ବିପର୍ଯ୍ୟସ୍ତ ରାସ୍ତା ଯୋଗୁ ଆସିଲାନି ଆମ୍ବୁଲାନ୍ସ: ଝୁଡ଼ିରେ ବୁହା ହେଲେ ମହିଳା ରୋଗୀ

କେନ୍ଦୁଝର, ୩ା୭(ସ୍ବ.ପ୍ର.)-ଗମନାଗମନର ସୁବିଧା ପାଇଁ ସବୁ ଗ୍ରାମକୁ ସବୁ ଦିନିଆ ରାସ୍ତା ନିର୍ମାଣ ଏବଂ ଗ୍ରାମାଞ୍ଚଳ ରାସ୍ତା ଘାଟର ବିକାଶ ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ ହେଉଥିଲେ ହେଁ କେନ୍ଦୁଝର ଜିଲାର ଅନେକ ଗ୍ରାମକୁ ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ସବୁ ଦିନିଆ ରାସ୍ତା ନ ଥିବାରୁ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ରାସ୍ତା ନ ଥିବାରୁ ବର୍ଷା ଦିନରେ ଆମ୍ବୁଲାନସ ଗାଡି ପହଞ୍ଚି ପାରୁ ନ ଥିବାରୁ ରୋଗୀ ନେବା ଆଣିବା ରେ ବହୁ ସମସ୍ୟା ଦେଖାଦେଉଛି ା ଫଳରେ ରୋଗୀଙ୍କୁ ଖଟିଆ, ପାଛିଆ, ଭାର ଆଦିରେ ବୁହା ହୋଇ ଡାକ୍ତରଖାନା ଅଣାଯାଉଥିବାରୁ ଅସନ୍ତୋଷ ସୃଷ୍ଟି ହେଉଛି।
ବାଂଶପାଳ ବ୍ଲକ ଅନ୍ତର୍ଗତ ଉପର ରଢୁଆଁ ଗ୍ରାମରେ ମଙ୍ଗଳବାର ଜଣେ ଜୁଆଙ୍ଗ ମହିଳାଙ୍କୁ ଗ୍ରାମବାସୀମାନେ ଝୁଡିରେ ବୋହି ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ସେଠାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା। ରାସ୍ତା ଭଲ ନ ଥିବାରୁ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚି ନ ପାରି ଅଧ ରାସ୍ତାରେ ଅଟକି ଯାଇଥିଲା ା କେନ୍ଦୁଝର ସହର ଠାରୁ ପ୍ରାୟ ୨୦ କି.ମି. ଦୂରରେ ଥିବା ଏହି ଗ୍ରାମରେ ଜୁଆଙ୍ଗ, ମୁଣ୍ଡା ଆଦିବାସୀ ଲୋକ ରହୁଛନ୍ତି॥ ଠାକୁରଡିହିଠାରୁ ଗୋନାସିକା ରାସ୍ତାରୁ ଉକ୍ତ ଗ୍ରାମକୁ ଯାଇଥିବା ରାସ୍ତାଟି ଖରାପ ଥିବାରୁ ଲୋକ ମାନେ ଯିବା ଆସିବା କରିବାରେ ଅସୁବିଧା ଭୋଗୁଛନ୍ତି। ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ହେଁ କେହି ଶୁଣୁନାହାନ୍ତି। ଉକ୍ତ ଗ୍ରାମରେ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଣୁ ବହୁ କଷ୍ଟରେ ଆମ୍ବୁଲାନ୍ସକୁ ଯୋଗାଯୋଗ ହୋଇଥାଏ ା ଆମ୍ବୁଲାନ୍ସ ଆସିଲେ ରାସ୍ତା ଭଲ ନ ଥିବାରୁ ଗ୍ରାମରେ ପହଞ୍ଚି ପାରେ ନାହିଁ ା ଏଣୁ ବାଧ୍ୟ ହୋଇ ରୋଗୀଙ୍କୁ ଗ୍ରାମରୁ ଝୁଡି ରେ ବୋହି ଆଣି ଆମ୍ବୁଲାନସ ନିକଟରେ ପହଞ୍ଚାନ୍ତି ବୋଲି ଜଣେ ସ୍ଥାନୀୟବାସୀ କହିଛନ୍ତି। ଏଣୁ ରୋଗୀ ବିଳମ୍ବରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚିଥାଏ ା ଅନେକ ସମୟରେ ରୋଗୀ ଗୁରୁତର ହୋଇ ମୃତ୍ୟୁମୁଖରେ ପଡନ୍ତି ବୋଲି ସ୍ଥାନୀୟ ଅଧିବାସୀ ତଥା ଜଙ୍ଗଲ ସୁରକ୍ଷା ସମିତିର ସଭାପତି ପ୍ରାଣବଲ୍ଲଭ ଘଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri