିର ସର୍ବପ୍ରଥମ ଭାରତୀୟ ‘ସ୍ପୋଟର୍‌ସ ଓମ୍ୟାନ୍‌ ଅଫ୍‌ ଦି ଇୟର’ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ତାଙ୍କ ବ୍ୟତୀତ ତାରକା ରେସ୍‌ଲର ଭିନେଶ ଫୋଗତ, ବ୍ୟାଡ୍‌ମିଣ୍ଟନ କୁଇନ୍‌ ପି.ଭି. ସିନ୍ଧୁ, ବକ୍ସିଂ ଲିଜେଣ୍ଡ ଏମ୍‌ସି ମେରୀକମ୍‌, ପାରାବ୍ୟାଡ୍‌ମିଣ୍ଟନ ଖେଳାଳି ମାନସୀ ଯୋଷୀ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ମାର୍ଚ୍ଚ ୮ ତାରିଖରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ। ପବ୍ଲିକ ଭୋଟିଂରେ ବିଜେତା ନିର୍ଣ୍ଣିତ ହେବେ। ବିବିସିର ୬ଟି ଭାଷାର ଓ୍ବେବସାଇଟ୍‌ରେ ଏହା ଫେବୃୟାରୀ ୧୮ ପର୍ଯ୍ୟନ୍ତ ଓପନ ରହିବ। ଦୂତୀ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସର ଉଭୟ ୧୦୦ ଓ ୨୦୦ ମିଟର ରେସ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ସେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଥିଲେ।
ଭିନେଶ ୨୦୧୯ରେ ନୁର ସୁଲତାନରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ପାଇବା ସହ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲେ। ସିନ୍ଧୁ ଭାରତର ପ୍ରଥମ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳିଭାବେ ଗତବର୍ଷ ବିଶ୍ୱ ଚାମ୍ପିୟନ ହୋଇଥିଲେ। ସେହିପରି ମାନସୀ ପାରା ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ବିଶ୍ୱ ଚାମ୍ପିୟନର ରେକର୍ଡ ବହନ କରୁଥିବାବେଳେ ମେରୀକମ୍‌ ୬ ସ୍ବର୍ଣ୍ଣ ସହ ୮ ବିଶ୍ୱ ଚାମ୍ପିୟନଶିପ୍‌ ପଦକ ହାସଲ କରିଛନ୍ତି। ୪୦ ଜଣ ପ୍ରମୁଖ ସ୍ପୋଟର୍‌ସ ଜର୍ନାଲିଷ୍ଟଙ୍କୁ ନେଇ ଗଠିତ ପ୍ୟାନେଲ ଏହି ପୁରସ୍କାର ପାଇଁ ଖେଳାଳି ତାଲିକା ପ୍ରସ୍ତୁତ କରିଛନ୍ତି। ”ଆମେ ପ୍ୟାନେଲ ସଦସ୍ୟଙ୍କୁ ପ୍ରାର୍ଥୀ ବାଛିବା ପାଇଁ କହିଥିଲୁ। ସେମାନଙ୍କ ଭୋଟିଂ ଅନୁସାରେ ସର୍ବାଧିକ ଭୋଟ ପାଇଥିବା ଏହି ୫ ଆଥଲେଟ୍‌ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି“ ବୋଲି ବିବିସି ଭାରତୀୟ ଭାଷାର ମୁଖ୍ୟ ରୂପା ଝା ପ୍ରକାଶ କରିଛନ୍ତି। ଏକ ସମୟରେ ଆଥଲେଟଙ୍କ ଖେଳ ଜୀବନ, ସାମାଜିକ କାର୍ଯ୍ୟ ଏବଂ କ୍ରୀଡ଼ା ବ୍ୟତୀତ ଜୀବନଶୈଳୀକୁ ତର୍ଜମା କରାଯିବ ବୋଲି ସେ କହିଛନ୍ତି। ଦୁଇଥର ଓ୍ବାଲର୍‌ଡ କ୍ୟାଡେଟ ଚାମ୍ପିୟନ ଉଦୀୟମାନ ରେସଲର ସୋନମ ମଲିକଙ୍କ ଦ୍ୱାରା ଭୋଟିଂ ଓପନ ହୋଇଛି। ରିଓ ଅଲିମ୍ପିକ୍‌ ବ୍ରୋଞ୍ଜ ମେଡାଲିଷ୍ଟ ସାକ୍ଷୀ ମଲିକଙ୍କୁ ନିକଟରେ ହରାଇ ସୋନମ ଏସିଆନ ଚାମ୍ପିୟନଶିପ୍‌ ପାଇଁ ଭାରତୀୟ ସିନିୟର ଦଳରେ ସ୍ଥାନ ପାଇଥିଲେ। ଭିନେଶଙ୍କୁ ଆଦର୍ଶ ମାନୁଥିବା ଏହି ୧୮ବର୍ଷୀୟା ବାଳିକା ମାତାପିତାମାନେ ସେମାନଙ୍କ ଶିଶୁ କନ୍ୟାଙ୍କୁ ସପୋର୍ଟ କରିବା ପାଇଁ ଅନୁରୋଧ କରିଛନ୍ତି। ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯିବ ଏବଂ ସମ୍ଭବତଃ ଆସନ୍ତା ବର୍ଷରୁ ଇମର୍ଜିଂ ଆଥଲେଟ୍‌ଙ୍କ ପାଇଁ ଏକ ପୁରସ୍କାରକୁ ସାମିଲ କରାଯିବ ବୋଲି ବିବିସିର ବିଜ୍‌ନେସ ଡେଭଲପମେଣ୍ଟ(ଏସିଆ ପାସିଫିକ) ମୁଖ୍ୟ ଇନ୍ଦୁ ଶେଖର ସିହ୍ନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri