ବିନା ପଞ୍ଜୀକରଣରେ ଚାଲିଛି ରାସ୍ତା ପାର୍ଶ୍ୱ ବ୍ୟବସାୟ: ତଦାରଖ ହେଉନି ଖାଦ୍ୟର ମାନ

ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଛତୁ ଫୁଟିଲା ପରି ଖୋଲୁଛି ଜଳଖିଆ ଦୋକାନ, ହୋଟେଲ। ଠେଲା ଗାଡ଼ିରେ ଭଳିକି ଭଳି ଖାଦ୍ୟ ବିକ୍ରି ହେଉଛି ଜନଗହଳିପୂର୍ଣ୍ଣ ସ୍ଥାନରେ। ହେଲେ ଏଥିରୁ ଅନେକ ବ୍ୟବସାୟ ଅଣପଞ୍ଜୀକୃତ ଭାବେ ଚାଲିଥିବା ଅଭିଯୋଗ ହେଉଛି। ଏପରି କି ଏସବୁ ଖାଦ୍ୟର ମାନ କିପରି ତାହା ନା’ ଜାଣିଛନ୍ତି ଗ୍ରାହକ ନା’ ଜନସ୍ବାସ୍ଥ୍ୟ ବିଭାଗ। ଏହାର ଫାଇଦା ଉଠାଇ ବହୁ ବ୍ୟବସାୟୀ ନିମ୍ନମାନର ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହେଉଥିଲେ ବି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଉ ନାହିଁ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ସହରବାସୀଙ୍କ ଅଭିଯୋଗ ଅନୁଯାୟୀ, ଅନୁଗୋଳର ବିଭିନ୍ନ ବଜାର ପାର୍ଶ୍ୱରେ ପ୍ରାୟ ହଜାରେରୁ ଊର୍ଦ୍ଧ୍ୱ ଜଳଖିଆ, ହୋଟେଲ ଓ ଠେଲା ଦୋକାନ ଖୋଲାଯାଇଛି। କେତୋଟି ନିର୍ଦ୍ଦିଷ୍ଟ ଦୋକାନକୁ ଛାଡ଼ି ଦେଲେ ବହୁ ବ୍ୟବସାୟୀ ଖାଦ୍ୟ ପଦାର୍ଥ ପ୍ରତି ଯତ୍ନଶୀଳ ରହୁନାହାନ୍ତି। ଖାଦ୍ୟ ପ୍ରସ୍ତୁତ ବେଳେ ଯେତିକି ସତର୍କତା ଅବଲମ୍ବନ କରିବା କଥା ତାହା ଆଦୌ କରାଯାଉ ନାହିଁ। ଅସ୍ବଚ୍ଛ ତଥା ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରାଯାଉଛି। ଗ୍ରାହକଙ୍କୁ ଯେଉଁ ପାତ୍ରରେ ଖାଦ୍ୟ ପରଷା କରାଯାଉଛି ତାହାକୁ ଠିକ୍‌ ଭାବେ ସଫା କରାଯାଉନି। ଅଧିକାଂଶ ଦୋକାନୀ ବାସି ଖାଦ୍ୟକୁ ତା ପରଦିନ ଖାଦ୍ୟରେ ମିଶାଇ ବିକ୍ରି କରୁଛନ୍ତି। ସେହିପରି ରାସ୍ତା ପାର୍ଶ୍ୱରେ ଯାଇଥିବା ପାଣି ପାଇପର ବହୁ ବ୍ୟବସାୟୀ ଦୁରୁପଯୋଗ କରୁଥିବା ନଜରକୁ ଆସୁଛି। ଦୋକାନୀମାନେ ବେଆଇନ ଭାବେ ସଂଯୋଗ ନେଉଛନ୍ତି ନଚେତ ପାଇପ୍‌ ଫୁଟାଇ ଦୋକାନ ପାଇଁ ପାଣି ସଂଗ୍ରହ କରୁଛନ୍ତି। ଫଳରେ ନିମ୍ନମାନର ଖାଦ୍ୟ ସହ ଅସ୍ବାସ୍ଥ୍ୟକର ପରିବେଶରେ ପାଣି ନିଆଯାଉଥିବାରୁ ଏହା ବିଭିନ୍ନ ରୋଗର କାରଣ ହେଉଥିବା ଲୋକେ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ବ୍ୟବସାୟୀମାନଙ୍କ ଏପରି କାର୍ଯ୍ୟକଳାପ ବାବଦରେ ଜନସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ ହେଉଥିଲେ ବି ବିଭାଗ ପକ୍ଷରୁ ଯାଞ୍ଚ ହେଉନାହିଁ। ଯେକୌଣସି ଖାଦ୍ୟ ସାମଗ୍ରୀ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଜନସ୍ବାସ୍ଥ୍ୟ ବିଭାଗରେ ପଞ୍ଜୀକୃତ କରିବାର ନିୟମ ରହିଛି। ମାତ୍ର ସହରର ବହୁ ବ୍ୟବସାୟୀ ଉକ୍ତ ନିୟମ ପାଳନ କରୁ ନ ଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟ ନିଷ୍କ୍ରିୟ ଅବସ୍ଥାରେ ଚାଲିଛି। ସହରରେ କେତୋଟି ଦୋକାନ ପଞ୍ଜୀକୃତ ଏବଂ ବର୍ଷରେ କେତେ ଥର ଖାଦ୍ୟ ପଦାର୍ଥ ମାନ ଯାଞ୍ଚ ହୋଇଛି ସେ ନେଇ ବିଭାଗ ପାଖରେ ନିର୍ଦ୍ଦିଷ୍ଟ ସୂଚନା ନାହିଁ। ଅନୁଗୋଳରେ ଥିବା ଖାଦ୍ୟ ଇନ୍ସପେକ୍ଟର ହରପ୍ରିୟା ବେହେରା କହିଛନ୍ତି, ୬ ମାସ ହେବ ମାଟରନିଟି ଲିଭ୍‌ରେ ଥିଲି। ତେଣୁ ଏହି ୬ ମାସ ମଧ୍ୟରେ କ’ଣ ହୋଇଛି ଜାଣି ନାହିଁ। ସହରରେ ଥିବା କିଛି ଦୋକାନ ପଞ୍ଜୀକରଣ କରିଛନ୍ତି। ମୋ ଅନୁପସ୍ଥିତିରେ କେନ୍ଦୁଝରରେ ଥିବା ଖାଦ୍ୟ ଇନ୍ସପେକ୍ଟର ଅନୁଗୋଳ ଦାୟିତ୍ୱରେ ଥିଲେ। ସେ କ’ଣ କରିଛନ୍ତି ସେ ସମ୍ପର୍କରେ ଅନୁଧ୍ୟାନ କରିବି। ଖାଦ୍ୟର ମାନ ଠିକ୍‌ ରଖିବା ଓ ପଞ୍ଜୀକରଣ କରିବା ସମ୍ପର୍କରେ ଦୋକାନୀମାନଙ୍କୁ ସଚେତନ କରିବାକୁ ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଯେଉଁଠୁ ବି ଅଭିଯୋଗ ଆସୁଛି ସେଠାରେ ଅନୁଧ୍ୟାନ କରାଯାଉଛି ବୋଲି ବେହେରା କହିଛନ୍ତି। ଏଡିଏମ୍‌ଓ ପିଏଚ୍‌ ରାକେଶ ସାହୁ କହିଛନ୍ତି, ସହରରେ ହଜାରେ ପାଖାପାଖି ଦୋକାନ ପଞ୍ଜୀକରଣ ହୋଇଛି। ଖାଦ୍ୟ ଇନ୍ସପେକ୍ଟର ନ ଥିବାରୁ ନିୟମିତ ଚଢ଼ାଉ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri