Posted inଫୁରସତ

ବିବାହର ୩୩ ବର୍ଷ ପରେ ସ୍ତ୍ରୀ-ସ୍ବାମୀ ଜାଣିଲେ ଏହି କଥା, ତା’ପରେ ପାଦତଳୁ ଖସିଗଲା ମାଟି

ଆମେରିକା: ବିବାହ ଏକ ପବିତ୍ର ବନ୍ଧନ। କୁହାଯାଏ, ଏହା ସ୍ବର୍ଗରେ ସ୍ଥିର ହୋଇଥାଏ। କିନ୍ତୁ ବିବାହ ପରେ ଯଦି ଜଣାପଡ଼େ ସେ ଆପଣଙ୍କ ରକ୍ତ ସମ୍ପର୍କୀୟ। ସେତେବେଳେ ପାଦତଳୁ ମାଟି ଖସିଗଲା ପରି ଲାଗେ। ଠିକ୍‌ ଏମିତି ଏକ ଘଟଣା ଘଟିଛି ଆମେରିକାର ଓ୍ବାଶିଂଟନ୍‌ରେ। ଦୀର୍ଘ ୩୩ ବର୍ଷର ବିବାହ ପରେ ସ୍ତ୍ରୀ ସ୍ବାମୀ ଜାଣିବାକୁ ପାଇଛନ୍ତି, ସେମାନେ ଯାଆଁଳା ଭାଇଭଉଣୀ। ଏହି ଦୁଇଜଣ ଯେତେବେଳେ ବିବାହ କରିଥିଲେ ସେତେବେଳେ ଏକା ମସିହା, ଏକା ବାର ଏବଂ ଏକା ତାରିଖରେ ସେମାନଙ୍କ ଜନ୍ମ ଜାଣି ଖୁସି ହୋଇଥିଲେ। ଏହାକୁ ଭଗବାନଙ୍କ ସଂଯୋଗ ବୋଲି ଧରି ନେଇଥିଲେ। କିନ୍ତୁ ସତ କଥା ଏବେ ଏକ କ୍ଲିନିକ୍‌ରୁ ଜଣାପଡ଼ିଛି। କ୍ଲିନିକ୍‌ର ଡାକ୍ତର ଯେତେବେଳେ ଦୁଇଜଣଙ୍କ ଜନ୍ମ ପ୍ରମାଣପତ୍ର ଦେଖିଲେ ଦୁହିଁଙ୍କ ଭିତରେ ସମାନତା ଥିବା ଜାଣିପାରିଥିଲେ। ଦୁଇଜଣଙ୍କ ଜନ୍ମ ୧୯୮୪ ମସିହାରେ ହୋଇଥିଲା। ଏକା ତାରିଖ ଆଉ ଏକା ବାରରେ। ତେଣୁ ଡାକ୍ତର ଏହି କଥାର ସତ୍ୟତା ସେମାନଙ୍କୁ ଜଣାଇଥିଲେ। ଡାକ୍ତରଙ୍କ କଥା ତାଙ୍କୁ ଚକିତ କରିଦେଇଛି।


ଏହି ଯାଆଁଳା ଭାଇଭଉଣୀ ଯେତେବେଳେ ଛୋଟ ଥିଲେ ସେମାନଙ୍କ ମାତାପିତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହା ପରେ ପିଲା ଦୁହିଁଙ୍କୁ କେହି କୋଳେଇ ନେବାକୁ ଇଚ୍ଛା ପ୍ରକାଶ କଲେ ନାହିଁ। ଏହାର ସମାଧାନ ପାଇଁ ଦୁଇଜଣଙ୍କୁ ଅଲଗା ସ୍ଥାନକୁ ପଠାଇ ଦିଆଯାଇଥିଲା। ଭିନ୍ନ ଭିନ୍ନ ପରିବାରରେ ଦୁହେଁ ବଢ଼ିଲେ। ଫଳରେ ବିବାହ ସମୟରେ କେହି ବି ଜାଣି ନ ଥିଲେ ସେମାନେ ଭାଇଭଉଣୀ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନରେ ଭାରତର ପ୍ରସିଦ୍ଧ ଶିବ ମନ୍ଦିର

ଦେବଦେବ ମହାଦେବଙ୍କର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସମ୍ପର୍କରେ ପ୍ରାୟତଃ ସମସ୍ତେ ଜାଣିଥିବେ। ତେବେ ଏହି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବ୍ୟତୀତ ଭାରତରେ ଭଗବାନ ଶିବଙ୍କୁ ସମର୍ପିତ ଏମିତି ଅନେକ...

ବ୍ଲାକ୍‌ ହୋଲରୁ ବିଶ୍ୱ ସୃଷ୍ଟି

ବିଶ୍ୱ ସୃଷ୍ଟି ପଛରେ କି ରହସ୍ୟ ଅଛି ତାହା ଜାଣିବା ପାଇଁ ପ୍ରୟାସ ଜାରି ରହିଛି। ଏହି ତାଲିକାରେ ନିକଟରେ ଆଉ ଏକ ରୋମାଞ୍ଚକର ତଥ୍ୟ...

ମହିଳାଙ୍କ ବିକାଶରେ ପୃଥିବୀର ବିକାଶ

ପାରିବାରିକ ଜୀବନରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହିପରି ସମାଜ ତଥା ଦେଶ ଏବଂ ସର୍ବୋପରି ପୃଥିବୀର ସାମଗ୍ରିକ ବିକାଶରେ ମହିଳାଙ୍କର ଭୂମିକା ଅପରିହାର୍ଯ୍ୟ ହୋଇଥାଏ।...

ଏହି ସ୍କୁଲରେ ପାଠ ପଢୁଥିଲେ ମୁକେଶ ଅମ୍ବାନୀଙ୍କ ପୁଅ, ଏବେ ବିଶିଷ୍ଟ ଶିଳ୍ପପତି

ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ମୁମ୍ବାଇସ୍ଥିତ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରେ ପଢୁଥିଲେ। ଯେଉଁ ସ୍କୁଲକୁ ମୁକେଶ ତାଙ୍କ ପିତା ଧୀରୁଭାଇ ଅମ୍ବାନୀଙ୍କୁ ସ୍ମରଣ କରିବା...

ସବୁଠୁ ବଡ଼ ଟେବୁଲ୍‌ ଟେନିସ୍‌ ବ୍ୟାଟ୍‌

ଟେବୁଲ୍‌ ଟେନିସ୍‌ ଅନେକେ ଖେଳିଥିବେ। ନ ଖେଳିଥିଲେ ବି ତା’ର ଛୋଟ ଛୋଟ ବ୍ୟାଟ୍‌କୁ ନିଶ୍ଚୟ ଦେଖିଥିବେ। ଏହାକୁ ହାତରେ ସହଜରେ ଧରି ଖେଳି ହୁଏ।...

ଏମିତି ଚାକିରି: ଯେଉଁଠି ଟ୍ରେନ୍‌ରେ ଲୋକଙ୍କୁ ଧକ୍କା ମାରିବାକୁ ପଡ଼େ

ସାଧାରଣତଃ ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିତ୍ୟାନ୍ତ ଆବଶ୍ୟକ। ଏହା ମୌଳିକ ଆବଶ୍ୟକତା। ଆଉ ଏହି ଆବଶ୍ୟକତା ପୂରଣ କରିବା ପାଇଁ ଜଣେ...

ଚାରିଜଣ ଯୁବକଙ୍କୁ ପ୍ରେମଜାଲରେ ଫସାଇଥିଲେ ଯୁବତୀ, ଘରୁ ଫେରାର ହେବା ପରେ କାହାକୁ ବିବାହ କରିବେ ନେଇ ପଡ଼ିଲେ ଚିନ୍ତାରେ; ତା’ ପରେ…

ଆମ୍ବେଦକରନଗର: ଜଣେ କି ଦୁଇଜଣ ଯୁବକ ନୁହେଁ, ଚାରିଜଣ ଯୁବକଙ୍କ ସହ ଘରଛାଡ଼ି ଫେରାର ହୋଇଥିଲେ ଯୁବତୀ। ବିବାହ କରିବାକୁ ଇଚ୍ଛା ଥିଲେ ହେଁ ସେମାନଙ୍କ...

ଜୀବନ ନେଇ ଏମିତି ଦୌଡ଼ୁଛି ହରିଣ , ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement


Archives

Model This Week