ବିପଦ ଅବସ୍‌ତାରେ ଅଙ୍ଗନଓ୍ବାଡି କେନ୍ଦ୍ର

 

ତଳଗଁ।,୯ା.୭ (ଡି.ଏନ୍‌.ଏ):
ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତଳଗଁ। ପଁଚେତ୍‌ର ଗଣ୍ଡାପାଜୁ ଅଙ୍ଗନଓ୍ବାଡି କେନ୍ଦ୍ର ବିପଦ୍‌ ଅବସ୍‌ତାରେ ରହିଛେ। ଦୁଇ ବଛର ହେଲା ଇ ଅଙ୍ଗନଓ୍ବାଡି କେନ୍ଦ୍ରକେ ପରଶାସନ ଅସୁରକ୍ଷିତ ଘୋଷନା କରିଛେ। ହେଲେ ଇ କେନ୍ଦ୍ରର ଲାଗି ନୂତନ କୁଠା ତିଆରି ଦିଗେ ଆଏଜ୍‌ତକ ବ୍ଲକ ପରଶାସନ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେଇ। ଯେନ୍‌ଥିରଲାଗି ଇ କେନ୍ଦ୍ର ଅଧୀନରେ ପାଠ୍‌ପଢ଼ୁଥିବାର ଛାତ୍ରୀଛାତ୍ର ଅସ୍‌ଥାଇ ଭାବେ ଗଣ୍ଡପାଜୁ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟର ଗୁଟେ କୁଠାଥି ପାଠ୍‌ ପଢ଼ୁଛନ୍‌। ହେଲେ ଇ ସ୍କୁଲରେ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ା ଲାଗି କୁଠି ଅଭାବ ରହିଛେ। ଯେନ୍‌ଥିରଲାଗି ସ୍କୁଲ ଖୁଲବାର ଆଗରୁ ଅଙ୍ଗନଓ୍ବାଡିର ଛାତ୍ରୀଛାତ୍ରକୁଁ ଛୁଟି ଦିଆଯାଉଛେ। ଖାଲି ଗଣ୍ଡାପାଜୁ ଅଙ୍ଗନଓ୍ବାଡି କେନ୍ଦ୍ରର ଅବସ୍‌ତା ଯେ ଏନ୍‌ତା ହେଟା ନୁହେ, ତଳଗଁା ପଁଚେତ୍‌ର ରାଣୀସାହି, ବଡ଼ଖଜୁରୀ ଆଦି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜର ଘର ନାଇଁଥିବାର ଲାଗି ଛାତ୍ରୀଛାତ୍ରକଁର ପାଠ୍‌ପଢ଼ାରେ ବଡ଼ଭାରି ସମସିଆ ହେଉଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍‌। ରାଣୀସାହି ଅଙ୍ଗନଓ୍ବାଡି କେନ୍ଦ୍ର ଫାଉଣ୍ଡେସନରେ ସୀମିତ ଥିଲାବେଲେ ବଡ଼ଖଜୁରୀ କେନ୍ଦ୍ରର ଛାତ୍ରୀଛାତ୍ର ଗଁାର ମଡ଼ପରେ ବସି ପାଠ୍‌ ପଢ଼ୁଥିବାର ଦେଖ୍‌ବାକେ ମିଲୁଛେ। ଇଆଡ଼େ ସରକାର ଗଁାଗଁଲିରୁ ସହର ତକ୍‌ ଛୁଆକର ଲାଗି ପୁଷ୍ଟିକର ଖାଏଦ୍‌ ଆର ପ୍ରାକ୍‌ ଶିକ୍ଷାର ବେବସ୍‌ତା କରି କୋଟି କୋଟି ଟଁକା ସାରୁଛନ୍‌। ହେଲେ ହରଭଙ୍ଗା ଲେଖେଁ ଗୁଟେ ଆଦିବାସୀ ବହୁଲ ବ୍ଲକର ଅତଡ଼ିଆ ଅଂଚଲରେ ଥିବାର ତଳଗଁା ପଁଚେତ୍‌ର ଛୁଆମାନେ ସରକାରୀ ଯୋଜନାରୁ ବଁଚିତ୍‌ ହେଉଥିବାର ଅଭିଯୋଗ ହେଉଛେ। ଅନେକ ଛୁଆ ଶିକ୍ଷାରୁ ବଁଚିତ୍‌ ହେଉଥିଲାବେଲେ ସୁଆସ୍‌ତିଅ ସେବା ତ ଅଂଚଲବାସୀକର ଲାଗି ଦିନବେଲିଆ ସପନ୍‌ ଲେଖେଁ ହେଇଛେ। ଇ ବାବ୍‌ଦେ ହରଭଙ୍ଗା ସମନ୍ବିତ ଶିଶୁ ବିକାଶ ଅଧ୍‌କାରୀ ହରପ୍ରୀୟା ମେହେରକୁଁ ପଚରାଲାରୁ ଘଟନା ବାବ୍‌ଦେ ହରଭଙ୍ଗା ବିଡିଓକୁଁ ଚିଠି ଜରିଆରେ ଜନେଇ ଦେଇଛେଁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri